ମୁମ୍ବାଇ, ୨୨/୪ :   ଆଇପିଏଲ୍ ୨୦୨୫ର ୩୯ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ବହୁ ଦମଦାର ପ୍ରଦର୍ଶନ କରିଛି । କେକେଆରକୁ ୩୯ରନରେ ହରାଇ ଦେଇଛି । ଏହି ବିଜୟରେ ଗୁଜରାଟର ଶୁଭମନ ଗିଲ୍ ଇତିହାସ ରଚିଛନ୍ତି ଏବଂ ୯୦ରନ୍ କରି ଆଉଟ୍ ହୋଇଥିଲେ । ଗିଲଙ୍କୁ ତାଙ୍କ ଶାନଦାର୍ ପରଫର୍ମାନ୍ସ ଲାଗି ପ୍ଲେୟର ଅଫ ଦ ମ୍ୟାଚର ତାଜ୍ ମିଳିଛି । ପ୍ରକାଶ ଯେ, ଟି-୨୦ରେ ଗିଲଙ୍କୁ ଏବଂ ଦ୍ବାଦଶ ଥର ଟି-୨୦ମ୍ୟାଚର ଆଓ୍ବାର୍ଡ ମିଳିଛି । ଏଭଳି କରି ଗିଲ୍ ଏକ ଖାସ୍ ରେକର୍ଡ଼ ନିଜ ନାଁରେ କରିଛନ୍ତି । ଶୁଭମନ ଗିଲ୍ ୨୫ବର୍ଷ ବୟସରେ ସର୍ବାଧିକ ଟି-୨୦ ମେନ ଅଫ ଦ ମ୍ୟାଚ୍ ପୁରସ୍କାର ଜିତିଥିବା ଭାରତୀୟ ଖେଳାଳୀ ହୋଇଯାଇଛନ୍ତି । ଏଭଳି କରି ଗିଲ୍ କୋହଲୀଙ୍କ ରେକର୍ଡ଼କୁ ଭାଙ୍ଗି ଦେଇଛନ୍ତି । କୋହଲୀ ୨୫ବର୍ଷ ବୟସ ପର୍ଯ୍ୟନ୍ତ ଟି-୨୦ରେ ୧୧ଥର ପ୍ଲେୟର ଅଫ ଦ ମ୍ୟାଚର ତାଜ୍ ଜିତିବାରେ ସଫଳ ହୋଇପାରିଥିଲେ ।

୧୨*- ଶୁଭମନ ଗିଲ- ୧୫୩ମ୍ୟାଚ 

୧୧- ବିରାଟ କୋହଲୀ- ୧୫୭ମ୍ୟାଚ 

୧୦- ସୁରେଶ ରୈନା- ୧୨୯ମ୍ୟାଚ 

୯- ଅଭିଷେକ ଶର୍ମା- ୧୩୯ମ୍ୟାଚ 

୯- ରୋହିତ ଶର୍ମା- ୧୪୯ମ୍ୟାଚ 

୮- ଋତୁରାଜ ଗାୟକଓ୍ବାଡ଼- ୯୦ମ୍ୟାଚ 

୮-ୟଶସ୍ବୀ ଜୟସଓ୍ବାଲ- ୧୧୨ମ୍ୟାଚ 

୮- ରବୀନ୍ଦ୍ର ଜାଡେଜା- ୧୩୪ମ୍ୟାଚ 

୮- ଜସପ୍ରୀତ ବୁମରା- ୧୪୯ମ୍ୟାଚ 

ଏହା ବ୍ୟତୀତ ଗିଲ୍ ଆଇପିଏଲର ଇତିହାସରେ ଗୁଜରାଟ ଲାଗି ସବୁଠାରୁ ଅଧିକ ପ୍ଲେୟର ଅଫ ଦ ମ୍ୟାଚର ତାଜ୍ ଜିତିଥିବା ଖେଳାଳୀ ହୋଇଯାଇଛନ୍ତି । ୮ମ ଥର ଲାଗି ଗିଲ୍ ପ୍ଲେୟର ଅଫ ଦ ମ୍ୟାଚର ତାଜ୍ ଆଇପିଏଲରେ ଗୁଜରାଟ ଲାଗି ଜିତିଛନ୍ତି।

୮*- ଶୁଭମନ ଗିଲ-୫୩ମ୍ୟାଚ

୪- ରଶିଦ ଖାନ- ୫୩ମ୍ୟାଚ

୩- ମୋହିତ ଶର୍ମା-୨୬ମ୍ୟାଚ

୩- ସାଇ ସୁଦର୍ଶନ- ୩୩ମ୍ୟାଚ

୨-ମହମ୍ମଦ ସିରାଜ- ୮ମ୍ୟାଚ

୨- ହାର୍ଦ୍ଦିକ ପାଣ୍ଡ୍ୟା- ୩୧ମ୍ୟାଚ୍

୨- ମହମ୍ମଦ ଶାମୀ-୩୩ମ୍ୟାଚ

୨- ଡେଭିଡ ମିଲର- ୪୧ମ୍ୟାଚ