ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସାଉଥ୍‌ ଆମେରିକାରେ ଭୀଷଣ ଗୁଳିମାଡ଼; ୩ ମୃତ, ୧୦ ଆହତ

Published By : Ankita S | July 8, 2025 10:41 AM

ନୂଆଦିଲ୍ଲୀ,୦୮/୦୭: ଆମେରିକାର ସାଉଥ୍ ଫିଲାଡେଲିଫିଆରେ ଭୀଷଣ ଗୁଳିମାଡ଼ ହୋଇଛି । ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଛି । ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୨ଜଣ ନାବାଳକ ରହିଛନ୍ତି । ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ ଘଟଣା ରବିବାର ବିଳମ୍ବିତ ରାତିରେ ଏବଂ ସୋମବାର ଭୋର ମଧ୍ୟରେ ହୋଇଛି ।

ସ୍ଥାନୀୟ ପୁଲିସ୍ କମିଶନରଙ୍କ କେଭିନ୍ ବେଥଲ କହିଛନ୍ତି, ଗ୍ରେସ୍ ଫେରିର ଏକ ରାସ୍ତାରେ ରାତି ୧ଟା ପୂର୍ବରୁ ଗୁଳି ଫୁଟିଥିଲା। ଆମ ପାଖରେ ବ୍ଲକରେ ଅନେକ ଗୁଳି ଫୁଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ୧୦ ଜଣ ଆହତ ହୋଇଛନ୍ତି । ଆକ୍ରମଣକାରୀ ଭିଡ଼ରେ ଗୁଳି ଚଲାଇଥିଲେ । ଆହତଙ୍କ ମଧ୍ୟରେ ଶିଶୁ ଓ କିଶୋର ରହିଛନ୍ତି । ଏପରି କାହିଁକି ହେଉଛି ମାମଲାର ତଦନ୍ତରେ ଆମେ ପତ୍ତା ଲଗାଇବୁ । ପୁଲିସ ୨୪ ଘଣ୍ଟା ପୂର୍ବରୁ, ଶନିବାର ବିଳମ୍ବିତ ରାତିରୁ ରବିବାର ସକାଳ ପର୍ଯ୍ୟନ୍ତ ସମାନ ବ୍ଲକରେ ରହିଥିଲା । ଅନେକ ଗିରଫ ହୋଇଥିଲେ। ଦୁଇ ଘଟଣା ଗୋଟିଏ ସହ ଜଡିତ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । "

ସାଉଥ୍ ଫିଲାଡେଲିଫିଆ ଗୁଳିକାଣ୍ଡକୁ ନେଇ, ସଂଯୁକ୍ତ ରାଜ୍ୟ ଆମେରିକାରେ ଜୁନ୍‌ ଚତୁର୍ଥ ସପ୍ତାହରେ ରୁଜ୍ଜୁ ହୋଇଥିବା ହିଂସା ଘଟଣା ମଧ୍ୟରୁ ଗୋଟିଏ । କିଛି ଦିନ ପୂର୍ବେ ସାଉଥ୍ ଫିଲାଡେଲିଫିଆରେ ଏକ ନାଇଟ୍‌ କ୍ଲବରେ ଗୁଳିମାଡ଼ ହୋଇଥିଲା । ଏଥିରେ ୮ ଜଣ ଆହତ ହୋଇଥିଲେ । କିଛି ବି ସୂଚନା ଥିଲେ ଜଣାଇବାକୁ ଗ୍ରେସ୍‌ ଫେରି ଲୋକଙ୍କୁ ଅପିଲ୍‌ କରିଛି ପୋଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.