ପଶ୍ଚିମା ଝଡ଼ ପ୍ରଭାବରେ ବନାଗ୍ନିରୁ ଶିମିଳିପାଳ ମୁକ୍ତ, ପଳ୍ପଳା ନଦୀ ଶଯ୍ୟାରେ ସର୍ବାଧିକ ୫୦.୮୦ମିମି ବର୍ଷା ରେକର୍ଡ

ବାରିପଦା, ୧୯/୦୩ : ପଶ୍ଚିମା ଝଡ଼ ପ୍ରଭାବରେ ଶିମିଳିପାଳ ସମେତ ଜିଲ୍ଲାର ସବୁ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ବର୍ଷା ଯୋଗୁଁ ଶିମିଳିପାଳ ବନାଗ୍ନିରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇଥିବା ନେଇ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୧୮ ତାରିଖରେ ଶିମିଳିପାଳର ମାତ୍ର ୪ଟି ସ୍ଥାନରେ ନିଆଁ ଜଳୁଥିବା ବେଳେ ୧୯ରେ ତାହା ଶୂନରେ ପହଞ୍ଚିଛି। ସେପଟେ ବର୍ଷା ଯୋଗୁଁ ଜିଲ୍ଲାର ପାଣିପାଗରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଛି। ରବିବାର ମଧ୍ୟ ପାଗ କୋହଲା ଥିବା ବେଳେ ନଅଣାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ସୂଚନାନୁଯାୟୀ, ଚହଲା ଏବଂ ଉପର ବାରହା କାମୁଡ଼ାରେ ତାପମାତ୍ରା ୧୬ ଡିଗ୍ରୀ, ଗୁଡୁଗୁଡ଼ିଆ ଏବଂ ରାମତୀର୍ଥରେ ୧୯ ଡିଗ୍ରୀ, ଏବଂ କିଆଝରିରେ ୨୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ଘଡ଼ଘଡ଼ି କୁଆପଥର ସାଙ୍ଗକୁ ବର୍ଷା ଯୋଗୁଁ ସାରା ଜିଲ୍ଲାରେ ତାପମାତ୍ରା କମିଥିବା ବେଳେ ଗରମରୁ ତ୍ରାହି ମିଳିବା ସହିତ ଥଣ୍ଡା ଅନୁଭୂତ ହେଉଛି। ଶିମିଳିପାଳର କୋର ଏରିଆ ଏବଂ ପାଦ ଦେଶରେ ହୋଇଥିବା ବୃଷ୍ଟିପାତର ରେକର୍ଡ ମୁତାବକ ଭଞ୍ଜ ବସାରେ ସର୍ବାଧିକ ୩୪.୭୯ ମିଲିମିଟର ବର୍ଷା ହୋଇଥିବା ବେଳେ ଉପରବାରହା କାମୁଡ଼ାରେ ୩୦.୨ ମିମି, ଦୁକୁରାରେ ୨୯.୨୧ ମିମି, କେନ୍ଦୁମୁଣ୍ଡିରେ ୨୬.୬୭ ମିମି, ପୋଡାଡିହାରେ ୨୪.୧୩ ମିମି, ନଅଣାରେ ୧୮.୨ ମିମି, କବାଟ ଘାଇ ଏବଂ ବରେହିପାଣିରେ ୧୩.୯୭ମିମି, ଡୋଭରେ ୧୨ ମିମି, ସାତକୋଶିଆ ୮.୩୮ ମିମି, ରାମତୀର୍ଥରେ ୭.୮୭ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି।
ସେପଟେ ପିଠାବଟା ଦକ୍ଷିଣ ଡିଭିଜନ ଅନ୍ତର୍ଗତ ପଳ୍ପଳା ନଦୀ ଶଯ୍ୟାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫୦.୮୦ ମିମି ବର୍ଷା ହୋଇଥିବା ବେଳେ କୁଳିପାଳ ରେଞ୍ଜ ଅନ୍ତର୍ଗତ ସଞ୍ଜ ନଦୀରେ ୪୨.୧୬ ମିମି, ପିଠାବଟା ଉତ୍ତର ପଳପଳାରେ ୪୦.୧୩ମିମି, ଭଞ୍ଜବସା ରେଞ୍ଜ ଅନ୍ତର୍ଗତ ଶାଳନ୍ଦୀ ଏବଂ ଠକ ଠକିରେ ୩୪.୭୯ମିମି, ବାରିପଦା ବୁଢ଼ାବଲଙ୍ଗ ନଦୀ ଶଯ୍ୟାରେ ୩୧.୫୦ମିମି, ଉପରବାର୍ହାକାମୁଡା ପଶ୍ଚିମ ଦେଓ ନଦୀ ଶଯ୍ୟାରେ ୩୦.୨୦ ମିମି, ଡୁକୁରା ଅନ୍ତର୍ଗତ ଗଂଗାହାର ଏବଂ ସଞ୍ଜ ନଦୀ ଶଯ୍ୟାରେ ୨୯.୨୧ ମିମି, କେନ୍ଦୁମୁଣ୍ଡି ପଶ୍ଚିମ ଦେଓରେ ୨୬.୬୭ ମିମି, ପୋଡାଡିହା ଅନ୍ତର୍ଗତ ଠକଠକି, କାଳ ଏବଂ ସୁନେଇ ନଦୀ ଶଯ୍ୟାରେ ୨୪.୧୩ ମିମି, ଚହଲା ଅନ୍ତର୍ଗତ ଖଡ଼ଖେଇ ଏବଂ ଭଣ୍ଡନରେ ୨୦.୨୦ ମିମି, ଜେନାବିଲ ଖଇରୀ ନଦୀରେ ୨୦.୦୬ ମିମି, ନଅଣା ଦକ୍ଷିଣ ବୁଢାବଳଙ୍ଗ ନଦୀ ଶଯ୍ୟାରେ ୧୮.୨୦ ମିମି, ବରେହି ପାଣି ବୁଢ଼ାବଲଙ୍ଗ ନଦୀ ଶଯ୍ୟାରେ ୧୩.୯୭ ମିମି, କବାଟଘାଇ ସ୍ଥିତ ଖଇରୀ ନଦୀ ଶଯ୍ୟାରେ ୧୩.୪୬ ମିମି, ନଅଣା ଦକ୍ଷିଣ ବୁଢାବଳଙ୍ଗ ନଦୀ ଶଯ୍ୟାରେ ୧୨ ମିମି, ଠାକୁରମୁଣ୍ଡା ଶାଳନ୍ଦୀ ଏବଂ ବୈତରଣୀ ନଦୀ ଶଯ୍ୟାରେ ୮.୮୯ ମିମି, ସାତକୋଶିଆ ସ୍ଥିତ ଶାଳନ୍ଦୀ ଏବଂ ବୈତରଣୀ ନଦୀ ଶଯ୍ୟାରେ ୮.୩୮ ମିମି ଏବଂ ରାମତୀର୍ଥ ସ୍ଥିତ ଖଇରୀ ଭଣ୍ଡନ ନଦୀ ଶଯ୍ୟାରେ ୭.୮୭ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି।