ନୂଆଦିଲ୍ଲୀ : ଆମେରିକା ସହ ଲଗାତାର ଉତ୍ତେଜନା ବୃଦ୍ଧି ଓ ଯୁଦ୍ଧର ଧମକ ମଧ୍ୟରେ ଚୀନ ଇରାନ ପକ୍ଷରୁ ସାହାଯ୍ୟର ହାତ ବଢାଇଛି। ଦୁଇ ଦେଶ ମଧ୍ୟରେ ଏକ ପ୍ରମୁଖ ଡିଲ୍ ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଅନୁସାରେ ଇରାନକୁ ଚୀନ ନିର୍ମିତ ସିଏମ୍ -୩୦୨ ମିସାଇଲ ମିଳିବାକୁ ଯାଉଛି। ଏହା ଏକ ସୁପରସୋନିକ ମିସାଇଲ , ଯାହା ଶତ୍ରୁର ୱାରସିପ୍କୁ ଧ୍ୱଂସ କରିବାରେ କ୍ଷମତା ରଖି ଥାଏ। ଏହି ମିସାଇଲର ରେଞ୍ଜ ୨୯୦ କିଲୋମିଟର। ଏହା ଖୁବ୍ ଦ୍ରୁତ ଗତିରେ ଏବଂ ତଳେ ରହି ଉଡ଼ାଣ ଭରି ଥାଏ ଏବଂ ସଠିକ୍ ଲକ୍ଷ୍ୟଭେଦ କରେ। ଏମିତି ସମୟରେ , ଯେତେବେଳେ ଆମେରିକା , ଇରାନର ତଟବର୍ତ୍ତୀ ଅଞ୍ଚଳରେ ନିଜର ଯୁଦ୍ଧ ଜାହାଜ ଗୁଡ଼ିକୁ ମୁତୟନ କରୁଛି , ଏହି ଡିଲ୍ ଇରାନ ପାଇଁ ଖୁବ୍ ମହତ୍ତ୍ୱପୂର୍ଣ୍ଣ ହେବ। ଏହି ସବୁ ମିସାଇଲର ମୁତୟନ ଇରାନର ହମଲା କରିବାର କ୍ଷମତାରେ ନିର୍ଣ୍ଣାୟକ ଭୂମିକା ନେବ।

ଆହୁରି ମଧ୍ୟ ପଢନ୍ତୁ : ‘ଯେଉଁ ଦେଶ ଖେଳ କରିବ...’ ଟ୍ରମ୍ପ ପୁଣି ଦେଲେ ଚେତାବନୀ , କହିଲେ -ପୂର୍ବାପେକ୍ଷା ଅଧିକ ଟାରିଫ୍ ଲାଗିବ

ଚାଇନା ଠାରୁ ଏହି ମିସାଇଲ କ୍ରୟ କରିବା ପାଇଁ ଇରାନ ଦୁଇ ବର୍ଷ ପୂର୍ବେ କଥାବାର୍ତ୍ତା ଆରମ୍ଭ କରିଥିଲା। କିନ୍ତୁ ସୂଚନାକାରୀଙ୍କ ମୁତାବିକ , ଯେବେ ଗତ ବର୍ଷ ଜୁନ ମାସରେ ଇସ୍ରାଏଲ ଓ ଇରାନ ମଧ୍ୟରେ ୧୨ ଦିନ ଯାଏ ଯୁଦ୍ଧ ଚାଲିଲା ତ ଦୁଇ ଦେଶ ମଧ୍ୟରେ ଆଲୋଚନାର ପର୍ବ ତୀବ୍ର ହୋଇଥିଲା। କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲା। ସେତେବେଳେ ଇରାନ ସେନା ଓ ସରକାରଙ୍କ ବରିଷ୍ଠ ଅଧିକାରୀ ଚୀନ ଗସ୍ତରେ ଯାଇଥିଲେ। ଏହି ଲୋକଙ୍କ ମଧ୍ୟରେ ଇରାନର ଡେପୁଟୀ ଡିଫେନ୍ସ ମିନିଷ୍ଟର ମସୁଦ ଓରେଇ ମଧ୍ୟ ସାମିଲ ଥିଲେ। ଇସ୍ରାଏଲର ପୂର୍ବତନ ଇଣ୍ଟେଲିଜେନ୍ସ ଅଫିସର ଡାନି ସିଟ୍ରିନୋଭିଚ କହିଛନ୍ତି ,ଯଦି ଇରାନ ଜାହାଜ ଉପରେ ଆକ୍ରମଣ କରିବାର ସୁପରସୋନିକ କ୍ଷମତା ହାସଲ କରିନିଏ ତ ଏହା ପୂରା ଗେମ ଚେଞ୍ଜର ହୋଇଯିବ। ସେ କହିଛନ୍ତି , ଏହି ସବୁ ମିସାଇଲକୁ ଇଣ୍ଟରସେପ୍ଟ କରିବା ବହୁତ ମୁସ୍କିଲ।

ହେଲେ ଏହା ଏହା ସ୍ପଷ୍ଟ ହୋଇ ପାରି ନାହିଁ ଯେ, ଏହି ଡିଲ୍ ଅନୁସାରେ , ଇରାନକୁ କେତେ ମିସାଇଲ ମିଳିବ ଏବଂ ଡେଲିଭରୀ ଡେଟ୍ କଣ ହେବ। ଏହା ବ୍ୟତୀତ ଏହା ମଧ୍ୟ ସୂଚନା ନାହିଁ ଯେ,ଇରାନ ଏହି ସୁପରସୋନିକ ମିସାଇଲ ପାଇଁ କେତେ ଦାମ୍ ଦେଉଛି। ଇରାନୀ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି , ଇରାନ ନିଜର ସହଯୋଗୀ ଦେଶଙ୍କ ସହ ସେନା ଓ ସୁରକ୍ଷା ଚୁକ୍ତି ଅଛି। ବର୍ତ୍ତମାନ ଏହା ସବୁଠୁ ଉପଯୁକ୍ତ ସମୟ ଯେ, ଏହି ଚୁକ୍ତିର ସଂପୂର୍ଣ୍ଣ ରୂପେ ବ୍ୟବହାର କରାଯାଉ।