ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଟିଏମସି ସରକାର ଯିବାର କାରଣ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ । ଦଳର ଅନେକ ନେତା ଏଭଳି କହୁଥିବାବେଳେ ଜଣକ ପରେ ଜଣେ ଦଳ ଛାଡ଼ୁଛନ୍ତି । କିଏ ସିଧାସିଧା ନାଁ ନେଇ ଟାର୍ଗେଟ କରୁଛି ତ ଆଉ କିଏ ନାଁ ନନେଇ ଦଳରେ ବିଦ୍ରୋହର କାରଣ ସେ ବୋଲି କହୁଛି । ରାଜ୍ୟ ପରେ ଦିଲ୍ଲୀରେ ମଧ୍ୟ ଟିଏମସି ଦୁଇ ଭାଗ ହେବାକୁ ଯାଉଛି । ତେବେ ବିଦ୍ରୋହୀ ସାଂସଦଙ୍କ ମଧ୍ୟରେ ଶତ୍ରୁଘ୍ନ ସିହ୍ନାଙ୍କ ନାମ ରହିଥିବା ଚର୍ଚ୍ଚା ହେଉଥିବାବେଳେ ସେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଶତ୍ରୁଘ୍ନ ସିଧା ସିଧା କହିଛନ୍ତି କି, ମୁଁ କୌଣସି ବିଦ୍ରୋହୀ ସାଂସଦଙ୍କ ସହ ନାହିଁ କିମ୍ବା କୌଣସି କାଗଜରେ ସ୍ବାକ୍ଷର କରିନାହିଁ । ଏହାସହ ଅଭିଷେକଙ୍କ ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରାଯାଇଥିବାବେଳେ ଏହାର ଉତ୍ତର ରଖିଛନ୍ତି ଶତ୍ରୁଘ୍ନ । ସେ କହିଛନ୍ତି କି, ଦଳରେ ମୁଁ କାହା କଥା ଶୁଣେନାହିଁ । ମମତା ହେଉଛନ୍ତି ମୋ ନେତା ମୁଁ ତାଙ୍କ କଥା ଶୁଣେ । ଦଳର ଆଉ କାହା କଥା ଶୁଣେନାହିଁ । ଏକ ଜାତୀୟ ଗଣମାଧ୍ୟମରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶତ୍ରୁଘ୍ନ ।

ଏହାସହ ମମତା ବାନାର୍ଜୀଙ୍କ ପୁତୁରାଙ୍କୁ ନେଇ କଲ୍ୟାଣ ବାନାର୍ଜୀ ଦେଇଥିବା ପ୍ରତିକ୍ରିୟାକୁ ବିସ୍ତୃତଭାବେ ବୁଝାଇଛନ୍ତି ଶତ୍ରୁଘ୍ନ । ସେ କହିଛନ୍ତି କି, କଲ୍ୟାଣ ଜଣେ ବୁଦ୍ଧିମାନ ବ୍ୟକ୍ତି । ସେ କହିଛନ୍ତି କି, ହୁଏତ ଅଭିଷେକଙ୍କ ସହ ତାଙ୍କ ବ୍ୟକ୍ତିଗତ ଶତ୍ରୁତା ଥାଇପାରେ କିନ୍ତୁ ସେ ବ୍ୟକ୍ତିଗତ ଭାବେ କହିଛନ୍ତି କି ମମତାଙ୍କ ସହ ରହିବେ । ଏହାସହ ମମତାଙ୍କ ସହ ଦଳରେ କାମ କରିବେ ବୋଲି ପ୍ରକାଶ କରିଛନ୍ତି । କହି ରଖୁଛୁ କି, କଲ୍ୟାଣ ବାନାର୍ଜୀ କହିଛନ୍ତି କି ଅଭିଷେକ ଦରକାର ନା ଆମେ । ଯାହାକୁ ନେଇ ଟିଏମସିରେ ଚର୍ଚ୍ଚା ଲାଗି ରହିଛି ।  

ଏହାସହ ପଢ଼ନ୍ତୁ : Emraan Hashmi: ହରିଦ୍ବାରରେ ଇମ୍ରାନ୍ ହାସମିଙ୍କ ସୁଟିଂ ସେଟରେ ହଙ୍ଗାମା, ଭାଇରାଲ ହେଉଛି ଭିଡିଓ...