ସ୍ୱାଇନ୍ ଫ୍ଲୁ କବଳରେ ଶବାନା ଆଜମୀ, ମେଡିକାଲରେ ଭର୍ତ୍ତି

source:www.amarujala.com
ବଲିଉଡର ବିରିଷ୍ଠ ଅଭିନେତ୍ରୀ ଶବାନା ଆଜମୀଙ୍କୁ ସ୍ୱାଇନ୍ ଫ୍ଲୁ ହୋଇଛି । ତାଙ୍କୁ କିଛି ଦିନ ହେବ ଥଣ୍ଡା ଓ କାଶ ହେଉଥିଲା । ପରୀକ୍ଷା ପରେ ଡାକ୍ତର କହିଲେ ଯେ ସେ ସ୍ୱାଇନ୍ ଫ୍ଲୁରେ ସଂକ୍ରମିତ । ସେ ଏବେ ମେଡିକାଲରେ ଅଛନ୍ତି । ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ସେ କହିଛନ୍ତି ଯେ ନିଜ ସହିତ ସମୟ ବିତାଇବା ପାଇଁ ତାଙ୍କୁ ସୁଯୋଗ ମିଳିଲା ।
ସ୍ୱାସ୍ଥ୍ଯ ଠିକ୍ ନଥିବା ସତ୍ତ୍ୱେ ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ଅଛନ୍ତି । ସେ ନିଜ ଝିଅ ଜୋୟା ଅଖତରଙ୍କ ଫିଲ୍ମ ‘ଗଲି ବୟ’କୁ ନେଇ ଟ୍ୱିଟ୍ କରିଛନ୍ତି । ଏହା ବ୍ୟତୀତ ସେ ଶୋଭା ଡୋଙ୍କ ସହିତ ମଧ୍ୟ ଏକ ଫଟୋ ସେୟାର କରି ନିଜ ସ୍କୁଲ୍ ଦିନକୁ ମନେପକାଇଛନ୍ତି ।
ତେବେ କହିରଖୁଛୁ ଅନେକ ଷ୍ଟାର୍ସ ସ୍ୱାଇନ୍ ଫ୍ଲୁ କବଳରେ ପଡିସାରିଛନ୍ତି । ଆମିର ଖାନ୍ ଓ ତାଙ୍କ ପତ୍ନୀ କିରଣ ରାଓଙ୍କୁ ମଧ୍ଯ ଗତବର୍ଷ ସ୍ୱାଇନ୍ ଫ୍ଲୁ ହୋଇଥିଲା । ରିଚା ଚଢ୍ଡା ମଧ୍ୟ ଏହା କବଳରେ ପଡିସାରିଛନ୍ତି ।