ନୂଆଦିଲ୍ଲୀ,୧୧/୦୬; ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଘନଘଟା । ଇରାନ-ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ପୁଣି ଲଢେଇ ହୋଇଛି । ହୋର୍ମୁଜ ନିକଟରେ ଜାହାଜକୁ ଟାର୍ଗେଟ କରାଯାଇଛି । ଓମାନ ପାଖରେ ଭାରତୀୟ ସିପ୍ ଜଳବୀର ଉପରେ ହମଲା ହୋଇଛି । ୩ ଦିନରେ ତୃତୀୟ ଜାହାଜ ଉପରେ ଆକ୍ରମଣ । ଏଥିରେ ଭାରତୀୟ ନାବିକମାନେ ମଧ୍ୟ ଅଛନ୍ତି । ଜାହାଜର କୌଣସି ମୃତାହତ କିମ୍ବା କ୍ଷତିର ରିପୋର୍ଟ ନାହିଁ । ସେପଟେ ହୋର୍ମୁଜ ଷ୍ଟ୍ରେଟ୍ ସିଲ୍ କରିଛି ଇରାନ୍ । ଓମାନ ଉପକୂଳରେ MT ଜଳବୀର ନାମକ ଏକ ଜାହାଜ ଆକ୍ରମଣର ଶିକାର ହୋଇଛି । ଓମାନରେ ଥିବା ଭାରତୀୟ ଦୂତାବାସ ଏକ୍ସରେ କହିଛି - "ଆଜି ସକାଳେ ଓମାନର ଶିନାସ୍ ବନ୍ଦରରୁ ଏକ ଜାହାଜ ସହିତ ଜଡିତ ଏକ ଘଟଣା ବିଷୟରେ ଆମେ ଜାଣିବାକୁ ପାଇଛୁ। ଆମେ ପରିସ୍ଥିତି ଉପରେ କଡ଼ା ନଜର ରଖିଛୁ ଏବଂ ଅଧିକ ବିବରଣୀ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖିଛୁ।"
ଓମାନ ତଟଠାରେ ଗତକାଲି ହୋର୍ମୁଜ ପ୍ରଣାଳୀ ନିକଟରେ ଏକ ତୈଳ ଟ୍ୟାଙ୍କର ‘ସେଟେବେଲୋ’ ଉପରେ ଆକ୍ରମଣ ହୋଇଥିଲା । ଏହାପରେ ଟ୍ୟାଙ୍କର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ସେଥିରେ ୨୪ ଜଣ ଭାରତୀୟ ଥିଲେ । ଆମେରିକା ସେନା ଆକ୍ରମଣରେ ୩ ଭାରତୀୟଙ୍କର ମୃତ୍ୟୁ ହୋଇଛି । ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି । ଟ୍ୟାଙ୍କରରେ ପାଲାଉ ଦେଶର ପତାକା ଲାଗିଥିଲା । ଆକ୍ରମଣ ବେଳେ ଟ୍ୟାଙ୍କରଟି ଓମାନର ସୋହାର ବନ୍ଦରଠାରୁ ପ୍ରାୟ ୩୭ କିମି ଦୂରରେ ଥିଲା । ଏହି ଆକ୍ରଣକୁ ୨୪ ଘଣ୍ଟା ନପରୁଣୁ ଓମାନ ତଟରେ ଏମଟି ଜଳବୀର ଉପରେ ଆକ୍ରମଣ ହୋଇଛି । ସମୁଦ୍ରରେ ଜଳୁଛି ଜଳବୀର । ଘଟଣା ପରେ କର୍ତ୍ତୃପକ୍ଷ କଡ଼ା ନଜର ରଖିଛନ୍ତି ।
Embassy of India in Oman- "We have learnt of an incident involving a vessel off Shinas port of Oman, earlier today. We are closely monitoring the situation and coordinating with the local authorities for further details." pic.twitter.com/WaURqjNJox
— ANI (@ANI) June 11, 2026
ତିନି ଦିନରେ ତିନୋଟି ଜାହାଜ ଉପରେ ଆକ୍ରମଣ- MT ଜଳବୀର ଆକ୍ରମଣ ପୂର୍ବରୁ, ଗତ ଦୁଇ ଦିନ ଧରି ଓମାନ ଉପକୂଳରେ ଆକ୍ରମଣ ହୋଇଛି । ଏହା ଜାହାଜ ଉପରେ ଲଗାତାର ତୃତୀୟ ଆକ୍ରମଣ । ବୁଧବାର ତୈଳ ଟ୍ୟାଙ୍କର ‘ସେଟେବେଲୋ’ହୋଇଥିବା ଆକ୍ରମଣକୁ କଡ଼ା ସମାଲୋଚନା କରାଯାଇଥିଲା । ଭାରତ ଏହି ମାମଲାରେ ଆମେରିକାର ରାର୍ଜ ଡି ଆଫେୟର୍ସ ଜେସନ୍ ମିସ୍କଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ସମନ କରି ଏକ ଆନୁଷ୍ଠାନିକ ପ୍ରତିବାଦ ଦାଖଲ କରିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆମେରିକାର ଡେପୁଟି ଚିଫ୍ ମିଶନଙ୍କୁ ସମନ କରିବା ଏବଂ ଦୁଇଟି ଜାହାଜ ଉପରେ ଆକ୍ରମଣ ସମ୍ପର୍କରେ କହିଛନ୍ତି, ଏହି ମାମଲାରେ ବୈଦେଶିକ ବିଭାଗ ଭାରତ ସରକାରଙ୍କ ସହିତ ସିଧାସଳଖ ଯୋଗାଯୋଗରେ ଅଛନ୍ତି ।
ଏହା ବି ପଢନ୍ତୁ...Hormuz Crisis : ହୋର୍ମୁଜ୍ ଷ୍ଟ୍ରେଟ୍ ସିଲ୍ କଲା ଇରାନ, ବିନା ଅନୁମତିରେ ଜାହାଜ ଗଲେ ଆକ୍ରମଣ କରିବାକୁ ଚେତାବନୀ