ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ସ୍ୱେରେଜ ଯନ୍ତ୍ରଣାରୁ ମୁକ୍ତି କେବେ ? ଘରୁ ବାହାରି ପାରୁନାହାନ୍ତି ଅଞ୍ଚଳବାସୀ, କୁହୁଳୁଛି ଅସନ୍ତୋଷର ନିଆଁ.. ଶାସକ ଦଳକୁ ସ୍ୱେରେଜ କଣ୍ଟା

ଭୁବନେଶ୍ୱର ୨୯/୦୫: ବିଏମ୍‌ସି ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଲ । ସ୍ୱେରେଜ ଯନ୍ତ୍ରଣାରୁ ମୁକ୍ତି ଦେବୁ । ଏହାକୁ ଏଜେଣ୍ଡା କରି ନିର୍ବାଚନ ବୈତରଣୀ ପାର କଲ । ନିର୍ବାଚନ ସରିଲା ହେଲେ ଭୁବେନଶ୍ୱରବାସୀ ଯେଉଁ ଯନ୍ତ୍ରଣାରେ ଥିଲେ, ଏବେ ବି ସେହି ଯନ୍ତ୍ରଣାରେ । ହେଲେ ୨୪ ନିର୍ବାଚନ କିନ୍ତୁ ସହଜ ହେବନି । ଅସନ୍ତୋଷର ନିଆଁ କୁହୁଳିଛି । ଏଥର ସହରବାସୀ ପାନେ ଦେବାକୁ ଏକାଠି ହୋଇଛନ୍ତି । ଶାସକଦଳ ପାଇଁ ଏବେ ସ୍ୱେରେଜ କଣ୍ଟା ସାଜିଛି।

ଜଗମୋହନ ନଗର ରାସ୍ତାକୁ ୱାଟ୍‌କୋ ପକ୍ଷରୁ ଖୋଳାଯାଇଛି । ରବିବାର ଆମ୍ବୁଲାନ୍ସର ରାସ୍ତା କାଟିଛି ସ୍ୱେରେଜ । ଗାଡି ବୁଲି ଖଣ୍ଡଗିରି, କସ୍ମୋପଲିସ ଦେଇ ପଞ୍ଚଶଖାନଗର ଅର୍ଚ୍ଚନା ଏନ୍‌କ୍ଲେଭ ରାସ୍ତାରେ ପହଞ୍ଚିଲା । ହେଲେ ସେଠିବି ରାସ୍ତା ବନ୍ଦ । ଆମ୍ବୁଲାନ୍ସ ଯିବ କେମିତି? ପଞ୍ଚଶଖାନଗର ୨ ଲକ୍ଷରୁ ଅଧିକ ଲୋକେ ଏବେ ବନ୍ଦୀ ପ୍ରାୟ ଜୀବନ କାଟୁଛନ୍ତି । ପୋଖରୀପୁଟ ରାସ୍ତାକୁ ଆସିବାକୁ ହେଲେ ୮ କିମି ବୁଲିି ବୁଲି ଆସିବାକୁ ପଡୁଛି । ଯାହା ଟିକିଏ ବାଇକ୍‌ ଯିବା ପାଇଁ ରାସ୍ତା ଅଛି ସେଥିରେ ଘଣ୍ଟା ଘଣ୍ଟା ଟ୍ରାଫିକ ଜାମ ରହୁଛି । ସ୍ୱେରେଜ ଖୋଳାତଡାରେ ଅଣନିଶ୍ୱାସୀ ହୋଇଗଲେଣି ସହରବାସୀ ।

{"id":579603,"sizeSlug":"large","linkDestination":"none"}

ଜାଗମରା-ନୂଆ ଏୟାରର୍ପୋଟ ରାସ୍ତାର ସ୍ୱେରେଜ କାମ ସରିଲା । ୱାଟ୍‌କୋ ପକ୍ଷରୁ ପିଚୁ ଢାଳି ରାସ୍ତା ନିର୍ମାଣ ହେଲା । ତାର ଠିକ୍‌ ୪ ମାସ ପରେ ପୁଣି ୱାଟ୍‌କୋ ରାସ୍ତାକୁ ଖୋଳି ଛାରଖାର କରିଦେଇଛି । ହକି ପୂର୍ବରୁ ସେଇ ସମାନ ରାସ୍ତାକୁ ବନ୍ଦ କରାଗଲା । ପୁଣି ଏବେ ସେଇ ରାସ୍ତାକୁ ସ୍ୱେରେଜ ଖୋଳୁଛି । ଗୋଟିଏ ରାସ୍ତାକୁ ପୂର୍ତ୍ତ ବିଭାଗ କେମିତି ଖୋଳିବାକୁ ଅନୁମତି ଦେଲା? ସ୍ୱେରେଜ ବିଭାଗ ଏକାଥରେ କାମ କାହିଁକି ସାରିଲାନି? ଠିକା ସଂସ୍ଥାର ଭୁଲ ପାଇଁ ସାଧାରଣ ଲୋକେ ଘଣ୍ଟା ଘଣ୍ଟା ଟ୍ରାଫିକ ଜାମରେ ଫଶି ରହିବେ କାହିଁକି? ଏଭଳି ପ୍ରଶ୍ନ ଏବେ ସହରବାସୀଙ୍କ ଆକ୍ରୋଶକୁ ବଢ଼ାଇ ଦେଇଛି ।
ଠିକ୍‌ ସେହିପରି ବରମୁଣ୍ଡା ଗାଁ, ରସୁଲଗଡ ଓ ଝାରପଡା ଓ ପଟିଆରେ ମଧ୍ୟ ସମାନ ଅବସ୍ଥା । ଚାରିଆଡେ ମନଇଚ୍ଛା ରାସ୍ତା ଖୋଳାହୋଇଛି । ଏହି ଖୋଳାତଡ଼ାକୁ ନେଇ ଅସନ୍ତୋଷ ଏବେ ତୀବ୍ର ହେବାରେ ଲାଗିଛି ।

