ଭୁବନେଶ୍ଵର, ୧୧/୦୬ : ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ। ଷ୍ଟ୍ରେଟ୍ ଅଫ୍ ହୋର୍ମୁଜରେ ଘନେଇଲା ସଙ୍କଟ। ଆମେରିକାର ଆକ୍ରମଣ ପରେ ପୁଣି ଥରେ ହୋର୍ମୁଜ ପ୍ରଣାଳୀରେ କଟକଣା ଲଗାଇଲା ଇରାନ। ଗୁରୁବାର ଠାରୁ ହୋର୍ମୁଜରେ କୌଣସି ଜାହାଜକୁ ଅନୁମତି ମିଳିବନି ବୋଲି ତେହରାନ ଘୋଷଣା କରିଛି। ତେଲ ଟ୍ୟାଙ୍କର, ବାଣିଜ୍ୟିକ ଜାହାଜ ସମେତ ଯେକୌଣସି ବୁଡ଼ାଜାହାଜ ଏହି ଜଳମାର୍ଗ ଦେଇ ଗତିକରିବ ତାକୁ ଟାର୍ଗେଟ୍ କରାଯିବ ବୋଲି ଇରାନ ଚେତାବନୀ ଦେଇଛି।
IRGC ଅନୁଯାୟୀ, ଆମେରିକାର ପୁନର୍ବାର ସାମରିକ ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ତେଲ ଟ୍ୟାଙ୍କର, ମାଲବାହୀ ଜାହାଜ ଏବଂ ଅନ୍ୟ ସମସ୍ତ ପ୍ରକାରର ସାମୁଦ୍ରିକ ଜାହାଜର ଗତିବିଧିକୁ ତୁରନ୍ତ ବନ୍ଦ କରାଯାଇଛି। ଇରାନୀ ଗଣମାଧ୍ୟମ ଅନୁଯାୟୀ, ହୋର୍ମୁଜ୍ ପ୍ରଣାଳୀରେ ଆମେରିକୀୟ ନୌସେନା ଏବଂ IRGC ନୌସେନା ମଧ୍ୟରେ ତୀବ୍ର ଉତ୍ତେଜନା ଏବଂ ଗୁଳି ବିନିମୟ ହୋଇଛି। IRGC ନୌସେନା ଦାବି କରିଛି ଯେ ଏହାର ଅନୁମତି ବିନା ହୋର୍ମୁଜ୍ ଦେଇ ଯିବାକୁ ଚେଷ୍ଟା କରିଥିବା ଦୁଇଟି ଜାହାଜକୁ ଟାର୍ଗେଟ କରାଯାଇଛି। ତେବେ ଇରାନର ଦାବିକୁ ଆମେରିକା ଖଣ୍ଡନ କରିଛି। ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ, ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ପୁରାପୁରି ବନ୍ଦ ନାହିଁ। ଆମେରିକୀୟ ଜାହାଜ ଉପରେ ସେଭଳି କୌଣସି ହମଲା ହୋଇନି।
ହରମୁଜ୍ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ। ଯାହା ବିଶ୍ୱ ତୈଳ ଯୋଗାଣର ଏକ ଗୁରୁତ୍ୱପୂର୍ଣ୍ଣ ପରିବହନ ମାର୍ଗ। ଇରାନର ଏହି ଘୋଷଣା ପରେ ଅନ୍ତର୍ଜାତୀୟ ବଜାର ଏବଂ ଶକ୍ତି କ୍ଷେତ୍ରରେ ହଇଚଇ ସୃଷ୍ଟି ହୋଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଯେ, ଇରାନର ନିରନ୍ତର ଆକ୍ରମଣାତ୍ମକ କାର୍ଯ୍ୟକଳାପର ଜବାବରେ ଆତ୍ମରକ୍ଷା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ହୋର୍ମୁଜ୍ ପ୍ରଣାଳୀକୁ ବିଶ୍ୱ ଶକ୍ତି ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱର ତୈଳ ଏବଂ ଗ୍ୟାସର ଏକ ବଡ଼ ଅଂଶ ଏହି ସମୁଦ୍ର ପଥ ଦେଇ ଗତି କରେ। ତେଣୁ, ଏହି ମାର୍ଗ ବନ୍ଦ ହେବା ଦ୍ୱାରା ଅନ୍ତର୍ଜାତୀୟ ତୈଳ ବଜାର ଏବଂ ବିଶ୍ୱ ବାଣିଜ୍ୟ ଉପରେ ଏକ ବଡ଼ ପ୍ରଭାବ ପଡ଼ିପାରେ।
ଆହୁରି ପଢନ୍ତୁ- କତାର୍ ପରେ ଇରାନ ସହ UAEର ଗୁପ୍ତ ଡିଲ୍; ତେହେରାନକୁ ଗଲା ୩ ବିଲିୟନ ଡଲାର, ଏଣିକି ଦୁବାଇ-ଆବୁଧାବି ଉପରେ ହେବନି ଆକ୍ରମଣ !
ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