ପୁରୀ, ୧୩/୦୩: ହୋଟେଲରେ  ସେକ୍ସ ର‌୍ୟାକେଟ୍‌ ଚଳାଉଥିବା ଅଭିଯୋଗରେ ତାଳବଣିଆ ଥାନା ପୁଲିସ ବଳିଆପଣ୍ଡା  ଅଞ୍ଚଳର ଏକ ହୋଟେଲର ୨ଜଣଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ  ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠା  ଯାଇଛି । ସେମାନେ ହେଲେ ହୋଟେଲ୍‌  ଲିଜ୍‌ଧାରୀ ସତ୍ୟବାଦୀ ଥାନା ଅନ୍ତର୍ଗତ  ସୁକଳପଦାର ଡମ୍ବରୁଧର ପ୍ରଧାନ(୩୨)  ଓ କର୍ମଚାରୀ ବିଞ୍ଜେଇପଡ଼ାର ହେମନ୍ତ ପ୍ରଧାନ(୨୯) । 

ଥାନା ଅଧିକାରୀ ଗୀତାଞ୍ଜଳୀ ନାୟକଙ୍କ କହିବା ଅନୁସାରେ ଗତ  ଜାନୁୟାରୀ ୧୨ରେ ତାଳବଣିଆପଡ଼ିଆରେ ଏକ କାର୍ଯ୍ୟକ୍ରମ ବେଳେ ଏକ ନାବାଳିକାକୁ  ଅପହରଣ କରାଯାଇଥିବା ନେଇ ମା’  ତାଳବଣିଆ ଥାନାରେ ୧୮ ରେ ଅଭିଯୋଗ  କରିଥିଲେ । ଉକ୍ତ ମାମଲାର ଖୋଳତାଡ଼ ବେଳେ ଉକ୍ତ ନାବାଳିକା ଏବଂ ତା’ର ଭଉଣୀ ଓ ମା’କୁ ସେକ୍ସ ର‌୍ୟାକେଟରେ ଲଗାଯାଉଥିଲା । ସେମାନଙ୍କ ବୟାନକୁ  ଭିତ୍ତିକରି ପୁଲିସ ସେକ୍ସ ର‌୍ୟାକେଟ ଚଳାଉଥିବା ବ୍ରହ୍ମଗିରି ଥାନା ଅଧୀନ  ନରଣପୁର ଗ୍ରାମର ରାଣୀ ମହୁମାଛି  ରଞ୍ଜୁଲତା ଦାଶ, ସ୍ୱାମୀ ପ୍ରଦୀପ୍ତ ଦାଶ ଓ  ଗ୍ରାହକଙ୍କୁ ମିଶାଇ ମୋଟ ୧୨ ଜଣଙ୍କୁ ଗିରଫ  କରି କୋର୍ଟ ଚାଲାଣ କରିଥିଲା । ଏବେ ଏହି  ୨ ଜଣଙ୍କୁ ମିଶାଇ ସେକ୍ସ ର‌୍ୟାକେଟରେ  ୧୪ ଜଣଙ୍କୁ ଗିରଫ କରାଯାଇଛି ।