PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

ଶିନା ବୋରା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ୍, ସୁପ୍ରିମକୋର୍ଟ କହିଲେ- ଶୁଣାଣି ଶୀଘ୍ର ସରିବାର ସମ୍ଭାବନା ନାହିଁ

ନୂଆଦିଲ୍ଲୀ,୧୮।୫: ମୁମ୍ବାଇର ବହୁ ଚର୍ଚ୍ଚିତ ଶିନା ବୋରା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ମିଳିଲା ଜାମିନ୍। ବୁଧବାର ସୁପ୍ରିମକୋର୍ଟ ଇନ୍ଦ୍ରାଣୀଙ୍କୁ ଜାମିନ୍ ଦେଇଛନ୍ତି। ଜଷ୍ଟିସ୍ ଏଲ.ନାଗେଶ୍ବର ରାଓ, ଜଷ୍ଟିସ ବିଆର ଗଭଇ ଓ ଜଷ୍ଟିସ୍ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠ କହିଥିଲେ, ମାମଲାର ଶୁଣାଣି ଶୀଘ୍ର ସରିବାର ସମ୍ଭାବନା ନାହିଁ। ଶୁଣାଣି ବେଳେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ମୁକୁଲ ରୋହତଗୀ ହାଜର ହୋଇଥିଲେ। ସେ କହିଥିଲେ,ଅଭିଯୁକ୍ତ ଇନ୍ଦ୍ରାଣୀ ଧାରା ୪୩୭ ଅନୁସାରେ ସ୍ବତନ୍ତ୍ର ରିହାତି ପାଇବାକୁ ହକଦାର। ଗତ ବହୁ ବର୍ଷ ହେବ ଜେଲରେ ଅଛନ୍ତି, ୧୧ ମାସ ହେବ ଶୁଣାଣି ଆଗକୁ ବଢିପାରୁନି। ତାଙ୍କୁ ଗତ କିଛି ବର୍ଷ ହେବ କୌଣସି ପାରୋଲ ମଧ୍ୟ ମିଳିନି। ତେବେ ଇନ୍ଦ୍ରାଣୀଙ୍କ ସ୍ବାମୀ ପିଟରଙ୍କୁ ଜାମିନ୍ ମିଳିଯାଇଛି। ଏହା ପୂର୍ବରୁ ଇନ୍ଦ୍ରାଣୀ ବମ୍ବେ ହାଇକୋର୍ଟରେ ଜାମିନ୍ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଥିଲା।

ଉଲ୍ଲେଖନୀୟ ଯେ,ଇନ୍ଦ୍ରାଣୀ  ଅଗଷ୍ଟ ୨୦୧୫ ରେ ଗିରଫ ହେବାପରେ ମୁମ୍ବାଇର ବାଇକୁଲା ମହିଳା ଜେଲ୍‌ରେ ବନ୍ଦ ଥିଲେ। ଶିନା ବୋରା ହତ୍ୟା ମାମଲାର ଶୁଣାଣି କରୁଥିବା ସିବିଆଇର ସ୍ବତନ୍ତ୍ର କୋର୍ଟ ବହୁବାର ଇନ୍ଦ୍ରାଣୀଙ୍କ ଜାମିନ୍ ଆବେଦନ ଖାରଜ କରିସାରିଛନ୍ତି। ଶିନାଙ୍କ ହତ୍ୟା ଅଭିଯୋଗ ଇନ୍ଦ୍ରାଣୀ ଓ ତାଙ୍କର ପୂର୍ବତନ ସ୍ବାମୀ ସଞ୍ଜୀବ ଖାନ୍ନାଙ୍କ ଉପରେ ରହିଛି। ସିବିଆଇର ସୂଚନା ଅନୁସାରେ, ୨୪ ଏପ୍ରିଲ ୨୦୧୨ ରେ ଇନ୍ଦ୍ରାଣୀଙ୍କ ପୂର୍ବତନ ସ୍ବାମୀ ସଞ୍ଜୀବ ଓ ଡ୍ରାଇଭର ଶ୍ୟାମବର ରାୟ ୨୪ ବର୍ଷୀୟ ଶିନା ବୋରାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ। ଏହାପରେ ଏହି ଲୋକମାନେ ମୃତଦେହକୁ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଏକ ଜଙ୍ଗଲ ଭିତରେ ଜଳାଇ ଦେଇଥିଲେ।

ସୁପ୍ରିମକୋର୍ଟ କହିଛନ୍ତି, ଆବେଦନକାରୀଙ୍କ ବିରୋଧରେ ଅଭିଯୋଗ କରାଯାଇଛି ଯେ, ରାହୁଲ ମୁଖାର୍ଜୀଙ୍କ ସହିତ ତାଙ୍କ ଝିଅର ପ୍ରେମ ସମ୍ପର୍କ ଥିବା କାରଣରୁ ସେ ହତ୍ୟା ଷଡଯନ୍ତ୍ର କରିଥିଲେ। ରାହୁଲ ହେଉଛନ୍ତି ପିଟର ମୁଖାର୍ଜୀ ଓ ତାଙ୍କ ପୂର୍ବତନ ପତ୍ନୀଙ୍କର ପୁଅ। ଆମେ ଆବେଦନକାରୀଙ୍କ ଗୁଣ ଓ ଦୋଷ ଉପରେ କୌଣସି ଟିପ୍ପଣୀ ଦେଉନାହୁଁ। ଯଦି ଅଭିଯୋଗକାରୀ ପକ୍ଷ ୫୦ ପ୍ରତିଶତ ପ୍ରମାଣ ଯୋଗାଇ ଦିଏ, ତଥାପି ମଧ୍ୟ ମାମଲା ଶୀଘ୍ର ଶେଷ ହୋଇପାରିବନି। ପିଟର ମୁଖାର୍ଜୀଙ୍କ ଉପରେ ଲାଗୁ କରାଯାଇଥିବା ସର୍ତ୍ତ ମଧ୍ୟ ତାଙ୍କ ଉପରେ ଲାଗୁ କରାଯିବ।

ସମ୍ବନ୍ଧିତ ଖବର