ନୂଆଦିଲ୍ଲୀ, ୫/୩ : ସୁପର-୮ ମୁକାବିଲାର ଅନ୍ତିମ ମ୍ୟାଚରେ ଭାରତଠାରୁ ହାରିବା ପରେ ଓ୍ବେଷ୍ଟଇଣ୍ଡିଜର ସେମି ରାସ୍ତା ବନ୍ଦ ହୋଇଛି । କୋଲକାତାରେ ଖେଳାଯାଇଥିବା ଏହି ମ୍ୟାଚ ସରିବା ପରେ ସ୍ବଦେଶ ଫେରିଥାନ୍ତା ଓ୍ବେଷ୍ଟଇଣ୍ଡିଜ୍ ଟିମ୍ । କିନ୍ତୁ ପଶ୍ଚିମ ଏସୀଆରେ ଲାଗି ରହିଥିବା ସାମରିକ ଉତ୍ତେଜନା ପାଇଁ ଫସି ରହିଛି କାରବିୟାନ ଟିମ୍ । ୫ଦିନ ହେବ ଭାରତରେ ରହିଛନ୍ତି । ଏବେ ସ୍ବଦେଶ ଫେରିବା ନେଇ ମୁଖ୍ୟ ପ୍ରଶିକ୍ଷକ ଡାରେନ୍ ସାମି ଏକ ପୋଷ୍ଟ କରିଛନ୍ତି ।

 

ସେ ହତାଶା ଭାବ ପ୍ରକାଶ କରିଥିବା ଜଣା ପଡ଼ିଛି । ସାମି ଏକ୍ସରେ ଲେଖିଛନ୍ତି କି, ମୁଁ ଘରକୁ ଯିବାକୁ ଚାହେଁ । ଏଥିପାଇଁ ମୋତେ ଗୋଟେ ଅପଡେଟ୍ ଦିଅନ୍ତୁ । ଆଜି,କାଲି ଏବଂ ପରବର୍ତ୍ତୀ ସପ୍ତାହ କହି ପାଞ୍ଚଦିନ ବିତିଗଲାଣି । ତେବେ ସେ ଏଭଳି ପୋଷ୍ଟ କରିବା ପରେ ତାଙ୍କୁ ଅପଡେଟ୍ ମିଳିଥିବା ଜଣା ପଡ଼ିଛି । କାରଣ ସେ ପରେ ଏକ ପୋଷ୍ଟ କରି ଅପଡେଟ୍ ମିଳିଥିବା ପ୍ରକାଶ କରିଛନ୍ତି ।

ଦୁବାଇ ବିମାନ ବନ୍ଦର ବନ୍ଦ ହେବା ପରେ ପଶ୍ଚିମ ଏସୀଆର ଅନେକ ସ୍ଥାନରେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ହୋଇଛି । ହଜାର ହଜାର ବିମାନ ବାତିଲ୍ ହେବା ପରେ ବହୁ କ୍ଷତି ହେବା ସହ ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କାରଣରୁ ଓ୍ବେଷ୍ଟଇଣ୍ଡିଜର ଖେଳାଳିମାନେ ମଧ୍ୟ ଭାରତରେ ଫସି ରହିଛନ୍ତି ।

​​​​​​​

ସେପଟେ ଜିମ୍ବାଓ୍ବେ ଟିମର ଅଧା ସଦସ୍ୟ ଏବେ ଘରକୁ ଫେରିଥିବାବେଳେ ବାକି ସଦସ୍ୟ ଶୁକ୍ରବାର ଘରକୁ ଫେରିବେ। ସେମାନେ ମଧ୍ୟ ଫସି ରହିଥିବାବେଳେ ଏହି ଘଟଣାରେ ଆଇସିସି ହକ୍ଷକ୍ଷେପ କରିଥିଲା । ଜିମ୍ବାଓ୍ବେର ଖେଳାଳିଙ୍କ ଇଥିଓପିଆ ଦେଇ ହାରାରେ ପହଞ୍ଚାଯାଇଛି । ଆସନ୍ତାକାଲି ବାକି ଖେଳାଳି ମଧ୍ୟ ଘରକୁ ଫେରିବେ । କିନ୍ତୁ ଓ୍ବେଷ୍ଟଇଣ୍ଡିଜ୍ ଖେଳାଳିଙ୍କ ପାଇଁ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ ।

​​​​​​​ଏହାସହ ପଢ଼ନ୍ତୁ : ଭାରତ ବିପକ୍ଷରେ ଆମୀରଙ୍କ ପ୍ରତିକ୍ରିୟା, କଡ଼ା ସମାଲୋଚନା କଲେ ମହମ୍ମଦ କୈଫ୍