ଭୁବନେଶ୍ୱର,୧୧/୦୧: ଶିରିଡ଼ିରେ ଆସନ୍ତା ଫେବ୍ରୁଆରୀ ୧୩ ତାରିଖରେ ବିଶାଳ ଶିରିଡ଼ି ମହାପରିକ୍ରମା ଯାତ୍ରା ହେବ । ଏହି ଅବସରରେ ବିଶ୍ୱଶାନ୍ତି ନିମନ୍ତେ ବିଶ୍ୱର ବିଭିନ୍ନ ଦେଶରେ ଥିବା ୧ ହଜାରରୁ ଊଦ୍ଧ୍ୱର୍ ସାଇ ମନ୍ଦିରରେ ସାମୂହିକ ଶ୍ରୀସାଇନାଥ ସ୍ତବକ ମଞ୍ଜରୀ ପାଠ କରାଯାଇଛି । କାର୍ଯ୍ୟକ୍ରମରେ ଶିରିଡ଼ି ସାଇବାବାଙ୍କ ପରମ ଭକ୍ତ ଗୁରୁଜୀଡ. ଚନ୍ଦ୍ରଭାନୁ ଶତପଥୀ ଯୋଗଦେଇ ଶିରିଡ଼ି ମହାପରିକ୍ରମା ଉତ୍ସବ ଆୟୋଜନ ନିମନ୍ତେ ଶିରିଡ଼ି ସଂସ୍ଥାନକୁ ଧନ୍ୟବାଦ ଦେଇଥିଲେ ।
ଶିରିଡ଼ି ସାଇବାବାଙ୍କ ମହାନ୍ ଦୟାଳୁ ଭାବର ବର୍ଣ୍ଣନା କରି ସେ କହିଲେ ପ୍ରତିଦାନରେ କିଛି ଆଶା ନରଖି ଅନ୍ୟମାନଙ୍କୁ ସହାୟତା କରିବା ହେଉଛି ପ୍ରକୃତ ସନ୍ଥ ଚରିତ୍ର । ଶିରିଡ଼ି ସାଇବାବା ଏହାର ଜ୍ୱଳନ୍ତ ଉଦାହରଣ ଥିଲେ । ଶିରିଡ଼ି ଗ୍ରାମରେ ମହାମାରୀ ବ୍ୟାପିବା ସମୟରେ ଗ୍ରାମର ଯେଉଁ ସୀମାରେ ଅଟା ବିଞ୍ଚି ମହାମାରୀକୁ ଶ୍ରୀସାଇବାବା ରୋକିଥିଲେ,ସେହି ସୀମାରେ ଏହି ମହାପରିକ୍ରମା ଯାତ୍ରା ହେଉଛି । ଚଳିତବର୍ଷ ପ୍ରାୟ ୫ ଲକ୍ଷଭକ୍ତ ଏଥିରେ ଯୋଗଦେବାର ଆକଳନ କରାଯାଇଛି । ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିବା ଶିରିଡ଼ି ସଂସ୍ଥାନର ସିଇଓ ଗୋରକ୍ଷ ଗାଡ଼ିଲକର ସୂଚନା ଦେଇଛନ୍ତି । ମୁଖ୍ୟ ଉତ୍ସବ ଶିରିଡ଼ିରେ ହୋଇଥିବା ବେଳେ ଦେଶ ବିଦେଶର ଶିରିଡ଼ି ସାଇ ମନ୍ଦିରର ଏକ ହଜାରରୁ ଊଦ୍ଧ୍ୱର୍ କର୍ମକର୍ତ୍ତା ଅନ୍ଲାଇନରେ ଯୋଗ ଦେଇଥିଲେ ।