ନିମାପଡ଼ା,୦୮/୦୭: ନିମାପଡ଼ା ଥାନା ଅଧୀନ କୁଶଭଦ୍ରା ନଦୀବନ୍ଧ ତ୍ରିନାଥ ମାର୍ଗ ନିକଟରେ ସେକ୍ସ ର‌୍ୟାକେଟ୍‌ ଠାବ । ପୁଲିସ ସାଦା ପୋଷାକରେ ଚଢ଼ାଉ କରି ଦକ୍ଷିଣ ମୁଖା ନଦୀବନ୍ଧର କିଛି ଦୂରରେ ଥିବା ଏକ ଘରୁ ସେକ୍ସ ର‌୍ୟାକେଟ୍‌ ଧରିଛି । ଏହି ଘଟଣାରେ ଜଣେ ଯୁବକଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା ଚଳାଇଛି । ତାଙ୍କଠାରୁ ପୁଲିସକୁ ଅନେକ ତଥ୍ୟ ମିଳିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ତଦନ୍ତ ଜାରି ରହିଥିବାରୁ ପୁଲିସ୍‌ ସମ୍ପୂର୍ଣ୍ଣ ତଥ୍ୟ ଦେଇନି । 

ସୂଚନା  ଅନୁଯାୟୀ, ଉକ୍ତ ଘରେ ଦୀର୍ଘ ଦିନ ହେଲା ସେକ୍ସ ର‌୍ୟାକେଟ୍‌ ଚାଲୁଥିଲା ।  ବାଂଲାଦେଶୀ ଯୁବତୀଙ୍କୁ ଏଠାରେ ଦେଖିବାକୁ ମିଳୁଥିଲା । ପ୍ରତ୍ୟେକ ଦିନ ଦାମୀ କାର୍‌ ଲାଗୁଥିଲା । ଏନେଇ ଅନେକ ଥର ଅଭିଯୋଗ ପରେ ମଧ୍ୟ ସ୍ଥାନୀୟ  ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେଉ ନଥିଲା । ଉତ୍କର୍ଷ ନିମାପଡ଼ା କାର୍ଯ୍ୟକ୍ରମ ବେଳେ ଜଣେ ମହିଳା ଏ ବାବଦରେ ଏସ୍‌ପି ଜଣାଇ ଥିଲେ । ଏହାପରେ ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ୍‌ ଚଢ଼ଉ  କରିଥିଲା।