ମସ୍କଟ, ୧୧/୦୬: ଓମାନ ତଟଠାରେ ହୋର୍ମୁଜ ପ୍ରଣାଳୀ ନିକଟରେ ଏକ ତୈଳ ଟ୍ୟାଙ୍କର ‘ସେଟେବେଲୋ’ ଉପରେ ଆକ୍ରମଣ ହୋଇଛି । ଏହାପରେ ଟ୍ୟାଙ୍କର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ସେଥିରେ ୨୪ ଜଣ ଭାରତୀୟ ଥିଲେ । ଆକ୍ରମଣ ପରେ ୩ ଭାରତୀୟ ନିଖୋଜ ଥିବା ଜଣାପଡ଼ିଛି । ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି । ଟ୍ୟାଙ୍କରରେ ପାଲାଉ ଦେଶର ପତାକା ଲାଗିଥିଲା । ଆକ୍ରମଣ ବେଳେ ଟ୍ୟାଙ୍କରଟି ଓମାନର ସୋହାର ବନ୍ଦରଠାରୁ ପ୍ରାୟ ୩୭ କିମି ଦୂରରେ ଥିଲା । ତେବେ କିଏ ଏହି ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇନାହିଁ ।

ବ୍ରିଟେନ ମାରିଟାଇମ୍ ଟ୍ରେଡ୍ ଅପରେସନ୍ସ (ୟୁକେଏମ୍ଟିଓ) ମୁତାବକ, ଜାହାଜର ଇଞ୍ଜିନ ରୁମ୍‌ରେ ନିଆଁ ଲାଗିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରଥମେ ଜଣାପଡ଼ିଥିଲା । ଭାରତ ଏହି ଆକ୍ରମଣକୁ ଘୋର ନିନ୍ଦା କରିଛି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଓମାନ ସ୍ଥିତ ଭାରତୀୟ ଦୂତାବାସ ସ୍ଥିତି ଉପରେ ନଜର ରଖିଛି ଏବଂ ନିଖୋଜ ଭାରତୀୟଙ୍କ ସନ୍ଧାନ ଲାଗି ରେସ୍କୁ କାମରେ ଓମାନ କର୍ତ୍ତୃପକ୍ଷଙ୍କ ସହ ସକ୍ରିୟ ଭାବେ କାମ କରୁଛି ।

ଅଧିକ ପଢ଼ନ୍ତୁ :-  Hormuz Crisis : ହୋର୍ମୁଜ୍ ଷ୍ଟ୍ରେଟ୍ ସିଲ୍ କଲା ଇରାନ, ବିନା ଅନୁମତିରେ ଜାହାଜ ଗଲେ ଆକ୍ରମଣ କରିବାକୁ ଚେତାବନୀ

ଜାହାଜ ଉପରେ ଆମେରିକା ଆକ୍ରମଣ କରିଥିବା ସନ୍ଦେହ କରାଯାଉଥିବାବେଳେ ଦିଲ୍ଲୀ ସ୍ଥିତ ଆମେରିକୀୟ ଦୂତାବାସର ଅଧିକାରୀ ତଥା ପ୍ରଭାରୀ ରାଷ୍ଟ୍ରଦୂତ ଜେସନ ମିକ୍ସଙ୍କୁ ସମନ କରିଛି । ନୂଆଦିଲ୍ଲୀରେ ଏକ ୩୦ ମିନିଟ୍ର ବୈଠକରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜେସନ ମିକ୍ସଙ୍କୁ ଏକ ଆପତ୍ତି ପତ୍ର ହସ୍ତାନ୍ତର କରାଯାଇଛି ।