ପ୍ରମୂଖ ଖବର
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ପୁରୀରେ ସେକ୍ସ ର‌୍ୟାକେଟ ମାମଲା: ହୋଟେଲ ଲିଜ୍‌ଧାରୀ, କର୍ମଚାରୀ ଗଲେ ଜେଲ

Published By : Prameya | March 13, 2025 3:00 PM

ପୁରୀ, ୧୩/୦୩: ହୋଟେଲରେ  ସେକ୍ସ ର‌୍ୟାକେଟ୍‌ ଚଳାଉଥିବା ଅଭିଯୋଗରେ ତାଳବଣିଆ ଥାନା ପୁଲିସ ବଳିଆପଣ୍ଡା  ଅଞ୍ଚଳର ଏକ ହୋଟେଲର ୨ଜଣଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ  ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠା  ଯାଇଛି । ସେମାନେ ହେଲେ ହୋଟେଲ୍‌  ଲିଜ୍‌ଧାରୀ ସତ୍ୟବାଦୀ ଥାନା ଅନ୍ତର୍ଗତ  ସୁକଳପଦାର ଡମ୍ବରୁଧର ପ୍ରଧାନ(୩୨)  ଓ କର୍ମଚାରୀ ବିଞ୍ଜେଇପଡ଼ାର ହେମନ୍ତ ପ୍ରଧାନ(୨୯) । 

ଥାନା ଅଧିକାରୀ ଗୀତାଞ୍ଜଳୀ ନାୟକଙ୍କ କହିବା ଅନୁସାରେ ଗତ  ଜାନୁୟାରୀ ୧୨ରେ ତାଳବଣିଆପଡ଼ିଆରେ ଏକ କାର୍ଯ୍ୟକ୍ରମ ବେଳେ ଏକ ନାବାଳିକାକୁ  ଅପହରଣ କରାଯାଇଥିବା ନେଇ ମା’  ତାଳବଣିଆ ଥାନାରେ ୧୮ ରେ ଅଭିଯୋଗ  କରିଥିଲେ । ଉକ୍ତ ମାମଲାର ଖୋଳତାଡ଼ ବେଳେ ଉକ୍ତ ନାବାଳିକା ଏବଂ ତା’ର ଭଉଣୀ ଓ ମା’କୁ ସେକ୍ସ ର‌୍ୟାକେଟରେ ଲଗାଯାଉଥିଲା । ସେମାନଙ୍କ ବୟାନକୁ  ଭିତ୍ତିକରି ପୁଲିସ ସେକ୍ସ ର‌୍ୟାକେଟ ଚଳାଉଥିବା ବ୍ରହ୍ମଗିରି ଥାନା ଅଧୀନ  ନରଣପୁର ଗ୍ରାମର ରାଣୀ ମହୁମାଛି  ରଞ୍ଜୁଲତା ଦାଶ, ସ୍ୱାମୀ ପ୍ରଦୀପ୍ତ ଦାଶ ଓ  ଗ୍ରାହକଙ୍କୁ ମିଶାଇ ମୋଟ ୧୨ ଜଣଙ୍କୁ ଗିରଫ  କରି କୋର୍ଟ ଚାଲାଣ କରିଥିଲା । ଏବେ ଏହି  ୨ ଜଣଙ୍କୁ ମିଶାଇ ସେକ୍ସ ର‌୍ୟାକେଟରେ  ୧୪ ଜଣଙ୍କୁ ଗିରଫ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.