- ଆମେରିକାର ଉପରାଷ୍ଟ୍ରପତିଙ୍କ ଘରେ ଆକ୍ରମଣ
- ଘଟଣା ସମୟରେ ଘରେ ନଥିଲେ ଡେଜି ଭାନ୍ସ
- ସନ୍ଦିଗ୍ଧକୁ ଅଟକ ରଖି ପୁଲିସର ପଚରାଉଚରା
ନୂଆଦିଲ୍ଲୀ : ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଓହାୟୋ ସ୍ଥିତ ନିବାସ ଉପରେ ଆକ୍ରମଣ ହେବାର ଖବର ଆସିଛି। ସିଏନଏନର ରିପୋର୍ଟ ମୁତାବିକ , ଜଣେ ବ୍ୟକ୍ତି ହଠାତ୍ ଘର ଭିତରେ ପଶି ଭଙ୍ଗାରୁଜା କରିଥିଲା। ହେଲେ ଏହି ସମୟରେ ଭାନ୍ସ ସେଠାରେ ଉପସ୍ଥିତ ନଥିଲେ। ସନ୍ଦିଗ୍ଧକୁ ତୁରନ୍ତ ହେପାଜତକୁ ନିଆଯିବା ସହ ତାକୁ ପଚରାପଚରି କରାଯାଉଛି।
ପ୍ରାରମ୍ଭିକ ରିପୋର୍ଟ ମୁତାବିକ, ଭାନ୍ସଙ୍କ ଘରର ଝରକା ଗୁଡ଼ିକ ଭାଙ୍ଗି ଯାଇଛି। ଯାଞ୍ଚ ଏଜେନ୍ସି ଘଟଣା ବିଷୟରେ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି ଯେ , ଆକ୍ରମଣକାରୀ କେଉଁ ଉଦ୍ଦେଶ୍ୟରେ ଏହି ଆକ୍ରମଣ କରିଛି। ସେ ଜେଡି ଭାନ୍ସଙ୍କୁ କିମ୍ୱା ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଟାର୍ଗେଟ୍ କରିବାକୁ ଚାହୁଁ ଥିଲା କି ? ଏହା ବିଷୟରେ ଜାଣିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି ।
ଏହାସହ ମଧ୍ୟ ପଢନ୍ତୁ - ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଇରାନ ଛାଡ଼ିବାର ପ୍ରସ୍ତୁତିରେ ଖାମେନେଇ ? ରିପୋର୍ଟରେ ଦାବି
ଜେଡି ଭାନ୍ସଙ୍କର ଏହି ଘର ୱାଶିଂଟନ ଡିସିର ବାହ୍ୟ ଅଞ୍ଚଳରେ ଅବସ୍ଥିତ। ପୁଲିସ ସୂତ୍ରାନୁସାରେ , ରାତିରେ ସମୟ ପ୍ରାୟ ୧୨ଟାରେ ଜଣେ ବ୍ୟକ୍ତିକୁ ତାଙ୍କ ନିବାସ ଆଡ଼କୁ ଯିବାର ଦେଖାଯାଇ ଥିଲା। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ଓ ରାଷ୍ଟ୍ରପତି ମାଦୁରୋଙ୍କୁ ଗିରଫ କରିବା କାରଣରୁ ମଧ୍ୟ ଏହିପରି ଆକ୍ରମଣ ହୋଇ ଥାଇ ପାରେ।
ସ୍ଥାନୀୟ ମିଡ଼ିଆ ମୁତାବିକ , ଜେଡି ଭାନ୍ସ ଏହି ସମୟରେ ଫ୍ଲୋରିଡାରେ ଅଛନ୍ତି। କିଛି ସମୟ ପାଇଁ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙକ ଗୋଲ୍ଫ କ୍ଲବରେ ମଧ୍ୟ ଥିଲେ। ଭାନ୍ସ ଓ ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ଉପରେ କବଜାକୁ ନେଇ ଆଲୋଚନା କରିଥିଲେ। ଅପରେସନ ପରେ ଭାନ୍ସ କହିଥିଲେ ଯେ, ଆମେରିକା ମାଦୁରୋଙ୍କୁ କ୍ଷମକା ଛାଡ଼ିବାକୁ ଅନେକ ରାସ୍ତା ଦେଇଥିଲା, କିନ୍ତୁ ସେ ଏଡେଇ ଦେଇଥିଲେ।
କହି ରଖୁଛି କି , ଜେଡି ଭାନ୍ସ ଆମେରିକାର ୫୦ତମ ଉପରାଷ୍ଟ୍ରପତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗତ ବର୍ଷ ସେ ପ୍ରଥମ ଥର ଉପରାଷ୍ଟ୍ରପତି ପଦର ଶପଥ ନେଇଥିଲେ। ତାଙ୍କର ପତ୍ନୀ ଉଷା ଜିଲୁକୁରୀ ଭାନ୍ସ ଭାରତୀୟ ବଂଶୋଦ୍ଭବ ଅଟନ୍ତି।