ଶିଜାନଙ୍କ ଭଉଣୀ ଫଲକ ହସ୍ପିଟାଲରେ ଭର୍ତ୍ତି, ପୋଷ୍ଟ ସେୟାର କରି ଏମିତି ଲେଖିଲେ ଅଭିନେତାଙ୍କ ମା’

abplive
ମୁମ୍ବାଇ ୨୩/୦୧: ଟିଭି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାକୁ ପ୍ରାୟ ଏକ ମାସ ହୋଇଗଲାଣି। ଏହି ମାମଲାରେ ଅଭିନେତ୍ରୀଙ୍କ ସହ-କଳାକାର ଶିଜାନ ଖାନ ନ୍ୟାୟିକ ହେପାଜତରେ ଅଛନ୍ତି। ଅଭିନେତା ତାଙ୍କ ଓକିଲଙ୍କ ଜରିଆରେ ଅନେକ ଥର ଜାମିନ ପାଇଁ ଆବେଦନ କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ କୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇନାହାଁନ୍ତି। ବର୍ତ୍ତମାନ ଶିଜାନଙ୍କ ଭଉଣୀ ଫଲକ ନାଜଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରି ଶିଜନଙ୍କ ମା ତାଙ୍କ ପରିବାରକୁ କାହିଁକି ଦଣ୍ଡ ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି।

ଶିଜାନଙ୍କ ମା’ ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଫଲକ ନାଜଙ୍କ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଡାକ୍ତରଖାନା ବେଡ ଉପରେ ନଜର ଆସିଛନ୍ତି। ଫଲକଙ୍କ ସ୍ୱାସ୍ଥ୍ୟ ବିଷୟରେ ସେ ଲେଖିଛନ୍ତି, ମୁଁ ବୁଝି ପାରୁନି ଆମ ପରିବାରକୁ କେଉଁ ଅପରାଧର ଦଣ୍ଡ ଦିଆଯାଉଛି ଏବଂ କାହିଁକି? କଏଦୀ ଭାବରେ କୌଣସି ପ୍ରମାଣ ନଥାଇ ମୋ ପୁଅ ଶିଜାନ ଗତ ଏକ ମାସ ହେବ ଜେଲ ଦଣ୍ଡ ଭୋଗୁଛି। ମୋ ଝିଅ ଫଲକ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଶିଜାନର ସାନଭାଇ ଜଣେ ଅଟିଷ୍ଟିକ୍ ପିଲା ଏବଂ ସେ ଅସୁସ୍ଥ ଅଛି। ଜଣେ ମାକୁ ଅନ୍ୟର ପିଲାକୁ ଭଲ ପାଇବା ଅପରାଧ କି? କଣ ଏହା ବେଆଇନ? ‘

ସେ ଆହୁରି ଲେଖିଛନ୍ତି , ‘ଫଲକ ତୁନିଶାକୁ ସାନ ଭଉଣୀ ପରି ଭଲ ପାଇବା ଅପରାଧ ନା ବେଆଇନ ଥିଲା? ଶିଜାନ ଏବଂ ତୁନିଶାକୁ ସେମାନଙ୍କ ରିଲେସନସିପକୁ ସ୍ପେସ୍ ଦେବା ଅପରାଧ ଥିଲା କି? ସେହି ଝିଅକୁ ଭଲ ପାଇବା ଆମର ଅଧିକାର ନଥିଲା କି ? ଆମର ଅପରାଧ କ’ଣ? ‘