ଏକାଧିକ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି । ରାସ୍ତାରେ ସ୍ୱେରେଜ କାମ କରିବାକୁ ହେଲେ ୱାଟ୍‌କୋ ପକ୍ଷରୁ ଅନୁମୋଦନ ଆଣିବାକୁ ପଡିଥାଏ । ଏ ବାବଦରେ ଟଙ୍କା ଦାଖଲ ପରେ ପୂର୍ତ୍ତ ବିଭାଗ ଖୋଳିବାକୁ ଅନୁମତି ଦିଏ । ହେଲେ ଏଥିପାଇଁ ସର୍ବାଧିକ ୬ ମାସ ଅବଧି ରହିଛି । ହେଲେ ବର୍ଷ ବର୍ଷ ଧରି କେମିତି ମନଇଚ୍ଛା ୱାଟକୋ ରାସ୍ତାଘାଟ ଖୋଳିବାରେ ଲାଗିଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବିନା ନୋଟିସରେ ୱାଟକୋର ଖୋଳାତଡାକୁ ନେଇ ସବୁ ୱାର୍ଡରେ ଅସନ୍ତୋଷ ତେଜିବାରେ ଲାଗିଛି । ଲୋକେ ବିରୋଧ କରିବାକୁ ଏକାଠି ହେଉଛନ୍ତି । ଜାଗମରା ଅଞ୍ଚଳର ଜଣେ ବ୍ୟକ୍ତି କହିଛନ୍ତି, ଏହି ଖୋଳାତଡାର ଜବାବ ନିର୍ବାଚନ ସମୟରେ ଦିଆଯିବ । ଭୋଟ୍‌ ମାଗିବାକୁ ଆସୁଥିବା ଜନପ୍ରତିନିଙ୍କୁ ଉତ୍ତର ମଗାଯିବ ।

ବିଧାନସଭା ଷ୍ଟାଣ୍ଡିଂ କମିଟି ମଧ୍ୟ ସ୍ୱେରେଜ କାମକୁ ନେଇ କ୍ଷୁବ୍ଧ । କମିଟି କହିଛି ଯେ ସାଧାରଣ ଲୋକଙ୍କୁ ଅସୁବିଧାରେ ନ ପକାଯାଉ । ତୁରନ୍ତ କାର୍ଯ୍ୟ ସାରିବାକୁ ନଗର ଉନ୍ନୟନ ବିଭାଗକୁ ସୁପାରିସ କରାଯାଇଛି । ମେୟର ସୁଲୋଚନା ଦାସ କହିଛନ୍ତି, ଡିସେମ୍ବର ୩୦ ସୁଦ୍ଧା ସହରରେ ସ୍ୱେରେଜ କାମ ସାରିବାକୁ ଟାର୍ଗେଟ ରଖାଯାଇଛି । ଏନେଇ ବିଭାଗ ସହିତ ଆଲୋଚନା ମଧ୍ୟ ଚାଲିଛି । ସେପଟେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି, ସ୍ୱେରେଜ ବିଭାଗ ଲୋକଙ୍କୁ ଉପହାସ କରୁଛି । ବିନା ନୋଟିସ୍‌ରେ ରାସ୍ତା ଖୋଳା ହେଉଛି । ବର୍ଷ ବର୍ଷ ଧରି ଲୋକେ ଯନ୍ତ୍ରଣା ଭୋଗିଲେଣି । ଅଧିକାରୀଙ୍କ ସମନ୍ୱୟ ଅଭାବ ଯୋଗୁଁ ରାସ୍ତାକୁ ୩ ଥର ଖୋଳା ହେଉଛି । ଯଦି ଆଗକୁ ଏପରି ପରିସ୍ଥିତି ଉପୁଜେ ତେବେ ଦଳ ନିଶ୍ଚିତ ରାସ୍ତାକୁ ଓହ୍ଲାଇବ ।

wp:embed {"url":"https://www.prameya.com/advance-election-predication-at-odisha/","type":"wp-embed","providerNameSlug":"prameya"}
https://www.prameya.com/advance-election-predication-at-odisha/
/wp:embed

Copyright © 2022 - Summa Real Media Private Limited. All Rights Reserved.