PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ୟୁନିଟ୍‌-୪ରେ ଲୁଟେରାଙ୍କ ଆତଙ୍କ, ସୁନା ଦୋକାନରେ ବୋମାମାଡ

ଭୁବନେଶ୍ୱର,୧୮/୦୩: ଖାରବେଳନଗର ଥାନା ଅଞ୍ଚଳରେ ମାତିଛନ୍ତି ଲୁଟେରା । ଲୁଟ୍‌ କରିବାକୁ ପାଇଁ ୟୁନିଟ-୪ରେ ଥିବା ଶ୍ରୀଜୁଏଲର୍ସ ସୁନା ଦୋକାନକୁ ଶୁକ୍ରବାର ରାତି ସାଢ଼େ ୯ଟା ବେଳେ ବୋମାମାଡ଼ କରିଛନ୍ତି । ଫଳରେ ସୁନା ଦୋକାନ ମାଲିକ ରମାକାନ୍ତ ମହାରଣା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରମାକାନ୍ତ ସବୁଦିନ ଦୋକାନ ବନ୍ଦ କରି ଯିବା ସମୟରେ ସାଙ୍ଗରେ ସୁନା ଅଳଙ୍କାର ନେଇ ଯାଆନ୍ତି । ଆଜି ରାତି ସାଢ଼େ ୯ଟା ବେଳେ ସେ ଦୋକାନ ବନ୍ଦ କରୁଥିବା ସମୟରେ ହଠାତ୍‌ ଦୁଇଜଣ ଯୁବକ ଏକ ବାଇକରେ ଆସି ଦୋକାନକୁ ଲକ୍ଷ୍ୟ କରି ଦୁଇଟି ବୋମା ଫିଙ୍ଗିଥିଲେ । ଗୋଟିଏ ଦୋକାନରେ ବାଜିଥିଲା। ଅନ୍ୟଟି ରମାକାନ୍ତଙ୍କ ଉପରେ ପଡ଼ିଥିଲା । ଫଳରେ ସେ ପଡ଼ିଯାଇଥିଲେ । ଏହି ସମୟରେ ଜଣେ ଲୁଟେରା ରମାକାନ୍ତଙ୍କ ସୁନା ବ୍ୟାଗ୍‌ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା । ବୋମା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇ ଯାଇଥିଲେ । ଏହା ଦେଖି ଲୁଟେରାମାନେ ବ୍ୟାଗ୍‌ ଛାଡ଼ି ପଳାଇଥିଲେ ।

ଖବର ପାଇ ପୁଲିସ୍‌ ପହଞ୍ଚି ସେଠାରେ ଲାଗିଥିବା ସିସିଟିଭି ଯାଞ୍ଚ କରିଛି । ହେଲେ ଲୁଟେରାଙ୍କ ବିଷୟରେ କିଛି ଟେର୍‌ ପାଇନାହିଁ । ଏହି ଘଟଣା ପରେ ସ୍ଥାନୀୟ ଲୋକ ପୁଲିସ୍‌ ଉପରେ ଦୋଷ ଲଦିଛନ୍ତି । ସେମାନେ କହିଛନ୍ତି, ପୁଲିସ୍‌ର ଢିଲା ପାଟ୍ରୋଲିଂ ପାଇଁ ଏ ଅଞ୍ଚଳରେ ଲୁଟେରା ଆତଙ୍କ ଖେଳାଉଛନ୍ତି । ଗତ ଦୁଇ ସପ୍ତାହରେ ୫ଟି ସୁନା ଚେନ୍‌ ଓ ୬ଟି ସିନ୍ଧି ଚୋରି ହୋଇଛି ।