PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଶ୍ରୀମନ୍ଦିର ବଜେଟ୍‌ ଅନୁମୋଦିତ: ଆୟ ୧୦୨ କୋଟି, ବ୍ୟୟ ଅଟକଳ ୭୮ କୋଟି

ପୁରୀ,୧୫ା୩(ବ୍ୟୁରୋ): ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୁକ୍ରବାର ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରାଯାଇ ପରିଚାଳନା କମିଟିରେ ଅନୁମୋଦିତ ହୋଇଛି । ଆୟ ୧୦୨ କୋଟି ଟଙ୍କା ଥିବା ବେଳେ ବ୍ୟୟ ୭୮ କୋଟି ଟଙ୍କାର ଅଟକଳ କରାଯାଇଛି । ପୂର୍ବବର୍ଷର ବଳକା ଅର୍ଥ ମିଶାଇଲେ ୨୯ କୋଟି ୭୨ ଲକ୍ଷ ଟଙ୍କାର ବଳକା ବଜେଟ୍‌ ଆକଳନ କରାଯାଇଛି । ଗଜପତି ଦିବ୍ୟସିଂହ ଦେବ ମହାରାଜାଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ହୋଇଥିଲା । ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ବିଜେଟର ବିଭିନ୍ନ ଦିଗ ପ୍ରତି ଶ୍ରୀମନ୍ଦିର ପରିଚାଳନା କମିଟିର ଦୃଷ୍ଟି ଆକର୍ଷଣ କରିଥିଲେ । ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ବଜେଟ ଆଲୋଚନା ତଥା ବିଭିନ୍ନ ସେବକ କଲ୍ୟାଣ ଯୋଜନା ସଂପର୍କରେ ସବିଶେଷ ତଥ୍ୟ ଦେଇନଥିଲେ । ବଜେଟ ଆଲୋଚନା ସୂତ୍ରରୁ ପ୍ରକାଶ ମନ୍ଦିର ଉପାର୍ଜନ ବୃଦ୍ଧି ପାଇଁ ଦାନ ଯୋଜନାକୁ ଅଧିକ ଗୁରୁତ୍ୱ ଦେବାକୁ ବଜେଟରେ ପ୍ରସ୍ତାବ ରହିଛି । ୟୁନିଫର୍ମ ପଲିସି ସଂଶୋଧନ ପରେ ଶ୍ରୀମନ୍ଦିର ଜମି ବିକ୍ରିରୁ ସର୍ବାଧିକ ଉପାର୍ଜନ ଶ୍ରୀମନ୍ଦିର ପାଇବ ବୋଲି ବଜେଟ ଅଟକଳରେ ଆକଳନ କରାଯାଇଥିଲା । ସେହିଭଳି ପ୍ରଥମ କରି ଶ୍ରୀମନ୍ଦିର ପ୍ରଶାସନ ଏକ କୋଟି ଟଙ୍କାର ସେବକ କଲ୍ୟାଣ ପାଣ୍ଠି ଗଠନ କରୁଥିବାର କହିଥିଲେ । ତା ବ୍ୟତୀତ ଖଣି ଲିଜ ବାବଦରୁ ଚଳିତ ବର୍ଷ ଅଧିକ ଉପାର୍ଜନ ହେବ ବୋଲି ସଭାକୁ ସୂଚନା ଦିଆଯାଇଥିଲା ।
