ନୂଆଦିଲ୍ଲୀ : ଲଗାତାର ଟି-୨୦ ବିଶ୍ବକପ ଜିତିବା ପରେ ଭାରତର ପରବର୍ତ୍ତୀ ଲକ୍ଷ୍ୟ ଦିକିକିଆ ବିଶ୍ବକପ ହାତେଇବା । ୨୦୨୭ ମସିହାରେ ଦିନିକିଆ ବିଶ୍ବକପ ଅନୁଷ୍ଠିତ ହେବ । ଦକ୍ଷିଣଆଫ୍ରିକା, ନାମିବିୟା ଏବଂ ଜିମ୍ବାଓ୍ବେରେ ଏହି ଆଇସିସିର ଏହି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ତେବେ ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ଖେଳାଳିଙ୍କ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଦ୍ବନ୍ଦିତା । ଏବେ ଆଇପିଏଲ ଚାଲିଥିବାବେଳେ ଏହାର ପ୍ରଦର୍ଶନ ମଧ୍ୟ ଦଳରେ ସ୍ଥାନ ପାଇବା ପାଇଁ ଏକ ବଡ଼ ଭୂମିକା ଗ୍ରହଣ କରିବ ।

ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଡେବ୍ୟୁ କରିଥିବା ସାର୍ଦ୍ଧୁଲ ଠାକୁର ପ୍ରଥମ ମ୍ୟାଚରୁ ଦମଦାର ପ୍ରଦର୍ଶନ କରିଛନ୍ତି । ସେ ଭାରତୀୟ ଦଳର ବିଶ୍ବକପ ଟିମରେ ସାମିଲ ହେବାକୁ ନିଜର ପ୍ରସ୍ତୁତି ଜାରି ରଖିଥିବା କୁହାଯାଉଛି । ଜଣେ ସେପର ବୋଲର ସାଙ୍ଗକୁ ଦଳ ପାଇଁ ୮ ନମ୍ବରରେ ବ୍ୟାଟିଂ କରିବାର ଅଭିଜ୍ଞତା ମଧ୍ୟ ରଖିଛନ୍ତି ସାର୍ଦ୍ଧୁଲ୍ । ବୋଲିଂ ସାଙ୍ଗକୁ ବ୍ୟାଟିଂରେ ନିଜର ଉଚ୍ଚକୋଟିର ପ୍ରଦର୍ଶନ ପୂର୍ବରୁ ଦର୍ଶାଇ ସାରିଛନ୍ତି ସାର୍ଦ୍ଧୁଲ୍ । ୨୦୨୩ ମସିହାରେ ଶେଷଥର ପାଇଁ ଦିନିକିଆ ମ୍ୟାଚ୍ ଖେଳିଛନ୍ତି ସେ । ଏହାପରଠାରୁ ଦଳକୁ ଫେରିବା ପାର୍ଇ ସଂଘର୍ଷ କରୁଛନ୍ତି । ଯାହାର ଫଳାଫଳ ଏବେ ଆଇପିଏଲରେ ଦେଖିବାକୁ ମିଳିଛି ।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନୂଆ ଦଳ ସହ ଡେବ୍ୟୁ କରିଛନ୍ତି ସାର୍ଦ୍ଧୁଲ । ସେ ରବିବାର ଖେଳିଥିବା କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ୪ ଓଭରରେ ୩ ଓ୍ବିକେଟ୍ ନେବାରେ ସକ୍ଷମ ହୋଇଥିଲେ । କେକେଆରର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କୁ ଅକଳରେ ପକାଇଥିଲେ । ଯେଉଁ କାରଣରୁ ତାଙ୍କ ପ୍ରଥମ ମ୍ୟାଚରେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା । ତେବେ ଚଳିତ ସିଜିନ ତାଙ୍କ ପାଇଁ ବେଶ ଗୁରୁତ୍ବ ବହନ କରୁଛି। ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ଏହି ଆଇପିଏଲ ସୁଯୋଗ ବୋଲି କହିଛନ୍ତି କ୍ରୀଡ଼ା ବିଶେଷଜ୍ଞ ।

ଏହାସହ ପଢ଼ନ୍ତୁ : ଓ୍ବାଙ୍ଖଡେରୁ ମୁମ୍ବାଇର ବିଜୟ ଅଭିଯାନ, KKRକୁ ୬ ଓ୍ବିକେଟରେ ହରାଇଲା MI