ପୁରୀ ୦୯/୦୩: ଆଜିଠୁ ୧୫  ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ବନ୍ଦ ରହିବ ଶ୍ରୀମନ୍ଦିର  ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦୋଳଯାତ୍ରା ଅବସରରେ ଶ୍ରୀମନ୍ଦିରରେ  ବିଶେଷ ନୀତିକାନ୍ତି ସମ୍ପାଦନ ଦୃଷ୍ଟିରୁ ଛତିଶା  ନିଯୋଗର ପରାମର୍ଶ କ୍ରମେ ଫଗୁ ଦଶମୀ ଠାରୁ ହୋଲି  ଉତ୍ସବ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି ବନ୍ଦ ରହିବ । 

୨୦୨୪ ଡିସେମ୍ବର ୧୭ରୁ ରତ୍ନଭଣ୍ଡାର ମରାମତି  ଓ ସଂରକ୍ଷଣ ଆରମ୍ଭ କରିଥିଲା ଏଏସ୍‌ଆଇ ।  ହେଲେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ସମ୍ପାଦନ  ନିମନ୍ତେ ବାରମ୍ବାର କାମ ବନ୍ଦ ରହୁଛି । ତେଣୁ  ନିର୍ଦ୍ଧାରିତ ୩ ମାସ ଭିତରେ ଏଏସ୍‌ଆଇ ଏହି କାମ  ସାରିପାରିବ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।