ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ଶନି-ଗୁରୁଙ୍କ ଶକ୍ତିଶାଳୀ ରାଜଯୋଗ; ଏହି ରାଶିଙ୍କୁ ମିଳିବ ସଫଳତା, ଚମକିବ ଭାଗ୍ୟ

Published By : Harapriya Sethi | July 30, 2025 6:43 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ଅନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ୨୯ ଜୁଲାଇରେ ଗ୍ରହଙ୍କ ରାଜକୁମାର ବୁଧ ପୁଷ୍ୟ ନକ୍ଷତ୍ରରେ ଚଳନ କରିଛନ୍ତି । ଅନୁରାଧା ନକ୍ଷତ୍ରର ସ୍ୱାମୀ ଶନି ଦେବ, ଯେ କି କର୍ମଫଳ ଦାତା ଅଟନ୍ତି । ଶନି ଓ ବୁଧ ପରସ୍ପରର ମିତ୍ର ବୋଲି କୁହାଯାଏ । ସେହିପରି ଶନି ଦେବତା ମୀନ ରାଶିରେ ଓଳଟା ଅବସ୍ଥାରେ ଚଳନ କରି ରହିଛନ୍ତି । ଅନ୍ୟ ଗ୍ରହ ସହ ଏକାଠି ହୋଇ ଶୁଭ ଯୋଗ ସୃଷ୍ଟି କରନ୍ତି । ଗୁରୁ ସହ ଏକାଠି ହୋଇ ୩୧ ଜୁଲାଇରେ ରାତି ୧୦ଟା ୯ ମିନିଟ୍‌ରେ ବିଶେଷ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିବ। ଏମାନଙ୍କୁ ଚାକିରିରେ ବଡ ସଫଳତା ସହ ପଦନ୍ନୋତିର ଯୋଗ ରହିଛି । ଜାଣନ୍ତୁ..

ବୃଷ- ଏହି ରାଶିଙ୍କୁ ଅନେକ ଶୁଭଫଳ ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ସକରାତ୍ମକ ଫଳ ମିଳିବ । ଆର୍ଥିକ ସମସ୍ୟା ଦୂର ହେବ । ପରିବାର ସହ ହସଖୁସିରେ ସମୟ ଅତିବାହିତ କରିବେ । ପୁରୁଣା ମତଭେଦ ଦୂର ହେବ । କାମରେ ଏକାଗ୍ରତା ରହିବ । ଅନେକ କ୍ଷେତ୍ରରେ ସଫଳତା ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର । ଜୀବନ ସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ ।

ସିଂହ- ଆୟରେ ବୃଦ୍ଧି ହେବ । ଚାକିରିରେ ପଦନ୍ନୋତି, କରଜରୁ ମୁକ୍ତି ମିଳିବ । ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢିବ । ଯାତ୍ରାର ଯୋଗ ରହିଛି । ମାନ-ସମ୍ମାନ ବୃଦ୍ଧି ହେବ । ପ୍ରେମରେ ସଫଳତା ସହ ବୈବାହିକ ଜୀବନ ସୁଖମୟ ହେବ । ମନସ୍କାମନା ପୂରଣ ହେବ ।

ତୁଳା- ହଠାତ୍‌ ଧନ ଲାଭ ହେବ । କର୍ମକ୍ଷେତ୍ରରେ ପଦନ୍ନୋତି ସହ ଦାୟିତ୍ୱ ବଢିବ । ବ୍ୟବସାୟୀ ନୂଆ ବ୍ୟବସାୟ ଆରମ୍ଭ କରିବା ସହ ଲାଭବାନ୍‌ ହେବେ । ସହକର୍ମୀଙ୍କ ସହଯୋଗ ମିଳିବ । ଯାତ୍ରାରେ ଶୁଭଫଳ ମିଳିବ । ଅନେକ କାର୍ଯ୍ୟରେ ସଫଳତା ମିଳିବ ।

ଧନୁ- ସଫଳତା ମିଳିବ । ଆୟରେ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଅନେକ ଯୋଜନା ସଫଳ ହେବ । ଶୁଭ ଖବର ମିଳିବ ।

ମକର- ଅନେକ କ୍ଷେତ୍ରରେ ସଫଳତା ମିଳିବ । ଜୀବନରେ ଥିବା ସମସ୍ୟା ଦୂର ହେବ । ବ୍ୟବସାୟୀ ଲାଭବାନ୍‌ ହେବେ । ଯାତ୍ରାର ଯୋଗ ରହିଛି । ମତଭେଦ ଦୂର ହେବ । ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ ।

କୁମ୍ଭ- ଏହି ରାଶିଙ୍କୁ ଅନେକ ଖୁସି ମିଳିବ । ଅନେକ କ୍ଷେତ୍ରରେ ସଫଳତା ସହ ଧନ ଲାଭର ଯୋଗ ରହିଛି । ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ କଟିବ । ଚାକିରିରେ ଶୁଭଫଳ ମିଳିବ । ପୈତୃକ ସମ୍ପତ୍ତିରୁ ଲାଭବାନ୍‌ ହେବେ । ଆମଦାନୀରେ ବୃଦ୍ଧି ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.