ନୂଆଦିଲ୍ଲୀ,୦୯/୦୬: କର୍ଣ୍ଣାଟକର କଂଗ୍ରେସ ସରକାର ବିଦ୍ୟାଳୟ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି। ତେବ ଏହାକୁ ନେଇ ବିବାଦ ଉପୁଜିପାରେ। ଯଦି ପାଠ୍ୟ ଖସଡ଼ାରେ ପରିବର୍ତ୍ତନ କରାଯାଏ ତେବେ ଚୁପ୍ ରହିବେ ନାହିଁ ବୋଲି ବିଜେପି ଚେତାବନୀ ଦେଇଛି। ସୂଚନା ଥାଉକି, ସରକାର ସ୍ପଷ୍ଟ କରିଛନ୍ତି ଯେ, ମୁଦ୍ରିତ ବହିଗୁଡ଼ିକୁ ଫେରାଇ ନିଆଯିବ ନାହିଁ ବରଂ ଏକ ନୂଆ ବହି ସମସ୍ତ ବିଦ୍ୟାଳୟକୁ ପଠାଯିବ। ଏହି ପୁସ୍ତକରେ ନୂତନ ଅଧ୍ୟାୟ ସହିତ ନିର୍ଦ୍ଦେଶାବଳୀ ଥାଇପାରେ।
୨୦୨୨ ମସିହାରେ, ବୋମ୍ମାଇ ସରକାର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସରେ ମୋଟ ୮ ଟି ପରିବର୍ତ୍ତନ କରିଥିଲେ, ଯାହାକୁ କଂଗ୍ରେସର ସିଦ୍ଧରମୈୟା ସରକାର ସମୀକ୍ଷା କରୁଛନ୍ତି। ବିଜେପି ପରିବର୍ତ୍ତନ ସପକ୍ଷରେ ନାହିଁ। ଭାରତ ଜନତା ପାର୍ଟି (ବିଜେପି) ଭୟ କରୁଛି ଯେ, ବୀର ସବରକର ଏବଂ ଆରଏସଏସ ପ୍ରତିଷ୍ଠାତା ହେଡଗେୟାରଙ୍କ ସହ ଜଡିତ ଅଧ୍ୟାୟ ହଟାଯାଇପାରେ।

ପଢ଼ନ୍ତୁ: ଆକ୍ସନ୍ରେ ସିବିଆଇ; ମଣିପୁରରେ ଷଡଯନ୍ତ୍ରର ଯାଞ୍ଚ ପାଇଁ ପଞ୍ଜିକୃତ ହୋଇଛି ୬ଟି ମାମଲା
କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ମଧୁ ଓ୍ବଙ୍ଗାରପ୍ପା କହିଛନ୍ତି, "ଆଶା କରୁଛି ଚଳିତ ମାସ ଶେଷ ସୁଦ୍ଧା ପାଠ୍ୟକ୍ରମରେ ପରିବର୍ତ୍ତନ କରାଯିବ। ମୁଁ ପିଲାମାନଙ୍କ ସ୍ୱାର୍ଥରେ ଏହା କରୁଛି, କେଉଁ ଦଳ କଣ କରିଛି ଏବଂ ସେମାନେ ଯାହା ଭାବୁଛନ୍ତି, ସେଥିପ୍ରତି ମୁଁ ଧ୍ୟାନ ଦେଉନାହିଁ। ବିଦ୍ୟାଳୟଗୁଡ଼ିକୁ ସରକାର ଦେଇଥିବା ଗାଇଡଲାଇନ ବୁକଲେଟରେ ଉଲ୍ଲେଖ କରାଯିବ ଯେ, ପୂର୍ବରୁ ପ୍ରକାଶିତ ପୁସ୍ତକଗୁଡ଼ିକରୁ କେଉଁ ଅଧ୍ୟାୟ ଶିକ୍ଷା ଦିଆଯିବା ଉଚିତ ଏବଂ କେଉଁଟି ଉଚିତ ନୁହେଁ। ଏହା ବ୍ୟତୀତ, ଯଦି ନୂତନ ଅଧ୍ୟାୟଗୁଡ଼ିକ ଯୋଗ କରାଯାଏ, ତେବେ ସେଗୁଡିକ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବ। ବୈଷୟିକ କମିଟି ସିଲାବସ୍ ସମୀକ୍ଷା କରୁଛନ୍ତି, କମିଟିର ସୁପାରିଶ ଚଳିତ ମାସରେ କ୍ୟାବିନେଟ୍ ଆଗରେ ରଖାଯିବ। କ୍ୟାବିନେଟର ଅନୁମୋଦନ ପାଇବା ପରେ ହିଁ ନିର୍ଦ୍ଦେଶାବଳୀ ଜାରି କରାଯିବ ବୋଲି କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ କହିଛନ୍ତି।
You can also read: ୫୮ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଅଭିନେତା ଟାଇଗର୍ ଶ୍ରଫ୍ଙ୍କ ମା’,ମ୍ୟାନେଜରଙ୍କ ନାଁରେ ଥାନାରେ ଦେଲେ ମାମଲା…