PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ମୁହଁରେ କ୍ଷତ ଚିହ୍ନ, ତିନି ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା… ଶ୍ରଦ୍ଧାଙ୍କ ନୂଆ ଫଟୋରୁ ଖୋଲୁଛି ଅଫତାବର ଅତ୍ୟାଚାର କାହାଣୀ

ନୂଆଦିଲ୍ଲୀ,୧୮।୧୧: ଶ୍ରଦ୍ଧା ୱାକରଙ୍କ ହତ୍ୟା ମାମଲାରେ ଲଗାତାର ନୂଆ ନୂଆ  ଖୁଲାସା ହେବାରେ ଲାଗିଛି। ଏବେ ଶ୍ରଦ୍ଧାଙ୍କର ଏକ ନୂତନ ଫଟୋ ସାମ୍ନାକୁ ଆସିଛି। ପ୍ରକାଶ ଆସିଛି। ଶ୍ରଦ୍ଧାଙ୍କ ହତ୍ୟା ପୂର୍ବରୁ ଏହି ଫଟୋ ଆଫ୍ତାବ ପୁନାୱାଲାର ଅତ୍ୟାଚାରର କାହାଣୀ କହୁଛି। ଏହି ଫଟୋ ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଆହୁରି ବଢିଛି। ଶ୍ରଦ୍ଧାଙ୍କ ନୂଆ ଫଟୋରେ ତାଙ୍କ ମୁହଁରେ ଅନେକ କ୍ଷତ ଚିହ୍ନ ଦେଖାଯାଉଛି। ଏହି ଫଟୋ ୨୦୨୦ ମସିହାର ବୋଲି ଜଣାପଡିଛି, ଯାହାଙ୍କୁ ଶ୍ରଦ୍ଧାଙ୍କର ଜଣେ ସାଙ୍ଗ ପଠାଇଛନ୍ତି। ସେତେବେଳେ ଶ୍ରଦ୍ଧାଙ୍କୁ ଅଫତାଭ ମାଡ ମାରିବା କାରଣରୁ ତାଙ୍କୁ ୩ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। ତେବେ ତାଙ୍କର ବନ୍ଧୁମାନେ କହିପାରି ନାହାନ୍ତି ଯେ, ଶ୍ରଦ୍ଧା ଏତେ ସବୁ ମାଡ ଗାଲି ସହିତ କାହିଁକି ଏତେ ଦିନ ପର୍ଯ୍ୟନ୍ତ   ଅଫତାବ ସହିତ ରହୁଥିଲେ।

ଶ୍ରଦ୍ଧା ହତ୍ୟା ମାମଲାରେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ତଦନ୍ତ ଜାରି ରହିଛି। ଏହା ଭିତରେ ଜଣାପଡିଛି ଯେ, ମୁମ୍ବାଇରେ ଭଡାରେ ଫ୍ଲାଟ ନେବା ବେଳେ ଅଫତାବ ଓ ଶ୍ରଦ୍ଧା ପରସ୍ପରକୁ ସ୍ବାମୀ-ସ୍ତ୍ରୀ କହି ରେଣ୍ଟ ଏଗ୍ରିମେଣ୍ଟ କରିଥିଲେ। ଫ୍ଲାଟ ମାଲିକ ଜୟଶ୍ରୀ ପାଟକରଙ୍କ କହିବା ଅନୁସାରେ, ଦୁହିଁଙ୍କ ଭିତରେ ବହୁତ ଝଗଡା ନେଉଥିଲେ। ଦୁହେଁ ବିଲ୍ଡିଂର ତଳେ ମଧ୍ୟ ଝଗଡ କରନ୍ତି। ସୋସାଇଟିର ଲୋକ ଅଫତାବ ଓ ଶ୍ରଦ୍ଧାଙ୍କ ପାଟିତୁଣ୍ଡ ବହୁବାର ଦେଖିଛନ୍ତି।

ଏହା ଭିତରେ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାର ତଦନ୍ତରେ ଲାଗିଛି ଦିଲ୍ଲୀ ପୋଲିସ। ଜଙ୍ଗଲ ଓ ଘରେ ପୋଲିସ ତଲାସୀ ଜାରି ରଖିଛି।  ଯେଉଁ ବାଥରୁମ୍‌ରେ ଶ୍ରଦ୍ଧାଙ୍କ ମୃତଦେହର ଖଣ୍ଡ ରଖଯାଇଥିଲା ସେଠାରୁ ମଧ୍ୟ କିଛି ନମୁନା ମିଳିପାରିନି। କିଚେନରେ କେବଳ ଗୋଟିଏ ସ୍ଥାନରୁ ରକ୍ତର ଦାଗ ଥିବା ବେଳେ ସେଥିରୁ ସାମ୍ପଲ ନିଆଯାଇଛି। ତେବେ ୫ ମାସ ଧରି ଅଫତାବ ଲଗାତାର  ଘରର ସଫା କରୁଥିଲା, ଯେଉଁଠି ସେ ଶ୍ରଦ୍ଧାର ହତ୍ୟା କରି ମୃତଦେହର ଟୁକୁଡା କରିକି ରଖିଥିଲା। ପୋଲିସ ମଧ୍ୟ ବାଥରୁମ୍‌ରୁ ବାହାରକୁ ଯାଇଥିବା ନଳାର ତଲାସୀ ନେଇଛି, ସେଠାରୁ କିଛି ହାଡର ଟୁକୁଡା ମିଳିଛି। ଯଦି ଏହି ହାଡ ଖଣ୍ଡ ଗୁଡିକ ଶ୍ରଦ୍ଧାଙ୍କର ଥାଏ ତେବେ ଅଫତାବ ବିରୋଧରେ ପ୍ରମାଣ ଆହୁରି ଦୃଢ ହୋଇଯିବ। ପୋଲିସ ଭ୍ୟାକୁମ୍ କ୍ଲିନର ଦିଗ ନେଇ ଯାଞ୍ଚ କରୁଛି। ପୋଲିସ ପଚରା ଉଚରା ବେଳେ ଅଫତାବ କହିଛି ଯେ, ସେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଘରୁ ପ୍ରମାଣ ନଷ୍ଟ କରିବାକୁ ଏକ ଭ୍ୟାକୁମ୍ କ୍ଲିନ୍ ଅନଲାଇନ୍‌ରେ କିଣିଥିଲ,ଯାହାଫଳରେ ପାଣି ଓ ଏସିଡ୍‌ରେ ଲଗାତାର ସଫା କରିବା ପରେ ଯଦି ରକ୍ତ କିମ୍ବା ମୃତଦେହର କୌଣସି ଅବଶେଷ ରହିଯାଏ ତେବେ ଭ୍ୟାକୁମ୍ କ୍ଲିନରରେ ଭଲ ଭାବରେ ସଫା କରିହେବ।

ସମ୍ବନ୍ଧିତ ଖବର