PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ଯବାନଙ୍କ ପରିବାର ଲୋକଙ୍କ ଭଳି ଦୁଃଖଦାୟକ ସମୟ ଦେଇ ଗତି କରିସାରିଛୁ: ଆଦିଲର ବାପା

ଶ୍ରୀନଗର,୧୬।୨: ପୁଲାଓ୍ବାମାରେ ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଦେଶବାସୀଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ଦେଖିବାକୁ ମିଳିଛି। ତେବେ ଅନ୍ୟପଟେ କିନ୍ତୁ  ଆତ୍ମଘାତୀ ଆକ୍ରମଣକାରୀ ଆଦିଲର ବାପା ଗୁଲାମ ହସନ ଡାର କହିଛନ୍ତି  ଶହୀଦଙ୍କ ପରିବାରର ଏବେ ଯେଉଁ ଦୁଃଖଦାୟକ ସମୟ ଦେଇ ଗତି କରୁଛନ୍ତି ସେ ମଧ୍ୟ ଏଭଳି ଖରାପ ସମୟ ଦେଇ ଗତି କରିଛନ୍ତି। ଆଦିଲର ବାପାଙ୍କ କହିବା ଅନୁସାରେ ତାଙ୍କ ପୁଅ ଆତଙ୍କବାଦୀ ହୋଇସାରିଛି ଓ ସେ ସିଆରପିଏଫ୍ ଯବାନଙ୍କ ଉପରେ  ଆକ୍ରମଣ କରିବାକୁ ଯାଉଛି ସେ ସମ୍ପର୍କରେ ପୂର୍ବରୁ କିଛି ଜାଣିନଥିଲେ।

 ତାଙ୍କର କହିବା ଅନୁସାରେ ୨୦୧୬ରେ ଆଦିଲ ସ୍କୁଲରୁ ଫେରିବା ସମୟରେ ତା’ର ଜଣେ ସାଙ୍ଗକୁ ସୁରକ୍ଷାକର୍ମୀମାନେ ରୋକିବା ସହ ତାକୁ ମାଡମାରିଥିଲେ। ଆଦିଲ ଓ ତା’ର ସାଙ୍ଗକୁ ସୁରକ୍ଷାକର୍ମୀମାନେ ପଥରମାଡ କରିବା ଅଭିଯୋଗରେ  ଅଟକ ରଖିଥିଲେ। ଏହି କାରଣରୁ ଆଦିଲ ମନରେ ସୁରକ୍ଷାକର୍ମୀଙ୍କ ପ୍ରତି ଖୁବ୍ ରାଗ ସୃଷ୍ଟି ହୋଇଥିଲା।  ଘଟଣା ପରେ ସେ ଆତଙ୍କବାଦୀ ସଂଗଠନରେ ଯୋଗ ଦେବାର ମନ ବଳାଇଥିଲା।

ଗତ ବର୍ଷ ୧୯ ମାର୍ଚରେ ଆଦିଲ କୌଣସି କାମ ପାଇଁ ଜମ୍ମୁ ଯାଇ ପରେ ଘରକୁ ଫେରିନଥିଲା। ଏହାପରେ ତାକୁ ଖୋଜାଖୋଜି ଆରମ୍ଭ କରାଯାଇଥିଲା। ୩ ମାସ ପରେ ଖୁବ୍ ଖୋଜା ଖୋଜି ପରେ ଘରକୁ ଫେରାଇ ଆଣିବାରେ ସଫଳ ହୋଇଥିଲେ। ଉଲ୍ଳେଖନୀୟ ଯେ ଜୈଶ-ଏ-ମହମ୍ମଦ ଦ୍ବାରା ଆଦିଲର ଏକ ଭିଡିଓ ରିଲିଜ୍ କରାଯାଇଛି।  ଯେଉଁଥିରେ ସେ ମିଲିଟାରୀ ଡ୍ରେସ ପିନ୍ଧି ହାତରେ ଅଟୋମେଟିକ୍ ରାଇଫଲ ଧରିଥିଲା।  ଭିଡିଓରେ ସେ ନିଜର ପ୍ଲାନ ବିଷୟରେ କହୁଛି। ଏହି ଭିଡିଓ ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ ପରେ ଜାରି କରାଯାଇଛି। ଏହି ଆକ୍ରମଣ ଘଟଣାରେ ନିଜେ ମଧ୍ୟ ଆଦିଲ୍ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ତା’ର କେବଳ ଗୋଟିଏ ହାତ ମିଳିଥିଲା।