PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୫ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଭୁବନେଶ୍ୱର ୨୧/୧୧: ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ। ଦେଖୁ ଦେଖୁ ହୁତୁ ହୁତୁ ହୋଇ ଜଳିଗଲା ୫ ଦୋକାନ। ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କା ସମ୍ପତ୍ତି। ଦୋକାନା ଉପରେ ଦେଇ ଯାଇଥିବା ୧୧ କୋଭି ତାର ଉପରେ କାଉ ବସିଯିବାରୁ ୨ଟି ତାର ଲାଗି ଯାଇଥିଲା ଫଳରେ ସ୍ପାର୍କ ହୋଇ ନିଆଁ ଧାଷ ପଡି ଦୋକାନ ଜଳିଥିବା ଜଣପାଡିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏଭଳି ଅଭାବନୀୟ ଘଟଣା ଭୁବନେଶ୍ବର ଶୈଳଶ୍ରୀ ବିହାର ଫେଜ-୨ ଛକ ନିକଟରେ ଘଟିଛି।

ସୂଚନା ମୁତାବାକ, ଭୁବନେଶ୍ୱର ଶୈଳଶ୍ରୀ ବିହାର ଫେଜ-୨ ଛକ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳେ ଦୋକାନା ଉପରେ ଦେଇ ଯାଇଥିବା ୧୧ କୋଭି ତାର ଉପରେ କାଉ ବସିଯିବାରୁ ୨ଟି ତାର ଲାଗି ଯାଇଥିଲା ଫଳରେ ସ୍ପାର୍କ ହୋଇ ନିଆଁ ଧାଷ ଦୋକାନ ଜରି ପାଲ ଉପରେ ପଡିଯାଇଥିଲା । ସେହି ସ୍ପାର୍କ ନିଆଁରୁ ଦେଖୁ ଦେଖୁ ଗଦି ଦୋକାନ, ଟେଣ୍ଟ ହାଉସ ଦୋକାନ, ସେଲୁନ, ପାନ ଦୋକାନ ନିଆଁ ବ୍ୟାପି ଯାଇଥିଲା। ଏହି ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ସମ୍ପତ୍ତ ଜଳିପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ପାଖରେ ଥିବା ଏକ ସାଇକେଲ ଦୋକାନ ବି କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା ।