ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ନେଇ ରାହୁଲ ଗାନ୍ଧୀ ଓ ଜୟରାମ ରମେଶଙ୍କ ଭଳି କଂଗ୍ରେସ ନେତା ଟାର୍ଗେଟ୍ କରିଥିବା ବେଳେ , ଅନ୍ୟପଟେ ଦଳର ସାଂସଦ ଶଶି ଥରୁର୍‌ କିନ୍ତୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି , ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ସମର୍ଥନ ବଡ଼ ନେଗୋସିଏଟର ଭାବେ ଜାଣନ୍ତି। ତାଙ୍କର ପ୍ରତିରକ୍ଷା ମନ୍ତ୍ରୀ କାଲି ହିଁ କହିଥିଲେ କି ଟ୍ରମ୍ପ ଜଣେ ବହୁତ ବଡ଼ ନେଗୋସିଏଟର, କିନ୍ତୁ ଟ୍ରମ୍ପ ସେୟାର କରିଥିବା ବକ୍ତବ୍ୟରେ କହିଛନ୍ତି ଯେ, ପିଏମ୍‌ ନରେନ୍ଦ୍ର ମୋଦି ତାଙ୍କ ଠାରୁ ବଡ଼ ନେଗୋସିଏଟର। ଏହା ଖୁବ୍‌ ଆକର୍ଷଣୀୟ ହୋଇ ପାରିଛି। ସେ କହିଛନ୍ତି ଯେ ଏହି ଗସ୍ତ ଭଲ ରହିଛି। ଆମେରିକା ଭାରତକୁ ଏଫ-୩୫ ଫାଇଟର ଜେଟ୍‌ ବିକ୍ରି କରିବାରେ ସହମତି ପ୍ରକାଶ କରିଛି। ଏଥିରେ ଭାରତକୁ ବହୁତ ବଡ଼ ଫାଇଦା ମିଳିବ।

ଶଶି ଥରୁର କହିଛନ୍ତି , ଭାରତ ପାଖରେ ରାଫେଲ ଭଳି ଫାଇଟର ଜେଟ୍‌ ପୂର୍ବରୁ ଅଛି। ଏବେ ଏଫ୍‌-୩୫ ପାଇବା ପରେ ଶକ୍ତିରେ ଆହୁରି ବୃଦ୍ଧି ଘଟିବ। ସେ କହିଛନ୍ତି , ଡୋନାଲ୍ଡ ଟ୍ରମ୍ପ ନିଜକୁ ହାର୍ଡ ବାରଗେନର ମାନନ୍ତି ଏବଂ ଏହାକୁ ନେଇ ଗର୍ବ କରନ୍ତି। ଏବେ ଯଦି ସେ କହିଛନ୍ତି ଯେ ପିଏମ୍‌ ନରେନ୍ଦ୍ର ମୋଦି ତାଙ୍କ ଠାରୁ ଭଲ ନେଗୋସିଏଟର ତ ଏହା ବଡ଼ କଥା। ଡୋନାଲ୍ଡ ଟ୍ରମ୍ପ ଜଣେ ଏମିତି ବ୍ୟକ୍ତି , ଯିଏ କି କ୍ୱୋଚିତ କାହାକୁ ପ୍ରଶଂସା କରିଥାନ୍ତି। ଏମିତି ବ୍ୟକ୍ତି ମଧ୍ୟ ଯଦି ଭାରତର ପିଏମଙ୍କର ପ୍ରଶଂସା କରୁଥନ୍ତି ଏହା ଭଲ କଥା। 

ଶଶି ଥରୁରଙ୍କର ଏହି ଷ୍ଟାଣ୍ଡ ପାର୍ଟି ମତ ପୂରା ଅଲଗା। ରାହୁଲ ଗାନ୍ଧୀ ତ ପିଏମ ମୋଦିଙ୍କ ଉପରେ ତୀକ୍ଷଣ ହମଲା କରିଛନ୍ତି ଏବଂ କହିଛନ୍ତି ଯେ, ସେ ବିଦେଶରେ ମଧ୍ୟ ଗୌତମ ଅଦାନୀଙ୍କ ରକ୍ଷା କରିବାର ନଜର ଆସୁଛି। 

ଉଲ୍ଲେଖନୀୟ ଯେ, ଗୌତମ ଅଦାନୀଙ୍କୁ ନେଇ ଆମେରିକାରେ ପିଏମ ମୋଦିଙ୍କୁ ଏକ ପ୍ରଶ୍ନ ପଚରା ଯାଇଥିଲା। ଏହା ଉପରେ ପିଏମ୍‌ ମୋଦି କହି ଥିଲେ ଯେ, କୌଣସି ବ୍ୟକ୍ତି ବିଷୟରେ ପ୍ରଶ୍ନ ପଚରାଯିବା ଉଚିତ ନୁହେଁ। ଏହି ମଞ୍ଚ ଦ୍ୱିପାକ୍ଷୀୟ ସଂପର୍କକୁ ନେଇ ଏବଂ ଏଠାରେ ଦୁଇ ଦେଶ ମଧ୍ୟରେ ଜଡ଼ିତ ପ୍ରଶ୍ନ ହେବା ଉଚିତ। ଏହା ଉପରେ ରାହୁଲ ଗାନ୍ଧୀ ତାଙ୍କ ଉପରେ ଟାର୍ଗେଟ୍‌ କରିଥିଲେ। ଏହା ବ୍ୟତୀତ ଜୟରାମ ରମେଶଙ୍କ ଭଳି ଅନ୍ୟ ନେତାମାନେ ମଧ୍ୟ ପିଏମ୍ ମୋଦିଙ୍କ ଉପରେ ହମଲା କରିଥିଲେ। ହେଲେ ଏମିତି ପ୍ରଥମ ଥର ନୁହେଁ , ଯେବେ କି ଶଶି ଥରୁର ପିଏମ୍‌ ମୋଦିଙ୍କ ପ୍ରଶଂସା କରିଛନ୍ତି। ସେ ପୂର୍ବରୁ ମଧ୍ୟ ଅନେକ ଥର ତାଙ୍କର ପ୍ରଶଂସା କରି ସାରିଛନ୍ତି। ଖାଲି ଏତିକି ନୁହେଁ, ତାଙ୍କୁ ସେ ଅନେକ ଥର ସାକ୍ଷାତ୍ ବି କରି ସାରିଛନ୍ତି।