ନୂଆଦିଲ୍ଲୀ : ରବିବାର ଅପାହ୍ନେରେ ଖେଳାଯାଇଥିବା ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଗୁଜରାଟ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ଅଧିନାୟକ ଶୁଭମନ ଗିଲ୍ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ତେବେ ଏହି ଅର୍ଦ୍ଧଶତକ ବଳରେ ସେ ୪୦୦୦ ରନ୍ ଆଇପିଏଲରେ ପୂରଣ କରିଛନ୍ତି । ଏହି ସ୍କୋର ସହ ସେ ଏକ ରେକର୍ଡ ନିଜ ନାମରେ କରିଛନ୍ତି । ଯେଉଁଥିରେ କିଙ୍ଗ୍ କୋହଲିଙ୍କୁ ପଛରେ ପକାଇଛନ୍ତି ଗିଲ୍ ।
ଏହି ମ୍ୟାଚ୍ରେ ଶୁଭମନ ଗିଲ୍ ୪୦ ବଲ୍ରେ ୫୬ ରନ୍ର ଇନିଂସ ଖେଳିଥିଲେ, ଯେଉଁଥିରେ ୬ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା। ଏହି ଇନିଂସ୍ରେ ସେ ୪୦୦୦ ରନ୍ ପୂରଣ କରିଥିଲେ। ୨୬ ବର୍ଷ ୨୧୬ ଦିନ ବୟସରେ ଏହି ସଫଳତା ହାସଲ କରି ଶୁଭମନ ଗିଲ୍ ଆଇପିଏଲ୍ ଇତିହାସରେ ୪୦୦୦ ରନ୍ କରିଥିବା ସବୁଠାରୁ ଯୁବ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ପୂର୍ବରୁ, ଏହି ରେକର୍ଡ ବିରାଟ କୋହଲିଙ୍କ ନାମରେ ଥିଲା, ଯିଏ ୨୭ ବର୍ଷ ୧୯୫ ଦିନ ବୟସରେ ଏହି ସଫଳତା ହାସଲ କରିଥିଲେ । ଏବେ କୋହଲିଙ୍କ ରେକର୍ଡ ଭାଙ୍ଗି ନିଜ ନାମରେ ଏହି କିର୍ତ୍ତୀମାନ ସ୍ଥାପନ କରିଛନ୍ତି ଗିଲ୍ ।
MILESTONE 🔓
— IndianPremierLeague (@IPL) April 12, 2026
4k runs for the #GT skipper Shubman Gill in #TATAIPL 🌟
Updates ▶️ https://t.co/kIuuJYbiNx#KhelBindaas | #LSGvGT pic.twitter.com/ZJU2HCpr3Z
କେବଳ ଏତିକି ନୁହେଁ କମ ବଲରେ ଏହି ୪୦୦୦ ରନ୍ ପୂରଣ କରିବାରେ ଦ୍ବିତୀୟ ଭାରତୀୟ ଖେଳାଳି ହୋଇଛନ୍ତି । ତାଙ୍କ ଆଗରେ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ ।
- ୨୭୧୪ ବଲ୍ - ସୂର୍ଯ୍ୟକୁମାର ଯାଦବ
- ୨୮୭୫ ବଲ୍ - ଶୁଭମନ ଗିଲ୍
- ୨୮୮୬ ବଲ୍ - ସୁରେଶ ରାଇନା
- ୨୮୮୭ ବଲ୍ – ମହେନ୍ଦ୍ର ସିଂହ ଧୋନି
କିଏ କେତେ ଇନିଂସରେ ପୂରଣ କରିଛନ୍ତି ୪୦୦୦ ରନ୍
- ୧୦୫- କେଏଲ ରାହୁଲ
- ୧୧୮- ଶୁଭମନ ଗିଲ
- ୧୨୮-ବିରାଟ କୋହଲି
- ୧୪୦- ସୁରେଶ ରାଇନା
- ୧୪୦- ଗୌତମ ଗମ୍ଭୀର