ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଜାରି ଉତ୍ତେଜନା ମଧ୍ୟରେ ଇରାନ ଓ ଆମେରିକା ମଧ୍ୟରେ କେବେ ବି ଯୁଦ୍ଧ ଲାଗି ପାରେ। କାରଣ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି। ଗୋଟେ ପଟେ ଇରାନ ଏଥିପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଅନ୍ୟପଟେ ଆମେରିକୀୟ ନୌସେନା ମଧ୍ୟ ଇରାନ ନିକଟରେ ପ୍ରଚୁର ସୈନିକ ମୁତୟନ କରି ରଖିଛି। ଆମେରିକା ବିଶ୍ୱର ସବୁଠୁ ବଡ଼ ବିମାନବାହକ ଜାହାଜ ୟୁଏସଏସ ଜେରାଲ୍ଡ ଆର୍. ଫୋର୍ଡକୁ ଇରାନର ନିକଟରେ ମୁତୟନ କରିଛି, ଯେଉଁଥିରେ ପ୍ରାୟ ୫୦୦୦ ଯବାନ ମୁତୟନ ଅଛନ୍ତି, ଯିଏକି ଏବେ ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି।
- ଆହୁରି ମଧ୍ୟ ପଢନ୍ତୁ : ଟ୍ରମ୍ପଙ୍କ ଯୁଦ୍ଧ ଧମକ ମଧ୍ୟରେ ଇରାନକୁ ସାହାଯ୍ୟର ହାତ ବଢାଇଲା ଚୀନ , ବିପଜ୍ଜନକ ମିସାଇଲ ଦେବ ଡ୍ରାଗନ
ପ୍ରକୃତ କଥା ହେଲା , ଏହି ବିମାନବାହୀ ଜାହାଜ ଏକ ଅଜବ ସମସ୍ୟାରେ ଦେଇ ଗତି କରୁଛନ୍ତି। ଜାହାଜରେ ଲାଗି ଥିବା ସିୱେଜ ସିଷ୍ଟମ ଖରାପ ହୋଇ ଯାଇଛି ଏବଂ ଟୟଲେଟ୍ ଜାମ୍ ହୋଇଛି। ଏହି କାରଣରୁ ଏହି ଯୁଦ୍ଧ ଜାହାଜରେ ମୁତୟନ ହଜାର ହଜାର ନାବିକଙ୍କୁ ନିତ୍ୟକ୍ରମ ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡ଼ୁଛି। ସ୍ଥିତି ଏମିତି ହୋଇଛି ଯେ, ପ୍ରତି ସୈନିକଙ୍କୁ ଟୟଲେଟ୍ ଯିବାକୁ ୪୫ ମିନିଟ୍ ଯାଏ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ୱାଲ୍ ଷ୍ଟ୍ରିଟ୍ ଜର୍ନାଲର ରିପୋର୍ଟ ମୁତାବିକ , ଏମିତି ତ ଏହି ଯୁଦ୍ଧ ଜାହାଜରେ ୬୫୦ଟି ଟୟଲେଟ୍ ଅଛି , କିନ୍ତୁ ଅଧିକାଂଶ ଜାମ ପଡ଼ିଛି । ଏହି କାରଣରୁ ସୈନିକ ପ୍ରତିଦିନ ପରସ୍ପର ମଧ୍ୟରେ ଝଗଡ଼ା କରୁଛନ୍ତି।
ପ୍ରାୟ ୧୨ ବିଲିୟନ ଡଲାରର ଖର୍ଚ୍ଚରେ ନିର୍ମିତ ଏହି ଅତ୍ୟାଧୁନିକ ଯୁଦ୍ଧ ଜାହାଜରେ ଭାକ୍ୟୁମ୍ –ଆଧାରିତ ସିୱେଜ ସିଷ୍ଟମ ଲଗାଯାଇ ଥିଲା, ଯାହାକୁ ଜଳ ବ୍ୟବହାରକୁ କମାଇବା ପାଇଁ ଡିଜାଇନ କରାଯାଇ ଥିଲା , କିନ୍ତୁ ଏହି ସିଷ୍ଟମ ଜାହାଜରେ ଥିବା ୪,୫୦୦ରୁ ଅଧିକ କର୍ମୀଙ୍କ ଚାପକୁ ସମ୍ଭାଳିବାରେ ବାରମ୍ୱାର ବିଫଳ ହେଉଛି। ରିପୋର୍ଟ ଅନୁସାରେ ,ପାଇପ୍ ଗୁଡ଼ିକର ଆକାର ଛୋଟ ହେବା ଓ କ୍ୟାଲସିୟମ ଜମା ହେବା ଭଳି ଟେକ୍ନିକାଲ ସମସ୍ୟା କାରଣରୁ ବାରମ୍ୱାର ଜାମ୍ ଓ ଖରାପ ହେବା ସ୍ଥିତି ଉପୁଜିଛି।
ସ୍ଥିତିର ଗମ୍ଭୀରତାର ଅନ୍ଦାଜ ଏହି କଥାରୁ କରି ପାରିବା ଯେ, ୨୦୨୫ ରେ କେବଳ ଚାରି ଦିନ ଭିତରେ ୨୦୦ରୁ ଅଧିକ ଥର ଟୟଲେଟ୍ ସିଷ୍ଟମ ବିଫଳ ହୋଇଥିଲା , ଯାହାକି ଇଞ୍ଜିନିୟରଙ୍କୁ ଏହାକୁ ଠିକ୍ କରିବା ପାଇଁ ୧୯-୧୯ ଘଣ୍ଟା ଯାଏ କାମ କରିବାକୁ ପଡ଼ିଲା।ଏହା ବ୍ୟତୀତ , ୨୦୨୩ ରୁ ଏବେ ସୁଦ୍ଧା ବାହ୍ୟ ଟେକନିକ୍ ସହାୟତା ପାଇଁ ୪୦ରୁ ଅଧିକ ଥର ସାହାଯ୍ୟ ନେବାକୁ ପଡ଼ିଛି।