ରାସ୍ତା ମଝିରେ କାର୍ ଡ୍ରାଇଭରର ଏହି ଭୁଲ୍ ଯୋଗୁଁ ଓଲଟି ପଡିଲା ଟ୍ରକ୍, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ ୨୭/୫: ଦିନକୁ ଦିନ ଲୋକସଂଖ୍ୟା ବଢିବାରେ ଲାଗିଛି । ରାସ୍ତାରେ ଗାଡି ମଟର ଚଳାଚଳ ମଧ୍ୟ ବଢୁଛି । ଦୁର୍ଘଟଣା ମଧ୍ୟ ବଢୁଛି । ଅନେକ ସମୟରେ ରାସ୍ତାରେ ଅତି ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳେ । ସାମାନ୍ୟ ଭୁଲ୍ ପାଇଁ ଅନେକ ଜୀବନ ଚାଲିଯାଏ । କିନ୍ତୁ ବେଳେବେଳେ ଦୁର୍ଘଟଣାରେ ଅଳ୍ପକେ ମଧ୍ୟ ଜୀବନ ରକ୍ଷା ହୋଇଯାଏ । ଠିକ୍ ଏମିତି ଏକ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି କି ହାଇୱେରେ ଏକ ଚଳନ୍ତା କାର୍ ଅଚାନକ ରହିଯାଉଛି । ଏବଂ ସେହି କାର ପଛରେ ଆସୁଥିବା ଏକ ଟ୍ରକ୍ ଅଚାନକ ବ୍ରେକ୍ ମାରି ଓଲଟି ପଡୁଛି । ତେବେ କାରଟି ଏଥିରେ ଅଳ୍ପକେ ରକ୍ଷା ପାଇଯାଉଛି ।
“Girl, hoId on I missed my turn” pic.twitter.com/7Upbb0tnN1
— d?n (@javroar) May 25, 2022
ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ କି ହାଇୱେରେ ଅନେକ ଗାଡି ଯିବା ଆସିବା କରୁଛନ୍ତି । ଏହି ସମୟରେ ଏକ ଧଳା କାର୍ ମଧ୍ୟ ଆସୁଛି । କିନ୍ତୁ ସେ ଅଚାନକ ବ୍ରେକ୍ ମାରି ନିକଟରେ ଥିବା ଏକ ରାସ୍ତା ଆଡେ ଯିବା ପାଇଁ ସାମାନ୍ୟ ଟର୍ଣ୍ଣ କରୁଛି । ଠିକ୍ ଏହି ସମୟରେ କାର ପଛରେ ଆସୁଥିବା ଏକ ଟ୍ରକଟି ବ୍ରେକ୍ ମାରି ଓଲଟି ପଡୁଛି । ତେବେ ଏଥିରେ ଅଳ୍ପକେ ରକ୍ଷା ପାଇଯାଇଥିବା କାରର କିଛି ବି ଫରକ ପଡୁନି । ଏବଂ ସେ ଧିରେ ଧିରେ ସେହି ଟର୍ଣ୍ଣ କରିଥିବା ଦିଗରେ ଆଗକୁ ବଢୁଛି । ସେହି ସମୟରେ ପୁଣି ଆଉ ଏକ ଟ୍ରକ୍ ଆସୁଛି ଏବଂ ସେ କାରକୁ ରକ୍ଷା କରିବା ପାଇଁ ବ୍ରେକ୍ ମାରୁଛି ଏବଂ ମୋଡି ହୋଇଯାଉଛି । କିନ୍ତୁ କାରଟି ଆରାମରେ କିଛି ନହେବା ଭଳି ସେଠାରୁ ଚାଲିଯାଉଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୬୦ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଲାଣି । ଭିଡିଓ ଦେଖି ଆପଣଙ୍କର ମଧ୍ୟ ଲୋମ ଟାଙ୍କୁରି ଯିବ । ତେବେ ବର୍ତ୍ତମାନ ସୁଦ୍ଧା ଜଣାପଡିନି ଏହି ଭିଡିଓଟି କେଉଁ ସ୍ଥାନର ।