ନୂଆଦିଲ୍ଲୀ: ଦେଶର ବହୁ ଚର୍ଚ୍ଚିତ ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡରେ ଯୋଡିହୋଇଛି ଆଉ ଏକ ନୁଆ ଫର୍ଦ୍ଦ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାଓ୍ବାଲା ଯିଏ ମେ ୨୦୨୨ରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ସହ ତାଙ୍କ ଶରୀରକୁ ୩୫ ଖଣ୍ଡ କରି କାଟି ନିଜ ଫ୍ରିଜରରେ ଲୁଚେଇ ରଖିଥିଲା ସେ ବର୍ତ୍ତମାନ ବିଷ୍ଣୋଇ ଗ୍ୟାଙ୍ଗର ହିଟ୍ ଲିଷ୍ଟରେ ସାମିଲ ହୋଇଛି ।
ଅଫତାବ ଯୋଜନାବଦ୍ଧ ଭାବେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ସହ ହତ୍ୟାକାଣ୍ଡ ପରେ ମୃତ ଶରୀରକୁ ୩୫ ଖଣ୍ଡ କାଟି ଏକ ଫ୍ରିଜରେ ରଖି ତିନି ସପ୍ତାହ ଯାଏ ଶରୀରର ଖଣ୍ଡବିଖଣ୍ଡିତ ଅଂଶକୁ ସହରର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା । ଶ୍ରଦ୍ଧାଙ୍କ ବାପା ଥାନାରେ ଶ୍ରଦ୍ଧାଙ୍କ ନିରୁଦ୍ଧିଷ୍ଟ ଖବର ଦେଇଥିଲେ । ଏହା ପରେ ପୋଲିସ ଛାନଭିନ କରି ଘଟଣାକୁ ଲୋକଲୋଚନକୁ ଆଣିଥିଲା ।
ତିହାର ଜେଲ୍ ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ, ମୁମ୍ବାଇ ପୋଲିସ ତରଫରୁ ଔପଚାରିକ ଭାବେ କିଛି କୁହାଯାଇନଥିଲେ ମଧ୍ୟ ଜେଲର ପ୍ରଶାସକ ଗଣମାଧ୍ୟମ ରିପୋର୍ଟକୁ ଗୁରୁତର ସହ ନେଇଛି । ବାବା ସିଦ୍ଦିକି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗୌତମ, ଅଫତାବକୁ ହତ୍ୟା କରିବାର ଯୋଜନା ରଖିଥିଲା ବୋଲି ପୋଲିସ ଆଗରେ ସ୍ବୀକାର କରିଥିବା ନେଇ ଖବର ମିଳିଛି ।
ଖବର ମୁତାବକ, ଅଫତାବକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟମାନେ ତିହାର ଜେଲରେ ଅନେକ ଥର ମାରିବା ପାଇଁ ଚେଷ୍ଟା କରିଛନ୍ତି । କିନ୍ତୁ ସୈଭାଗ୍ୟବଶତଃ ଅଫତାବ ବଞ୍ଚିଯିବା ସହ ସମ୍ପୂର୍ଣ୍ଣ ଠିକ ମଧ୍ୟ ଅଛି । ଏହି ଘଟଣାକୁ ଜେଲ କର୍ତ୍ତୃପକ୍ଷ ଗୁରୁତର ସହ ନେଇଥିବା ବେଳେ ସେ ରହୁଥିବା ଜେଲ୍ର ସେଲ୍ ନମ୍ବର ୪ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି ।