ପୁରୀ,୧୨/୧୧: ଶ୍ରୀମନ୍ଦିରରେ ହରିଉତ୍ଥାପନ ଏକାଦଶୀ ନୀତି। ଠାକୁର ଆଷାଢ଼ ଶୁକ୍ଳ  ଏକାଦଶୀରେ ନିଦ୍ରା ଯାଇଥିଲେ । ୪  ମାସ ପରେ ହରିଉତ୍ଥାପନ ଏକାଦଶୀ ଅବସରରେ ନିଦ୍ରାରୁ ଉଠିଲେ ମହାପ୍ରଭୁ। ମଙ୍ଗଳବାର ଶ୍ରୀକ୍ଷେତ୍ରରେ ପବିତ୍ର ପଞ୍ଚକ ବ୍ରତ ପାଳନ ହେଉଛି।

ପଞ୍ଚକ ୫ଦିନରେ ଦାରୁଦେବତାଙ୍କର ଭିନ୍ନ  ଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ । ପଞ୍ଚକର  ପ୍ରଥମ ଦିନ ଠାକୁରଙ୍କ ଲକ୍ଷ୍ମୀନାରାୟଣ  ବେଶ ଅନୁଷ୍ଠିତ ହେଉଛି । ମୂଲ୍ୟବାନ ସ୍ୱର୍ଣ୍ଣ ଅଳଙ୍କାର, ପାଟବସ୍ତ୍ର ଓ  ପୁଷ୍ପମାଲ୍ୟ ପରିଧାନ କରିଛନ୍ତି ଠକୁରେ । ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ  ଲକ୍ଷ୍ମୀ ନାରାୟଣ ବେଶରେ ବିଭୂଷିତ  କରିଛନ୍ତି । ଏହି ବେଶରେ ଶ୍ରୀବିଗ୍ରହ  ଶ୍ରୀଭୁଜ ଓ ଶଙ୍ଖ, ଚକ୍ର, ହଳ ମୂଷଳ  ଆଦି ଅଳଙ୍କାର ଧାରଣ କରିଛନ୍ତି।  ଶ୍ରୀମସ୍ତକରେ ସ୍ୱର୍ଣ୍ଣ କିରୀଟ ଶୋଭା ପାଇଉଛି। ମହାପ୍ରଭୁଙ୍କୁ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ପୁରୀ ପ୍ରବଳ ଭକ୍ତ ସମାଗମ ହୋଇଛି।