PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଇଭେଣ୍ଟରେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ମନେ ପକାଇ ଇମୋସନାଲ୍ ହେଲେ ଶେହନାଜ, ଡେଡିକେଟ୍ କଲେ ଆୱାର୍ଡ

ନୂଆଦିଲ୍ଲୀ ୨୦/୧୧: ବିଗ୍ ବସ୍ ୧୩ ଫେମ୍ ଶେହନାଜ୍ ଗିଲ୍ ଖୁବ୍ କମ୍ ସମୟ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଖୁବ୍ ଶୀଘ୍ର ଶେହନାଜଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ। ଅନ୍ୟପକ୍ଷରେ, ସେ ପ୍ରାୟତଃ ତାଙ୍କ ଘନିଷ୍ଠ ବନ୍ଧୁ ତଥା ସ୍ୱର୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ମନେ ପକାଇ ଇମୋସନାଲ୍ ହେଉଥିବାର ଦେଖାଯାଏ। ଏହି ସମୟରେ, ଶେହନାଜଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଆୱାର୍ଡ ହାସଲ କରିବାର କ୍ରେଡିଟ୍ ସିଦ୍ଧାର୍ଥଙ୍କୁ ଦେଉଥିବାର ନଜର ଆସିଛନ୍ତି।

ଫିଲ୍ମଫେୟାର ମିଡିଲ ଇଷ୍ଟ ଆଚିଭର୍ସ ଆୱାର୍ଡ୍‌ସ ନାଇଟରେ ଶେହନାଜଙ୍କୁ ବଲିଉଡର ରାଇଜିଂ ଷ୍ଟାର ଆଖ୍ୟା ପ୍ରଦାନ କରାଯାଇଛି। ଏହି ଅବସରର ଭିଡିଓ ମାନଭ ମଙ୍ଗଲାନି ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଭିଡିଓରେ ଶେହନାଜ ମଞ୍ଚରେ ପୁରସ୍କାର ଗ୍ରହଣ କରୁଥିବା ଦେଖାଯାଉଛି। ଯାହାପରେ ସେ କହିଛନ୍ତି, ‘ଏଥିପାଇଁ ମୁଁ ମୋର ଟିମ୍ ଏବଂ ସପୋର୍ଟ ଷ୍ଟାଫ୍ କିମ୍ବା ଅନ୍ୟ କାହାକୁ ଧନ୍ୟବାଦ ଦେବି ନାହିଁ। ତୁ ମୋର ଆଉ ମୋର ହିଁ ରହିବୁ, ଜଣେ ବ୍ୟକ୍ତି ଅଛନ୍ତି ଯିଏ ମୋତେ ଏହାର ଯୋଗ୍ୟ କରିଛନ୍ତି ଏବଂ ମୁଁ କେବଳ ତାଙ୍କ ସପୋର୍ଟ ହେତୁ ଅଛି। ଥାଙ୍କ୍ ୟୁ ସିଦ୍ଧାର୍ଥ ଶୁକ୍ଲା ମୋ ଜୀବନରେ ଆସିଥିବାରୁ । ସିଦ୍ଧାର୍ଥ ଶୁକ୍ଲା ଏହା ତୁମ ପାଇଁ।’

ସିଦ୍ଧାର୍ଥ ଶୁକ୍ଲାଙ୍କୁ ଦେହାନ୍ତ ହେବାର ଏକ ବର୍ଷ ବିତିଗଲାଣି, ଆଜି ବି ଶେହନାଜ ତାଙ୍କୁ ମନେ ପକାଉଥିବା ଦେଖାଯାଏ। ବର୍ତ୍ତମାନ ଶେହନାଜଙ୍କ ଏହି ନୂତନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯାହାକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଛନ୍ତି। ସିଡନାଜଙ୍କ ଫ୍ୟାନ୍ସ ଏହି ଭିଡିଓ ଉପରେ କମେଣ୍ଟ ଦେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି।