ପ୍ରମୂଖ ଖବର
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

୧୦.୫ କୋଟି ନିବେଶକଙ୍କ ମଧ୍ୟରେ ୨.୫ କୋଟି ମହିଳା, ଗୋଆରେ ସବୁଠୁ ଅଧିକ ମହିଳା ନିବେଶକ

Published By : Anindita | December 3, 2024 9:20 AM

ନୂଆଦିଲ୍ଲୀ,୦୩/୧୨:  ଘରର ଚାରି କାନ୍ଥ ଭିତରୁ ବାହାରକୁ ଆସୁଛନ୍ତି ମହିଳା । ଅର୍ଥନୈତିକ କ୍ଷେତ୍ରରେ ଦେଖିବାକୁ ମିଳୁଛି ସେମାନଙ୍କର ଭାଗିଦାରୀତା । ରୋଜଗାର କରିବା ସହିତ ସେମାନଙ୍କର ବଢିଛି ସଞ୍ଚୟ ମାନସିକତା । ମହିଳାମାନେ ନିବେଶ କରିବାରେ ଆଉ ପଛୁଆ ନାହାନ୍ତି । ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡର ପ୍ରତି ୪ ଜଣରେ ରହିଛନ୍ତି ଜଣେ ମହିଳା ନିବେଶକ । ୧୦.୫ କୋଟି ନିବେଶକଙ୍କ ମଧ୍ୟରେ ୨.୫ କୋଟି ମହିଳା । ଏହି ତାଲିକା ଗୋଆରେ ରହିଛନ୍ତି ସବୁଠୁ ଅଧିକ ମହିଳା ନିବେଶକ।  ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜର ତଥ୍ୟର ଏକ ଅଧ୍ୟୟନରୁ ଏହି ତଥ୍ୟ ଜଣାପଡ଼ିଛି । 

ଏନ୍‌ଏସ୍‌ଇର ତଥ୍ୟ ଅନୁସାରେ, ଅକ୍ଟୋବର ସୁଦ୍ଧା ଦେଶର ସେୟାର ବଜାରରେ ମୋଟ ୧୦.୫୫ କୋଟି ଥିଲେ  ବ୍ୟକ୍ତିଗତ ନିବେଶକ। ଏଥିମଧ୍ୟରୁ ମହିଳାଙ୍କ ଅଂଶ ୨.୫୨ କୋଟି ବା ୨୩.୯% ରହିଛି । ସେହିପରି ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ ଏବଂ କେରଳ ଭଳି ରାଜ୍ୟଗୁଡ଼ିକରେ ମୋଟ ସେୟାର ନିବେଶକଙ୍କ ମଧ୍ୟରେ ମହିଳାଙ୍କ ଭାଗ ୨୭%ରୁ ରହିଛି ଅଧିକ । ସେହିପରି ଏ ବର୍ଷ ଦିଲ୍ଲୀରେ ମହିଳା ନିବେଶକଙ୍କ ଭାଗ ୨୯.୮% ପର୍ଯ୍ୟନ୍ତ ପହଞ୍ଚିଯାଇଛି । ଗୋଆରେ ମୋଟ ନିବେଶକଙ୍କ ମଧ୍ୟରେ ମହିଳାଙ୍କ ଅଂଶ ସବୁଠାରୁ ଅଧିକ ୩୨% ହୋଇଛି । ଏହାବ୍ୟତୀତ ଚଣ୍ଡିଗଡ ଏବଂ ମିଜୋରାମରେ ବି ମହିଳା ନିବେଶକଙ୍କ ଅଂଶ ୩୧%ରୁ ଅଧିକ ରହିଛି । ଅକ୍ଟୋବରରେ ପୁଞ୍ଜି ବଜାରରେ ବର୍ଦ୍ଧିତ ଉତ୍‌ଥାନ ପତନ ଯୋଗୁ ନୂଆ ନିବେଶକଙ୍କ ସଂଖ୍ୟା ହ୍ରାସ ପାଇଛି । ଏନ୍‌ଏସ୍‌ଇ ତଥ୍ୟ ଅନୁସାରେ, ଅକ୍ଟୋବରରେ ୧୭.୯ ଲକ୍ଷ ନୂଆ ନିବେଶକ ପଞ୍ଜୀକରଣ କରାଇଛନ୍ତି । ଏହା ୫ ମାସରେ ସବୁଠୁ ଧୀମା ଏବଂ ସେପ୍ଟେମ୍ବର ତୁଳନାରେ ୧୮% କମ୍‌ । 

ସେହିପରି ସେପ୍ଟେମ୍ବରରେ ୨୧.୭ ଲକ୍ଷ ନିବେଶକ ପଞ୍ଜୀକରଣ କରାଇଥିଲେ । ଅକ୍ଟୋବରରେ ନୂଆ ନିବେଶକଙ୍କ ସଂଖ୍ୟା କମିବା ସତ୍ତେ୍ୱ ୨୦୨୪-୨୫ ଆର୍ଥିକବର୍ଷର ଅକ୍ଟୋବର ପର୍ଯ୍ୟନ୍ତ ପ୍ରତି ମାସ ନିବେଶକଙ୍କ ହାରାହାରି ପଞ୍ଜୀକରଣ ଦେଢ଼ ଗୁଣା ବଢ଼ିଛି ।  ବିଶ୍ଳେଷକଙ୍କ ଅନୁସାରେ,ଉତ୍‌ଥାନ-ପତନ ସତ୍ତେ୍ୱ ବଜାର ଜୋରଦାର ରିଟର୍ଣ୍ଣ ଦେଇଛି । ଏଥିପାଇଁ ଆକର୍ଷଣ ଜାରି ରହିଛି । ଅକ୍ଟୋବରରେ ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ନିବେଶକ ପଞ୍ଜୀକରଣ କରାଇଛନ୍ତି । ଏ ସମୟରେ ଦେଶବ୍ୟାପୀ ଯେତେ ନୂଆ ନିବେଶକ ସେୟାର ଟ୍ରେଡିଂ ପାଇଁ ପଞ୍ଜୀକରଣ କରିଥିଲେ ସେଥିମଧ୍ୟରୁ ସବୁଠୁ ଅଧିକ ୧୩.୩% ବା ୨.୩୮ ଲକ୍ଷ ନିବେଶକ ଉତ୍ତର ପ୍ରଦେଶରୁ ଅଛନ୍ତି । ୨.୩୭ ଲକ୍ଷ ନୂଆ ନିବେଶକଙ୍କ ସହ ମହାରାଷ୍ଟ୍ର ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଛି । ଆଶ୍ଚର୍ଯ୍ୟର ବିଷୟ ହେଉଛି ଅକ୍ଟୋବରରେ ଉତ୍ତର ପ୍ରଦେଶରେ ନୂଆ ପଞ୍ଜୀକରଣ ସେପ୍ଟେମ୍ବର ତୁଳନାରେ ୧୯.୮% ଖସିଛି । ଅନ୍ୟପକ୍ଷରେ ଦେଶବ୍ୟାପୀ ହାରାହାରି ହ୍ରାସ ୧୮% ରହିଛି ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.