ପ୍ରମୂଖ ଖବର
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

୩ ରାଶିଙ୍କ ପାଇଁ ସଫଳତା ଆଣିବ ଶନିଙ୍କ ଏହି ଗୋଚର, ଧନପ୍ରାପ୍ତିର ରହିଛି ସୁଯୋଗ

Published By : Anindita Ratha | April 5, 2025 1:33 PM

ସମସ୍ତ ଗ୍ରହ ଗୋଟିଏ ରାଶିରୁ ଆଉ ଏକ ରାଶିକୁ ଗୋଚର କରିଥାନ୍ତି।  ଯାହାର ପ୍ରଭାବ ୧୨ ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ତେବେ ବର୍ତ୍ତମାନ ଶନିଦେବ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରୁଛନ୍ତି। ଏହା କୁମ୍ଭ ରାଶିରୁ ବାହାରି ୨୯ ମାର୍ଚ୍ଚ ୨୦୨୫ରେ ମୀନ ରାଶିରେ ପ୍ରବେଶ କରିଥିଲେ । ଯାହା ଏହି ବର୍ଷର ସବୁଠାରୁ ବଡ଼ ଗୋଚର। ମୀନ ରାଶିରେ ଗୋଚର ପରେ, ଖୁବଶୀଘ୍ର ନକ୍ଷତ୍ର ପରିବର୍ତ୍ତନ ହେବାକୁ ଯାଉଛି। ଶନିଦେବଙ୍କ ଏହି ପରିବର୍ତ୍ତନଶୀଳ ଗତିରୁ କିଛି ରାଶିର ଲୋକମାନେ ବେଶ୍ ଲାଭ ପାଇବେ। ଏହି ସମୟ ମଧ୍ୟରେ ଲୋକଙ୍କର ପଡ଼ି ରହିଥିବା କାମ ଶେଷ ହୋଇପାରେ। ଏଥିସହ ଆର୍ଥିକ ଲାଭର ମଧ୍ୟ ସମ୍ଭାବନା ରହିଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏଥର ନ୍ୟାୟ ଦେବତା ଶନିଦେବ ୨୮ ଏପ୍ରିଲ ସକାଳ ୭ଟା ୫୨ ମିନିଟ ସମୟରେ ନିଜ ନକ୍ଷତ୍ର ଅର୍ଥାତ୍ ଉତ୍ତରଭାଦ୍ରପଦାରେ ପ୍ରବେଶ କରିବେ। ଏହାକୁ ୨୭ଟି ନକ୍ଷତ୍ର ମଧ୍ୟରୁ ୨୬ତମ ନକ୍ଷତ୍ର ଭାବରେ ବିବେଚନା କରାଯାଏ। ଏହି ନକ୍ଷତ୍ରର ସ୍ୱାମୀ ଶନିଦେବ ଏବଂ ମୀନ ରାଶି ଅଟନ୍ତି।

ଏହି ରାଶିଙ୍କ ପାଇଁ ଆରମ୍ଭ ହେବ  ଭଲ ଦିନ 

ମିଥୁନ ରାଶି :ଏହି ରାଶିର ଲୋକଙ୍କ ପାଇଁ ଶନିଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ଶୁଭ ସାବ୍ୟସ୍ତ ହୋଇପାରେ। ଏହି ସମୟରେ ମିଥୁନ ରାଶିର ବ୍ୟକ୍ତିମାନେ ପୂର୍ଣ୍ଣ ନିଷ୍ଠା ଏବଂ କଠିନ ପରିଶ୍ରମ ସହିତ କାମ କରି ଆର୍ଥିକ ଲାଭ ପାଇବାର ସମ୍ଭାବନା ରହିବ। ବାକି ରହିଥିବା ସମସ୍ତ କାମ କିମ୍ବା ବାଧା ଦୂର ହୋଇଯିବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ଆଶ୍ୱସ୍ତି ମିଳିପାର। ଆପଣଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ଯାହା ଫଳରେ ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରେ।

ମକର ରାଶି : ଶନିଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ହେତୁ, ଭାଗ୍ୟ ମକର ରାଶିର ଲୋକଙ୍କ ଉପରେ ବେଶ୍ ସପକ୍ଷରେ ରହିବ। ଏହି ସମୟ ମଧ୍ୟରେ, ଏହି ରାଶିର ଲୋକଙ୍କ ଆର୍ଥିକ ଅବସ୍ଥାରେ ଏକ ବଡ଼ ଉନ୍ନତି ଦେଖାଯାଇପାରେ। ଆପଣ ଆପଣଙ୍କର ଇଚ୍ଛା ଥିବା  କାର୍ଯ୍ୟରେ ସଫଳତା ପାଇପାରିବେ। ପୁଞ୍ଜି ନିବେଶ ପାଇଁ ଏହା ଏକ ଭଲ ସମୟ, ଲାଭର ସମ୍ଭାବନା ରହିଛି। ପ୍ରେମ ଏବଂ ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଏହା ସହିତ, ଆପଣ ଆପଣଙ୍କ ପିଲାମାନଙ୍କଠାରୁ କିଛି ଭଲ ଖବର ପାଇପାରନ୍ତି।

କୁମ୍ଭ ରାଶି : କୁମ୍ଭ ରାଶିର ଲୋକଙ୍କ ପାଇଁ ଶନିଦେବଙ୍କ ରାଶି ପରିବର୍ତ୍ତନ ଖୁସିର ଉପହାର ଆଣି ଦେଉଛି। ଏହି ସମୟରେ କୁମ୍ଭ ରାଶିର ବ୍ୟକ୍ତିମାନଙ୍କୁ ଚାକିରିରେ ପଦୋନ୍ନତି ମିଳିପାରେ। ଆପଣଙ୍କୁ କିଛି ପୁରୁଣା ଋଣରୁ ମୁକ୍ତି ମିଳିବ। ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ବ୍ୟବସାୟରେ ଆର୍ଥିକ ଲାଭର ସଙ୍କେତ ଅଛି। ଆପଣ ଆପଣଙ୍କ ପସନ୍ଦର ଯେ କୌଣସି ଜିନିଷ କିଣିପାରିବେ। ପୁଞ୍ଜି ନିବେଶରୁ ଆର୍ଥିକ ଲାଭ ପାଇବାର ସମ୍ଭାବନା ଅଛି। ଆପଣ ପରିବାର ସହିତ ଭ୍ରମଣ କରିବାକୁ ମଧ୍ୟ ଯୋଜନା କରିପାରିବେ।








Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.