ଛଦ୍ମବେଶୀ ମୁସଲିମ୍ ହୋଇ ଜ୍ଞାନବ୍ୟାପୀ ପରିସରରେ ପଶିଥିଲେ ଏହି ଶୈବ ଭକ୍ତ, କହିଲେ ଭିତରେ ରହିଛି…

ବାରଣାସୀ: ଉତ୍ତରପ୍ରଦେଶର ବାରଣାସୀରେ ଅବସ୍ଥିତ ଜ୍ଞାନବ୍ୟାପୀ ମସଜିଦକୁ ନେଇ ବିବାଦ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ନିକଟରେ ଶେଷ ହୋଇଥିବା ସର୍ଭେର ଲିକ୍ ରିପୋର୍ଟକୁ ଦର୍ଶାଇ କୁହାଯାଉଛି ଯେ, ମସଜିଦରେ ମନ୍ଦିରର ଅନେକ ପ୍ରମାଣ ମିଳିଛି । ଆଉ ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ମଧ୍ୟ ଅଛନ୍ତି ଯିଏ ମସଜିଦରୁ ମନ୍ଦିରର ପ୍ରମାଣ ସଂଗ୍ରହ କରିବା ପାଇଁ ମୁସଲମାନ ହୋଇ ଜ୍ଞାନବ୍ୟାପୀରେ ପ୍ରବେଶ କରିଥିଲେ । ଏହି ବ୍ୟକ୍ତିଙ୍କ ନାମ ହରିହର ପାଣ୍ଡେ ବୋଲି କୁହାଯାଉଛି । ଏକ ଜାତୀୟ ଗଣମାଧ୍ୟମକୁ ସେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ୧୯୯୧ରେ ସେ ଜାହା ଦେଖିଥିଲେ ତାହା ସେ ଗଣମାଧ୍ୟମ ସାମ୍ମାରେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ମନ୍ଦିରର ପ୍ରମାଣ ସଂଗ୍ରହ କରିବା ପାଇଁ ସେ ୧୯୯୧ ରେ ଜ୍ଞାନବ୍ୟାପୀ ପରିସରରେ ପହଞ୍ଚିଥିଲେ । ସେ କହିଛନ୍ତି ଯେ ବାବା ବିଶ୍ୱନାଥଙ୍କ ସପକ୍ଷରେ ପ୍ରମାଣ ସଂଗ୍ରହ କରିବାକୁ ସେ ଜ୍ଞାନବ୍ୟାପୀ ପରିସରକୁ ଯାଇଥିଲେ । ହରିହର କହିଛନ୍ତି, ‘ସେତେବେଳେ ମୁଁ ରାତି ୧ ଟା ସମୟରେ ନକଲି ଟୋପି ପିନ୍ଧି ଜ୍ଞାନବ୍ୟାପୀ ପରିସରକୁ ଯାଇଥିଲି । ମୁଁ ମନ୍ଦିରର ଗଠନ ଦେଖିଲି, ମୁଁ ନିଜ ଆଖିରେ ମନ୍ଦିରର ପ୍ରମାଣ ଦେଖିଲି ଏବଂ ଆସି କୋର୍ଟକୁ କହିଲି ।
ସେ କହିଥିଲେ, ‘ମୁଁ କଳସ, କମଲ, ହାତୀ, କୁମ୍ଭୀରର ଚିତ୍ର ଦେଖିଲି । ମୁଁ ଦେଖିଲି ମନ୍ଦିରର ଧ୍ୱଂସାବଶେଷ ପଥରରେ ଆଚ୍ଛାଦିତ ହୋଇଛି ଏବଂ ଏହା ଉପରେ ଏକ କୋଠା ନିର୍ମାଣ କରାଯାଇଛି । ଆବର୍ଜନାଗୁଡିକ ହଟାଯିବା ଉଚିତ୍, ଜ୍ୟୋତିର୍ଲିଙ୍ଗା ଦେଖାଯିବ ଯଦି ଆବର୍ଜନାଗୁଡିକ ଅପସାରଣ କରାଯାଏ । ଅନେକ ଶିବଲିଙ୍ଗ ପରିସରରେ ମିଳିବ । ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଏହି ମାମଲା ସହିତ ଲଢିବି, ମୋ ପୁଅମାନେ ମୋ ପରେ ଏହି ଯୁଦ୍ଧ କରିବେ କିନ୍ତୁ ବାବା ବିଶ୍ୱନାଥଙ୍କୁ ମୁକ୍ତ କରିବେ ।