ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଶ୍ରୀମନ୍ଦିରରେ ହରିଉତ୍ଥାପନ ଏକାଦଶୀ, ନିଦ୍ରାରୁ ଉଠିଲେ ଶ୍ରୀହରି: ଲକ୍ଷ୍ମୀନାରାୟଣ ବେଶ​‌ ଦର୍ଶନ କରୁଛନ୍ତି ଭକ୍ତ

Published By : Prameya | November 12, 2024 8:11 AM

ପୁରୀ,୧୨/୧୧: ଶ୍ରୀମନ୍ଦିରରେ ହରିଉତ୍ଥାପନ ଏକାଦଶୀ ନୀତି। ଠାକୁର ଆଷାଢ଼ ଶୁକ୍ଳ  ଏକାଦଶୀରେ ନିଦ୍ରା ଯାଇଥିଲେ । ୪  ମାସ ପରେ ହରିଉତ୍ଥାପନ ଏକାଦଶୀ ଅବସରରେ ନିଦ୍ରାରୁ ଉଠିଲେ ମହାପ୍ରଭୁ। ମଙ୍ଗଳବାର ଶ୍ରୀକ୍ଷେତ୍ରରେ ପବିତ୍ର ପଞ୍ଚକ ବ୍ରତ ପାଳନ ହେଉଛି।

ପଞ୍ଚକ ୫ଦିନରେ ଦାରୁଦେବତାଙ୍କର ଭିନ୍ନ  ଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ । ପଞ୍ଚକର  ପ୍ରଥମ ଦିନ ଠାକୁରଙ୍କ ଲକ୍ଷ୍ମୀନାରାୟଣ  ବେଶ ଅନୁଷ୍ଠିତ ହେଉଛି । ମୂଲ୍ୟବାନ ସ୍ୱର୍ଣ୍ଣ ଅଳଙ୍କାର, ପାଟବସ୍ତ୍ର ଓ  ପୁଷ୍ପମାଲ୍ୟ ପରିଧାନ କରିଛନ୍ତି ଠକୁରେ । ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ  ଲକ୍ଷ୍ମୀ ନାରାୟଣ ବେଶରେ ବିଭୂଷିତ  କରିଛନ୍ତି । ଏହି ବେଶରେ ଶ୍ରୀବିଗ୍ରହ  ଶ୍ରୀଭୁଜ ଓ ଶଙ୍ଖ, ଚକ୍ର, ହଳ ମୂଷଳ  ଆଦି ଅଳଙ୍କାର ଧାରଣ କରିଛନ୍ତି।  ଶ୍ରୀମସ୍ତକରେ ସ୍ୱର୍ଣ୍ଣ କିରୀଟ ଶୋଭା ପାଇଉଛି। ମହାପ୍ରଭୁଙ୍କୁ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ପୁରୀ ପ୍ରବଳ ଭକ୍ତ ସମାଗମ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.