ନୂଆଦିଲ୍ଲୀ : ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏକ ପ୍ରମୁଖ ମଧ୍ୟସ୍ଥିର ଭୂମିକା ଗ୍ରହଣ କରୁଥିବା ପାକିସ୍ତାନ , ୱାଶିଂଟନ ସହିତ ଡବଲ ଗେମ୍ ଖେଳୁ ଥିବାର ଅଭିଯୋଗ ହେଉଛି। କାରଣ ପାକିସ୍ତାନ ସମ୍ପ୍ରତି ରୁଷ, ଚୀନ୍ ଏବଂ ଅନ୍ୟାନ୍ୟ ଦେଶ ସହିତ ବାଣିଜ୍ୟ କରିବା ପାଇଁ ଇରାନକୁ ଛଅଟି ସ୍ଥଳପଥ ପ୍ରଦାନ କରିଛି। ବିଶ୍ୱାସ କରାଯାଉଛି ଯେ, ହର୍ମୁଜ୍ ପ୍ରଣାଳୀ ଦେଇ ବାଧାପ୍ରାପ୍ତ ସମୁଦ୍ର ବାଣିଜ୍ୟର ବିକଳ୍ପ ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ରାସ୍ତା ମାଧ୍ୟମରେ, ଇରାନ ଏବେ ଆମେରିକାର ଅବରୋଧ ସତ୍ତ୍ୱେ ରୁଷ, ଚୀନ୍ ଏବଂ ଅନ୍ୟାନ୍ୟ ଦେଶ ସହିତ ବାଣିଜ୍ୟ ଜାରି ରଖି ପାରିବ। ପାକିସ୍ତାନର ଏହି ପଦକ୍ଷେପ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯାନକୁ ଝଟକା ଦେଇଛି, ଯାହା ମାଧ୍ୟମରେ ସେ ଇରାନକୁ ଆଣ୍ଠେଇବାକୁ ଚାହିଁ ଥିଲା।
ଯେହେତୁ ପାକିସ୍ତାନ ଆମେରିକା ସହିତ ବନ୍ଧୁତା ଭାବ ଏବଂ ଇରାନ ସହିତ ମଧ୍ୟ ବନ୍ଧୁତ୍ୱ, ତେଣୁ ଉଭୟଙ୍କୁ ସନ୍ତୁଷ୍ଟ କରିବା ଚକ୍କରରେ ପାକିସ୍ତାନ ଏହି ଡବଲ ଗେମ୍ରେ ଫସିବା ନଜର ଆସୁଛି। ଏହି ପଦକ୍ଷେପ ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ ଚଳିତ ସପ୍ତାହର ଆରମ୍ଭରେ ଇସଲାମାବାଦ, ଅଫିସିଆଲି ସ୍ତରରେ ଇରାନ ଯାଉଥିବା ସାମଗ୍ରୀ ପାଇଁ ଆନୁଷ୍ଠାନିକ ଭାବେ ଛଅଟି ସ୍ଥଳ ପରିବହନ ମାର୍ଗକୁ ମଞ୍ଜୁରି ଦେଇଛି। ଯାହାର ଉଦ୍ଦେଶ୍ୟ ଆରବ ସାଗରରେ ହର୍ମୁଜ୍ ପ୍ରଣାଳୀ ମଧ୍ୟ ଦେଇ ସାମୁଦ୍ରିକ ବାଣିଜ୍ୟର ଅବରୋଧରୁ ରକ୍ଷା ପାଇବା। ଶହବାଜ ସରିଫଙ୍କ ଏହି ନିଷ୍ପତ୍ତିରେ ଡୋନାଲ୍ଡ ଟ୍ରମ୍ପଙ୍କ "ମାସ୍କିମମ ପ୍ରେସର” ନୀତିକୁ ବଡ଼ ଝଟକା ଲାଗିପାରେ।
ଏବେ, ଆମେରିକାର ଜାତୀୟ ସୁରକ୍ଷା ବିଶେଷଜ୍ଞ ଡେରେକ ଜି. ଗ୍ରସମ୍ୟାନ ଚେତାବନୀ ଦେଇଛନ୍ତି , ଇରାନକୁ ଏହି ସ୍ଥଳପଥ ପ୍ରଦାନ କରି ପାକିସ୍ତାନ ଟ୍ରମ୍ପଙ୍କ "ସର୍ବାଧିକ ଆର୍ଥିକ ଚାପ" ରଣନୀତିକୁ ଦୁର୍ବଳ କରୁଛି। କାରଣ ଏହା ତେହେରାନକୁ ଆମେରିକାର ବନ୍ଦର ଅବରୋଧକୁ ଏଡ଼ାଇବା ଏବଂ ତୈଳ ବାଣିଜ୍ୟକୁ ଅବିରତ ଜାରି ରଖିବାରେ ସାହାଯ୍ୟ କରିବ।
ସେ ଏକ୍ସରେ ଏକ ପୋଷ୍ଟରେ ଲେଖୁଛନ୍ତି, ଟ୍ରମ୍ପ ପ୍ରଶାସନ, ଆପଣଙ୍କର ଏକ ସମସ୍ୟା ଅଛି। ଆପଣଙ୍କର ଭଲ ବନ୍ଧୁ ପାକିସ୍ତାନ ଇରାନକୁ ଛଅଟି ସ୍ଥଳପଥ ଖୋଲି ଦେଇଛି। ଏହା ଇରାନ ସରକାରଙ୍କୁ ହର୍ମୁଜରେ ଆପଣଙ୍କର ଅବରୋଧକୁ ଏଡ଼ାଇବାରେ ସାହାଯ୍ୟ କରିବ। ଏହା ଇରାନକୁ ଆମେରିକାର ଚାପର ସାମ୍ନା କରିବାରେ ସାହାଯ୍ୟ କରିବ। ଇସଲାମାବାଦ ପୁଣି ଥରେ ଆମେରିକା ସହିତ ଡବଲ ଖେଳ ଖେଳୁଛି।
ଆହୁରି ମଧ୍ୟ ପଢନ୍ତୁ : ଫୋନ୍ରେ ଟ୍ରମ୍ପ୍-ପୁଟିନ୍ ୯୦ ମିନିଟ୍ କଥାବାର୍ତ୍ତା, ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ଭିତରେ ଆଲୋଚନା