ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

୧୨ ଦିନ ହେବ ଗୋଟିଏ ସ୍ଥାନରେ ବୁଲୁଛନ୍ତି ଶହ ଶହ ମେଣ୍ଢା, ସମସ୍ତଙ୍କୁ ଚକିତ କରୁଛି ଏହି ଭାଇରାଲ ଭିଡିଓ

ନୂଆଦିଲ୍ଲୀ ୧୮/୧୧: ଆପଣ ଗାଁ ଗହଳିରେ ମେଣ୍ଢାମାନଙ୍କୁ ଏକାଠି ଚାଲୁଥିବାର ଦେଖିଥିବେ । ସମସ୍ତେ ଏକାଠି ଚରିବାକୁ ଯାଆନ୍ତି ବା ଏକାଠି ଦଳ ଦଳ ହୋଇ ଫେରନ୍ତି । ଆପଣ ଯଦି ଧ୍ୟାନ ରଖିଥିବେ ତେବେ ଦେଖିଥିବେ ସମସ୍ତେ ଏକାଠି ମେଣ୍ଟ ହୋଇ ସିଧା ସିଧା ଚାଲନ୍ତି । କିନ୍ତୁ ଏବେ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଦେଖିବାକୁ ମିଳୁଛି ଯେଉଁଥିରେ ଶହ ଶହ ମେଣ୍ଢା ଏକାଠି ଏକ ସ୍ଥାନରେ ରାଉଣ୍ଡ ହୋଇ ବୁଲୁଥିବା ନଜର ଆସୁଛି ।

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ସେୟାର କରିଛି ପିପଲ୍ସ ଡେଲି ଚାଇନା ନାମକ ଏକ ପେଜ୍ । ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡିଓର କ୍ୟାପ୍ସନରେ ଲେଖା ହୋଇଛି କି ‘ମେଣ୍ଡା ରହସ୍ୟ, ଉତ୍ତର ଚାଇନାରେ ଇନର ମଙ୍ଗୋଲିଆରେ ଶହ ଶହ ମେଣ୍ଢା ୧୦ ଦିନ ହେବ ଗୋଲ୍ ଗୋଲ୍ ହୋଇ ଗୋଟିଏ ସ୍ଥାନରେ ବୁଲୁଛନ୍ତି । ମେଣ୍ଢାମାନେ ସମ୍ପୂର୍ଣ୍ଣ ସୁସ୍ଥ, କିନ୍ତୁ ସେମାନଙ୍କ ଏମିତି କାରନାମା ସମସ୍ତଙ୍କୁ ଚକିତ କରୁଛି ।’

wp:html /wp:html

ଏହି ଭିଡିଓ ୨ ଦିନ ହେବ ସେୟାର ହୋଇଛି । ଏବେବି ମେଣ୍ଢାମାନେ ସେମିତି ଗୋଲ୍ ଗୋଲ୍ ହୋଇ ବୁଲୁଛନ୍ତି । ଅର୍ଥାତ୍ ୧୨ ଦିନ ହେବ ମେଣ୍ଢାମାନେ ବୁଲୁଛନ୍ତି । ସୂଚନା ଅନୁସାରେ ମେଣ୍ଢାର ମାଲିକ ମଧ୍ୟ ସେମାନଙ୍କ ଏମିତି କାରନାମା ଦେଖି ଚକିତ ହୋଇଯାଇଛନ୍ତି । ସେ କୁହନ୍ତି କି ପ୍ରଥମେ ମାତ୍ର ୨-୩ଟି ମେଣ୍ଢା ଏମିତି କରୁଥିଲେ । କିନ୍ତୁ ଏବେ ସମସ୍ତେ ମିଶି ଏମିତି ସେହି ସ୍ଥାନରେ ବୁଲୁଛନ୍ତି ।

ମେଣ୍ଢାମାନଙ୍କ ମାଲିକ ମଧ୍ୟ ବୁଝିପାରୁନାହାଁନ୍ତି କି ସେମାନେ ଏମିତି କାହିଁକି କରୁଛନ୍ତି  । ଏହି ଦୃଶ୍ୟର ଭିଡିଓ ଭାଇରାଲ ହେବା ପରେ ବୈଜ୍ଞାନିକମାନେ ମଧ୍ୟ ଚକିତ ହୋଇଯାଇଛନ୍ତି । କିଛି ମେଣ୍ଢା ସେହି ଗୋଲ୍ ଭିତରେ ଚୁପଚାପ୍ ଠିଆ ହୋଇଛନ୍ତି ଏବଂ ବାକି ଅନ୍ୟମାନେ ଚାରିପଟେ ଚକ୍କର କାଟୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ମେଣ୍ଢାମାନେ କିଛି ଖାଉନାହାଁନ୍ତି ତଥାପି ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.