ଭୁବନେଶ୍ବର,୨୦/୧୨: ପଳାଶୁଣୀ ଛକରେ ଘଟିଛି ସିରିଜ ଦୁର୍ଘଟଣା। ଏକ କାର ଓ ବିଏମସିର ଅଳିଆ ବୋଝେଇ ଗାଡିକୁ ଧକ୍କା ଦେଲା ହାଇୱା। ଦୁର୍ଘଟଣା ଘଟାଇସାରି ହାଇୱା ଚାଳକ ଫେରାର। ଏହି ଦୁର୍ଘଟଣାରେ ବିଏମସି ଅଳିଆ ବୋଝେଇ ଗାଡିର ଡ୍ରାଇଭର ଏବଂ ହେଲପର ଗୁରୁତର ଭାବେ ଆହତ ହୋଇ ମେଡିକାଲ ରେ ଭର୍ତ୍ତୀ ହୋଇଛନ୍ତି। ଘଟଣାସ୍ଥଳରେ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ଛାନବିନ ଆରମ୍ଭ କରିଛି।