ନୂଆଦିଲ୍ଲୀ,୦୧/୦୯: ଚୀନ୍‌ ତିଆନଜିନ୍‌ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଏକାଠୀ ହୋଇଛନ୍ତି ବିଶ୍ୱ ଲିଡର । ସମ୍ମିଳନୀରେ କିଛି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଓ ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ହାତ ଧରାଧରି ହୋଇ ହସୁଥିବା ଦେଖିବାକୁ ମିଳିଥିଲା । ପିଏମ୍‌ ମୋଦି ଓ ପୁଟିନ୍‌ ପରସ୍ପରର ହାତ ଧରାଧରି ହୋଇ ଯାଉଥିଲେ ଏହି ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍‌ ଗୋଟିଏ କୋଣରେ ଛିଡା ହୋଇଥିବା ଦେଖିବାକୁ ମିଳିଛି ।  ସୋସିଆଲ ମିଡିଆରେ ଏହି ସମୟରେ ଭିଡିଓ ଭାଇରାଲ ହୋଇଛି । ଭିଡିଓ ଦେଖି ଲାଗୁଥିଲା ଯେପରି ପିଏମ୍‌ ଶହବାଜ ସରିଫ୍‌ ଏକୁଟିଆ ପଡିଯାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ପୁଟିନ୍‌ ହାତ ଧରା ଧରି ହୋଇ କଥାବାର୍ତ୍ତା ହୋଇ ଯିବାର ଭିଡିଓ ଦୁନିଆ ଦେଖିଛି । ଏସ୍‌ସିଓ ଶିଖର ସମ୍ମିଳନୀରେ ୨୬ ଦେଶ ସାମିଲ ହୋଇଛନ୍ତି । ପାକିସ୍ତାନ ବି ସମିଟ୍‌ର ସଦସ୍ୟ ରହିଛି । ସେଠାରେ ପାକ୍‌ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍‌ ଉପସ୍ଥିତ ଥିଲେ । ହେଲେ ସେ ଏକଦମ ଏକୁଟିଆ ପଡିଯାଇଥିଲେ । ତାଙ୍କ ସହିତ କେହି କଥା ନହେଉଥିବା ଦେଖିବାକୁ ମିଳିଥିଲା  । ଏହାକୁ ନେଇ ସୋସିଆଲ ମିଡିଆ ମିମ୍ସ ମଧ୍ୟ ଭାଇରାଲ ହେଉଛି ।


ଅଧିକ ପଢନ୍ତୁ...'ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ବଡ଼ ପ୍ରତିବନ୍ଧକ, କିଛି ଦେଶର ସମର୍ଥନ ସ୍ୱୀକାର ନୁହେଁ'... ଏସସିଓ ମଞ୍ଚରୁ ପାକ୍‌କୁ ସିଧା ଶୁଣାଇଲେ ପ୍ରଧାନମନ୍ତ୍ରୀ ମୋଦି

SCO ଘୋଷଣାପତ୍ରରେ ପହଲଗାମ ଆତଙ୍କୀ ହମଲାକୁ ନିନ୍ଦା- ଚୀନ୍‌ ତିଆନଜିନ୍‌ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ପହଲଗାମ ଆତଙ୍କୀ ଆକ୍ରମଣକୁ ନିନ୍ଦା କରାଯାଇଛି । ଏସ୍‌ସିଓ ନେତା ଗୋଟିଏ ସ୍ୱରରେ ସର୍ବସମ୍ମତୀ କ୍ରମେ ଘୋଷଣାପତ୍ର ଜାରି କରିଛନ୍ତି । ଯେଉଁଥିରେ ଏପ୍ରିଲ ୨୨ରେ ଜମ୍ମୁକାଶ୍ମୀର ପହଲଗାମ ହୋଇଥିବା ଆତଙ୍କୀ ଆକ୍ରମଣକୁ ନିନ୍ଦା କରାଯାଇଛି । ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଓ ପରିବାରକୁ ସମବେଦନା ଜଣାଯାଇଛି । ଷଡ଼ଯନ୍ତ୍ରକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ଦଣ୍ଡ ପାଇଁ ଦାବି କରାଯାଇଛି । ଏହା ସହିତ ଘୋଷଣାପତ୍ରରେ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ ବିଷୟବସ୍ତୁ ପ୍ରତିବନ୍ଧିତ କରାଯାଇଛି ।