ନୂଆଦିଲ୍ଲୀ,୯/୩ : ବଲିଉଡର ଜଣାଶୁଣା ଗାୟିକା ଶ୍ରେୟା ଘୋଷାଲଙ୍କୁ ସୋସିଆଲ ମିଡିଆରେ କରାଯାଉଛି ଟ୍ରୋଲ । ପଞ୍ଜୀ ଗୀତକୁ ନେଇ ସେ ଦେଇଥିବା ଏକ ପ୍ରତିକ୍ରିୟା ପାଇଁ ତାଙ୍କୁ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ କରୁଛନ୍ତି । ଏକ ପୋଡକାଷ୍ଟରେ ଅତିଥୀ ଭାବେ ଶ୍ରେୟା ନିଜ କ୍ୟାରିୟରଠାରୁ ଆରମ୍ଭ କରି ଅନେକ କଥା କହିଥିଲେ । ଯେଉଁଥିରେ ସେ ପଞ୍ଜାବୀ ଗୀତ ଉପରେ ପରିହାସ କରିଥିବା ଦେଖିବାକୁ ମିଳିଛି । ଏହି ଛୋଟ କ୍ଲପିକୁ କାଟି ଭାଇରାଲ କରାଯାଉଛି । ଯେଉଁଥିରେ ପଞ୍ଜାବୀମାନେ ତାଙ୍କୁ କମେଣ୍ଟରେ ଗାଳି କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।
In a recent podcast Shreya Ghoshal subtly criticized Punjabi Songs.
— Gagan Choudhary (@choudhary_99415) March 6, 2026
Shreya Ghoshal: see sorry to say but Most of the Pubjabi songs which are doing very well what do they speak of?? Car, banglow, Girls.
Which is getting consumed heavily because its gotta groove and flex pic.twitter.com/g7y01479Fn
ଶ୍ରେୟାଙ୍କୁ ପଞ୍ଜାବୀ ଗୀତ ସମ୍ପର୍କରେ ପଚରା ଯାଇଥିବାବେଳେ ସେ କହିଥିଲେ କି, ସବୁ ଗୀତ ସମାନ । ପଞ୍ଜାବୀ ଗିତରେ ଗାଡ଼ି ଏବଂ ଝିଅଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଏ । ଏହାସହ ଗାୟକମାନେ କିଭଳି କରନ୍ତି ଏହାକୁ ମଧ୍ୟ ଦେଖାଇଥିଲେ । ଯାହାର ଭିଡିଓଟି ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି । ୟୁଜର୍ସମାନେ ଏହାକୁ ନେଇ ଟ୍ରୋଲ କରୁଛନ୍ତି । ସେପଟେ କିଛି ଲୋକ ଶ୍ରେୟାଙ୍କୁ ମଧ୍ୟ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ସେମାନେ କମେଣ୍ଟରେ ଜଣାଇଛନ୍ତି କି, ସତରେ ପଞ୍ଜାବୀ ମାନେ ବଙ୍ଗଳା, ଝିଅ ଏବଂ ନିଜର ସମ୍ପତ୍ତିକୁ ଦେଖାନ୍ତି । ଏହାସହ ଜଣେ ୟୁଜର୍ସ କମେଣ୍ଟରେ ଶ୍ରେୟାଙ୍କ ସପକ୍ଷରେ କହିଛନ୍ତି କି, ପଞ୍ଜାବୀ ଗୀତରେ ମଧ୍ୟ ଅଧିକ ଅଶ୍ଲୀଳତା ରହିଥାଏ ।
ଏହାସହ ପଢ଼ନ୍ତୁ : ଭାବପ୍ରବଣ ହେଲେ ସଞ୍ଜୁ ସମାସନ, ବିଶ୍ବକପ ଜିତିବା ପରେ ସ୍ତ୍ରୀଙ୍କ ପାଇଁ ଲେଖିଲେ ଏମିତି