ମୁମ୍ବାଇ,୧୬/୮ : ଏସିଆ କପ୍ ୨୦୨୫ର ଆରମ୍ଭ ୯ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଅଛି । ସେହିଭଳି ଏସିଆ କପ୍ ଲାଗି ଭାରତୀୟ ଟିମର ଘୋଷଣା ୧୯ଅଗଷ୍ଟରେ ହେବାକୁ ଅଛି । ଏହା ପୂର୍ବରୁ ମହମ୍ମଦ କୈଫ ଏସିଆ କପ୍ ଲାଗି ନିଜ ୧୫ଜଣିଆ ସଦସ୍ୟ ଟିମ୍ ଚୟନ କରି ନେଇଛନ୍ତି । କୈଫ ୧୫ଜଣିଆ ସଦସ୍ୟ ସ୍କ୍ବାର୍ଡ଼ରେ ଶୁଭମନ ଗିଲ୍ ଏବଂ ମହମ୍ମଦ ସିରାଜଙ୍କୁ ଚୟନ କରିଛନ୍ତି । କିନ୍ତୁ କୈଫ ଉଭୟ ଖେଳାଳୀଙ୍କୁ ନିଜ ପ୍ଲେଇଂ ଇଲେଭେନରୁ ବାହାର କରି ଦେଇଛନ୍ତି ।
କୈଫ ନିଜର ୧୫ଜଣିଆ ସଦସ୍ୟ ଟିମରେ ଗିଲ୍ ଏବଂ ସିରାଜଙ୍କୁ ମୌକା ଦେଇଛନ୍ତି । କିନ୍ତୁ ଇଂଲଣ୍ଡରେ ଭାରତୀୟ ଟିମର ହିରୋ ଥିବା ଗିଲ୍ ଏବଂ ସିରାଜଙ୍କୁ ପ୍ଲେଇଂ ୧୧ରୁ ବାହାରେ ରଖାଯାଇଛି । କୈଫ ନିଜ ଟିମରେ ଓପନର ଭାବେ ସଞ୍ଜୁ ସ୍ୟାମସନ ଏବଂ ଅଭିଷେକ ଶର୍ମାଙ୍କୁ ରଖିଛନ୍ତି । ସେହିଭଳି ୩ନମ୍ବରରେ କୈଫ ତିଲକ ବର୍ମାଙ୍କୁ ମୌକା ଦେଇଛନ୍ତି । ଯାହାକି ୪ନମ୍ବରରେ ସୂର୍ଯ୍ୟ କୁମାର ଯାଦବଙ୍କୁ ରଖିଛନ୍ତି । ସୂର୍ଯ୍ୟ ହିଁ ଟିମର ଅଧିନାୟକ ଅଟନ୍ତି । କୈଫ ଅକ୍ଷର ପଟେଲଙ୍କୁ ଭାରତୀୟ ଟିମର ଉପଅଧିନାୟକ ଭାବେ ଚୟନ କରିଛନ୍ତି । ଅକ୍ଷରଙ୍କୁ ୫ନମ୍ବରରେ ମୌକା ଦେଇଛନ୍ତି ।
କୈଫ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେଙ୍କ ଟିମରେ ଅଲରାଉଣ୍ଡର ଭାବେ ଚୟନ ହୋଇଛନ୍ତି । ସେହିଭଳି ୮ନମ୍ବରରେ କୈଫ ଓ୍ବାଶିଂଟନ ସୁନ୍ଦରଙ୍କୁ ରଖିଛନ୍ତି । ଏହା ବ୍ୟତୀତ ମୁଖ୍ୟ ସ୍ପିନର ଭାବେ କୈଫ କୁଲଦୀପ ଯାଦବଙ୍କୁ ଟିମରେ ସାମିଲ କରିଛନ୍ତି । ସେହିଭଳି ଦ୍ରୁତ ବୋଲରଙ୍କ କମାଣ୍ଡ କୈଫ ଜସପ୍ରୀତ ବୁମରାହ ଏବଂ ଅର୍ଶଦୀପଙ୍କୁ ଦେଇଛନ୍ତି ।
କୈଫଙ୍କ ଏସିଆ କପ୍ ଲାଗି ସମ୍ଭାବିତ ପ୍ଲେଇଂ ଇଲେଭେନ : ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅକ୍ଷର ପଟେଲ(ଉପଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଓ୍ବାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଜସପ୍ରୀତ ବୁମରାହ ।
କୈଫଙ୍କ ୧୫ଜଣିଆ ସଦସ୍ୟ ଟିମକୁ ପୂରା କରିବା ଲାଗି ବାକି ୪ଖେଳାଳୀ ବରୁଣ ଚକ୍ରବର୍ତ୍ତି, ଶୁଭମନ ଗିଲ, ମହମ୍ମଦ ସିରାଜ ଏବଂ ଜିତେଶ ଶର୍ମା ଅଛନ୍ତି ।