ନୂଆଦିଲ୍ଲୀ: ହରିଦ୍ବାରରୁ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁ ଭିଡିଓରେ ହିନ୍ଦୁ ସଂଗଠନ ସହ ହଙ୍ଗାମା ହୋଇଛି । ବଲିଉଡ ଅଭିନେତା ଇମ୍ରାନ ହାସମିଙ୍କ ସୁଟିଂ ସେଟରେ ଏହି ଜଗଡ଼ା ହୋଇଥିବା ଦେଖିବାକୁ ମିଳିଛି । ସୁଟିଂ ପାଇଁ ଲାଗିଥିବା ଏକ ସାଇନ୍ ବୋର୍ଡର ଲେଖା ପାଇଁ ବିବାଦ ହୋଇଛି । ତେବେ ଏହି ଯୁକ୍ତିବେଳେ ଇମ୍ରାନଙ୍କ ସୁଟିଂ ସେଟରେ ଅଭିନେତା ଅପାରଶକ୍ତି ଖୁରାନା ଉପସ୍ଥିତ ଥିଲେ ।
उत्तराखंड –
— Sachin Gupta (@Sachingupta) June 11, 2026
हरिद्वार में इमरान हाशमी के फिल्म सेट (एक मकान) पर "बार एंड रेस्टोरेंट" का बोर्ड लगा देखकर हिंदू संगठन भड़क गए, हंगामा खड़ा कर दिया। उन्हें आपत्ति थी कि ऐसा बोर्ड नहीं लगाना चाहिए, जिससे देवभूमि हरिद्वार की पवित्रता खराब हो। pic.twitter.com/cn7UcSlQbA
କହି ରଖୁଛୁ କି, ହରିଦ୍ବାରରେ ଇମ୍ରାନଙ୍କ ଏକ ଫିଲ୍ମର ସୁଟିଂ ଚାଲିଛି । ସେଟ ପାଇଁ ଏକ ବୋର୍ଡ ଲାଗିଥିଲା । ଯେଉଁଥିରେ କାଫେ ଏବଂ ବାର ଲେଖାଯାଇଥିଲା । ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ଏହି ସାଇନବୋର୍ଡକୁ ସ୍ଥାନୀୟ ଲୋକେ ପ୍ରଥମେ ବିରୋଧ କରିଥିଲେ । ସୁଟିଂ ପାଇଁ ନକଲି ସାଇନବୋର୍ଡ ଲାଗିଥିବାବେଳେ ହରିଦ୍ବାର ଭଳି ପବିତ୍ର ସ୍ଥାନରେ ବାର ଶବ୍ଦ ବ୍ୟବହାରକୁ ବିରୋଧ କରାଯାଇଥିଲା । ଏହାକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନ ମଧ୍ୟ ହଙ୍ଗାମା କରିଥିଲେ ।
ହରିଦ୍ବାରର ବହୁ ହିନ୍ଦୁ ସଂଗଠନ ଘଟଣାସ୍ଥଳରେ ପହଞ୍ଚି ଏହାକୁ ବିରୋଧ କରିଥିଲେ । ପରେ ସେମାନେ ଯୁକ୍ତି କରିଥିଲେ । ହରିଦ୍ବାରର ସାଂସ୍କୃତିକ ଏବଂ ଧାର୍ମିକ ପ୍ରତିଛବିକୁ ଏହା ଖରାପ କରୁଥିବା ମଧ୍ୟ ଅଭିଯୋଗ କରାଯାଇଥିଲା । ଯୁକ୍ତି ବଢ଼ିବା ପରେ ବାର ଲେଖାଥିବା ସାଇନବୋର୍ଡକୁ ହଟାଯାଇଥିଲା । ଘଟଣାକୁ ଶାନ୍ତ କରିବା ପାଇଁ ଏହା ଏହାକୁ ହଟାଯାଇଥିଲା । ତେବେ ସେ କେଉଁ ଫିଲ୍ମର ସୁଟିଂ ଚାଲିଥିବା ତାହା ଜଣାପଡ଼ିନାହିଁ । ଏନେଇ ଇମ୍ରାନ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
ଏହାସହ ପଢ଼ନ୍ତୁ : Priya Rajvansh Case: ପ୍ରିୟା ରାଜବଂଶଙ୍କ ହତ୍ୟା ଘଟଣା, ଜାଣନ୍ତୁ ସମ୍ପୂର୍ଣ୍ଣ ରହସ୍ୟ