​​​​​​​ମାପ ଓଜନରେ ଖାଉଟିଙ୍କୁ ଠକୁଛନ୍ତି ଦୋକନୀ

ଦୁଇ ବର୍ଷରେ ସାମ୍ନାକୁ ଆସିଲାଣି ୧୫୩ ମାମଲା

ମାପ ଓ ଓଜନ ବିଭାଗ ତରଫରୁ ୧୫୩ ମାମଲା​​​​​​​

ଭୁବନେଶ୍ଵର, ୩/୧୨ : ମାପ ଓଜନରେ ଖାଉଟିଙ୍କୁ ଠକୁଛନ୍ତି ଦୋକାନୀ, ଗ୍ରାହକ ହତାଶ। ଦୁଇ ବର୍ଷରେ ସାମ୍ନାକୁ ଆସିଲାଣି ୧୫୩ ମାମଲା। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର। ମନ୍ତ୍ରୀ କହିଛନ୍ତି ଯେ, ମାପ ଓ ଓଜନ ବିଭାଗ ତରଫରୁ ବିଗତ ୨ ବର୍ଷରେ ୩୧୨୩୨୬ ଚଢ଼ାଉ ହୋଇଥିବା ବେଳେ ୧୦୭୫୬ ମକୋଦ୍ଦମା ରୁଜୁ ହୋଇଛି। ସେଥିରୁ କେବଳ ମାପ ଓ ଓଜନରେ ୧୫୩ଟି ମାମଲା ସାମ୍ନାକୁ ଆସିଥିବା ବେଳେ ବାକି ୧୦ ହଜାର ୬୦୩ ଅନ୍ୟ କାରଣ ପାଇଁ ମକୋଦ୍ଦମା ହୋଇଛି। ସରକାର ମୋଟ ୩କୋଟି ୧୧ଲକ୍ଷ ୭୫୦ ଟଙ୍କା ଫାଇନ ଆଦାୟ କରିଛନ୍ତି। ତା ଭିତରୁ ମାପ ଓ ଓଜନ ଠକେଇ ବାବଦ ଫାଇନ ୨୩ ଲକ୍ଷ ୫୧ହଜାର ଟଙ୍କା ରହିଛି।

​​​​​​​