୨୦୧୯-୨୦ ଶ୍ରୀମନ୍ଦିର ବଜେଟର ଉପାର୍ଜନ ବିଭାଗରେ ଜମି ବିକ୍ରିରୁ ୧୫ କୋଟି ୩୬ ଲକ୍ଷ ଟଙ୍କା, ଶ୍ରୀମନ୍ଦିରର ନିଜସ୍ୱ ଆୟରେ ରହିଛି ୯ କୋଟି ୩୮ ଲକ୍ଷ ଟଙ୍କା, ମନ୍ଦିରର ଅନ୍ୟ ରାଜସ୍ୱ ଆୟ ରହିଛି ୯ କୋଟି ୫୨ ଲକ୍ଷ୍ୟ ଟଙ୍କା । ସେହିଭଳି ବଜେଟରେ ସରକାରୀ ଅନୁଦାନ ପରିମାଣ ଦର୍ଶାଯାଇଛି ୩୬ କୋଟି ୬୫ ଲକ୍ଷ ଟଙ୍କା, ଲୋନ ଏଣ୍ଡ ଆଡଭାନ୍ସ ହେଡରେ ୩୬ ଲକ୍ଷ ୫୦ ହଜାର ଟଙ୍କା, ଅନ୍ୟ ଜମାରୁ ଉପାର୍ଜନରୁ ୫୦ହଜାର ଟଙ୍କା ଉପାର୍ଜନ ହେବ । ବ୍ୟୟ ହିସାବ ପରେ ବଜେଟରେ ୨୯ କୋଟି ୭୨ ଲକ୍ଷ ଟଙ୍କା ବଳକା ରାଜସ୍ୱ ରହିବ ବୋଲି ଅଟକଳ କରାଯାଇଛି ।
ବଜେଟର ବ୍ୟୟ ହିସାବ ସୂଚନା ମୁତାବକ ଶ୍ରୀମନ୍ଦିର ପ୍ରଶାସନର ବିଭିନ୍ନ ନିର୍ମାଣ କାର୍ଯ୍ୟରେ ମୋଟ ୩୬ କୋଟି ୩୮ ଲକ୍ଷ ଟଙ୍କା,କ୍ୟାପିଟାଲ ଏକ୍ସପେଣ୍ଡିଚର ବିଭାଗରେ ୩୮ କୋଟି ୭୫ ଲକ୍ଷ ଟଙ୍କା, ଲୋନ ଏଣ୍ଡ ଆଡଭାନ୍ସରେ ବିଭାଗରେ ୨ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ ହେବ ବୋଲି ଆକଳନ କରାଯାଇଛି । ବିଭିନ୍ନ ସେବାୟତ କଲ୍ୟାଣ ଯୋଜନାର ଚଳିତ ବର୍ଷ ହେଉଥିଲେ ମଧ୍ୟ ଏହାର ସବିଶେଷ ଚିତ୍ର ବାହାରକୁ ଦିଆଯାଇନାର୍ହି ।
ବଜେଟ ଆଲୋଚନା ନେଇ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ ଶ୍ରୀମନ୍ଦିର ସ୍ଥାୟୀ ଜମା ପରିମାଣ ୬୫୦ କୋଟି ଟଙ୍କାରୁ ଚଳିତ ବର୍ଷ ୭୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବ । ଗୁରୁକୂଳ ଆଦର୍ଶ ବିଦ୍ୟାଳୟରେ ତିନି କୋଟି ଖର୍ଚ୍ଚ କରାଯିବ । କର୍ମଚାରୀଙ୍କ ଦରମା ଖର୍ଚ୍ଚ ପ୍ରାପ୍ୟ ବାବଦକୁ ୨୮ କୋଟି ଟଙ୍କା, ସାମୂହିକ ସେବକ କଲ୍ୟାଣ ତଥା ପ୍ରାପ୍ୟ ବାବଦରେ ମୋଟ ୩୨ କୋଟି ଖର୍ଚ୍ଚ କରାଯିବ, ଅସ୍ଥାୟୀ ତଥା ଠିକା, ପରିମଳ କର୍ମଚାରୀଙ୍କ ଦରମା ବାବଦକୁ ୧୨ କୋଟି ଟଙ୍କାର ଖର୍ଚ୍ଚ ପ୍ରସ୍ତାବ ରହିଛି । ସାମୂହିକ ଯାତ୍ରୀ ସେବା ସଂପର୍କୀୟ ବିଭିନ୍ନ ପ୍ରକଳ୍ପଗୁଡିକରେ ମୋଟ ୩୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ରହିଛି ।

ସମ୍ବନ୍ଧିତ ଖବର