PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଶ୍ରଦ୍ଧାଙ୍କ ମୃତଦେହକୁ କାଟି ଥକି ଯାଇଥିବାରୁ ଖାଦ୍ୟ ଅର୍ଡର କରି ଖାଇଥିଲା ଅଫତାବ, ବିୟର ପିଇବା ସହ ରାତିସାରା ଦେଖିଥିଲା ଓ୍ବେବ୍‌ ସିରିଜ୍

ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀର ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡ ସାରା ଦେଶକୁ ଚକିତ କରିଛି। ଲିଭ୍‌-ଇନ୍‌ ପାର୍ଟନର କିଭଳି ଭାବରେ ନିଜର ପ୍ରେମିକାକୁ ଜଘନ୍ୟ ଭାବରେ ହତ୍ୟା କରିଛି ତାହା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ହତ୍ୟାକାରୀ ପ୍ରେମିକ ଅଫତାବ ପ୍ରତିଦିନ ନିଜର ବୟାନ ବଦଳାଉଥିବା ବେଳେ ନୂଆ ନୂଆ ଖୁଲାସା ମଧ୍ୟ କରୁଛି। ଏବେ ଅଭିଯୁକ୍ତ ଅଫତାବ ସ୍ବୀକାର କରିଛି ଯେ, ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ସେ ବାଥରୁମ୍‌ ଯାଇ ଶ୍ରଦ୍ଧାଙ୍କୁ ଖଣ୍ଡଖଣ୍ଡ କରି କାଲିଥିଲା। କିଛି ସମୟ ପରେ ସେ ଥକି ଯାଇଥିଲା, ତେଣୁ ସେ ବାହାରୁ ଖାଇବା ଅର୍ଡର କରିଥିଲା। ସେ ମୃତଦେହ ଆଗରେ ବସି ମଧ୍ୟ ଖାଦ୍ୟ ଖାଇଥିଲା। ଏହି ସମୟରେ ସେ ବିୟର ପିଇଥିଲା ଓ ଓ୍ବେବ ସିରିଜ୍ ମଧ୍ୟ ଦେଖିଥିଲା।

ଗୁରୁବାର ସାକେତ କୋର୍ଟ ଅଫତାବର ୫ ଦିନିଆ ପୋଲିସ କଷ୍ଟଡିକୁ ବଢାଇ ଦେଇଛନ୍ତି। ହାଜର ହେବା ପୂର୍ବରୁ କୋର୍ଟ ବାହାରେ ଲୋକମାନେ ପ୍ରବଳ ହଙ୍ଗାମା କରିଥିଲେ। ଓକିଲଙ୍କୁ ଶାନ୍ତ କରିବାକୁ ପୋଲିସକୁ ଖୁବ୍ କଷ୍ଟ କରିବାକୁ ପଡିଥିଲା। ଅଫତାବକୁ ସମସ୍ତେ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି। କୋର୍ଟ ବାହାରେ ପ୍ରବଳ ଭିଡ ଦେଖି ଅଫତାବର ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ହୋଇଥିଲା।

ଅଭିଯୁକ୍ତ ଅଫତାବ ଗୁରୁବାର ଦିନ ପଚରା ଉଚରା ବେଳେ ସ୍ବୀକାର କରିଥିଲା ଯେ, ସେ ଶ୍ରଦ୍ଧାଙ୍କ ମୁଣ୍ଡ ସହିତ ଶରୀର ବହୁ ଖଣ୍ଡ ଫ୍ରିଜ୍‌ରେ ୫ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ରଖିଥିଲା। ସିସିଟିଭି କ୍ୟାମେରା ଫୁଟେଜ୍‌ରେ ମଧ୍ୟ ଏନେଇ ଜଣାପଡିଛି। ଅଭିଯୁକ୍ତ କହିଛି ସେ ଶ୍ରଦ୍ଧାଙ୍କ ମୃତଦେହକୁ ୧୬ ଖଣ୍ଡ କରି କାଟିଥିଲା। ତେବେ ଏତେ ସବୁ କହିବା ବେଳେ ଅଫତାବର ମୁହଁରେ ଟିକେ ବି ଦୁଃଖ ଦେଖିବାକୁ ମିଳିନଥିଲା। ସେ ପୂର୍ବଭଳି ହସି ହସି କଥା ହେଉଥିଲା। ହତ୍ୟାର ପରଦିନ ସେ ଶ୍ରଦ୍ଧାଙ୍କ ମୃତଦେହକୁ ବାଥରୁମ୍‌ରେ ରଖି ଦେଇଥିଲା। ଶବ ଗୋଟିଏ ଦିନ ପୁରା ବାଥରୁମ୍‌ରେ ପଡି ରହିଥିଲା। ଏହାପରେ ସେ ଶରୀରକୁ ଖଣ୍ଡ ଖଣ୍ଡ କରିଥିଲା। ଶ୍ରଦ୍ଧାଙ୍କର ମୁଣ୍ଡ,ଗଣ୍ଡି, ଗୋଡ ଓ ପାପୁଲି ଓ ହାତର ଅଙ୍ଗୁଳିକୁ ଫ୍ରିଜ୍‌ରେ ପଲିଥିନରେ ଭର୍ତ୍ତି କରି ରଖି ଦେଇଥିଲା। ଅଭିଯୁକ୍ତ କହିଛି, ତାକୁ ଏହି ଖଣ୍ଡ ଗୁଡିକୁ ଫୋପାଡିବାର ସୁଯୋଗ ମିଳିନାହିଁ।

ସମ୍ବନ୍ଧିତ ଖବର