ନୂଆଦିଲ୍ଲୀ ୧୨/୦୨: ମର୍ଡନ ରିଲେସନସିପ୍‌କୁ ନେଇ ଚାଲିଥିବା ବିତର୍କ ମଧ୍ୟରେ, ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ଖୋଲାଖୋଲି ଭାବରେ ତାଙ୍କର ମତ ପ୍ରକାଶ କରିଛନ୍ତି। ତାଙ୍କ ଅନୁଯାୟୀ, ଜେନ୍-ଜି ପ୍ରେମକୁ ନେଇ ଦ୍ୱନ୍ଦ୍ୱରେ ନାହାଁନ୍ତି। ସୋସିଆଲ ମିଡିଆର ଯୁଗ ପ୍ରେମର ଅର୍ଥ ଏବଂ ପ୍ରକାଶନ ଉଭୟକୁ ପରିବର୍ତ୍ତନ କରିଛି। ଲୋକମାନେ ଯାହାକୁ ଭ୍ରମ ଭାବରେ ଦେଖନ୍ତି ତାହା ପ୍ରକୃତରେ ପ୍ରେମକୁ ବୁଝିବା ଏବଂ ପ୍ରକାଶ କରିବାର ନୂତନ ଉପାୟ।

ସିଦ୍ଧାନ୍ତଙ୍କ ଅନୁଯାୟୀ, ଆଜି ଆମେ ସୋସିଆଲ ମିଡିଆର ଯୁଗରେ ବଞ୍ଚୁଛୁ, ଏବଂ ଏହା ପ୍ରେମର କାମ କରିବାର ଧାରାକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଛି। ଏବେ ଭାବନାଗୁଡ଼ିକ ବାସ୍ତବ ସମୟରେ ପ୍ରକାଶିତ ହେଉଛି, କିନ୍ତୁ ଏକ ପରଦା ମାଧ୍ୟମରେ। ପୁରୁଣା ଦିନଗୁଡ଼ିକୁ ମନେ ପକାଇ ଅଭିନେତା କହିଛନ୍ତି, ଆମ ସମୟରେ ମଧ୍ୟ ଦ୍ୱନ୍ଦ୍ୱ ଥିଲା, କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ସ୍ତରରେ। କୌଣସି ସୋସିଆଲ ମିଡିଆ ନଥିଲା, ତେଣୁ ଆମେ ଜାଣିପାରୁ ନଥିଲୁ ଯେ ଅନ୍ୟ ବ୍ୟକ୍ତି କ'ଣ ଅନୁଭବ କରୁଛନ୍ତି। ବର୍ଷ ବର୍ଷ ବିତିଯାଉଥିଲା ଆମେ ତାଙ୍କ ଭାବନା ବିଷୟରେ ଅଜ୍ଞ ରହୁଥିଲୁ।

 

ସିଦ୍ଧାନ୍ତ କହିଛନ୍ତି, ଆମେ ସ୍କୁଲ ବାହାରେ ଠିଆ ହୋଇ ତାର ଗୋଟିଏ ଝଲକ ପାଇଁ ଅପେକ୍ଷା କରୁଥିଲୁ। କେବଳ ସେଇ ଗୋଟିଏ ଆଶା ନେଇ ଥରେ ଆଖି ମିଶିଯାଉ। ସେ ଆମକୁ ଦେଖିଛି କି ନାହିଁ? ଯଦି ସେ ଆଗକୁ ଚାଲିଯାଉଛି, ସେ ପଛକୁ ଚାହିଁ ଦେଖୁଛି କି ନାହିଁ? ଏହି ଛୋଟ ଛୋଟ ମୁହୂର୍ତ୍ତଗୁଡ଼ିକ ଆମ ପାଇଁ ସବୁକିଛି ଥିଲା। ଆଜିର ଡେଟିଂ କଲ୍ଚରକୁ ନେଇ କହିଛନ୍ତି, 'ଏବେ ପ୍ରେମ ମଧ୍ୟ ସୋସିଆଲ ମିଡିଆ ଦ୍ୱାରା ପ୍ରଭାବିତ। ଲୋକମାନେ ଜାଣିଶୁଣି ଏପରି ଷ୍ଟୋରୀ ପୋଷ୍ଟ କରୁଛନ୍ତି ଯେଉଁଥିରେ ଏପରି ଗୀତ ରହୁଛି ଯାହାକୁ ସାମ୍ନାରେ ଥିବା ବ୍ୟକ୍ତି ପସନ୍ଦ କରୁଥାଏ ଏବଂ ତା'ପରେ ଅପେକ୍ଷା କରନ୍ତି ଯେ ସେହି ବ୍ୟକ୍ତି ଏହାକୁ ଦେଖିଛନ୍ତି କିମ୍ବା ଲାଇକ କରିଛନ୍ତି କି ନାହିଁ।

ଆହୁରି ପଢ଼ନ୍ତୁ...ବିବାଦରେ ଉଦିତ ନାରାୟଣ; ପ୍ରଥମ ପତ୍ନୀଙ୍କ ମହିଳା ଥାନାରେ ଏତଲା, ସହମତି ବିନା ଗର୍ଭାଶୟ ବାହାର କରିଥିବା ଅଭିଯୋଗ

ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ସିଦ୍ଧାନ୍ତଙ୍କ ମତ ଏପରି ସମୟରେ ଆସିଛି ଯେତେବେଳେ ସେ ତାଙ୍କର ଆଗାମୀ ରୋମାଣ୍ଟିକ ଫିଲ୍ମ 'ଦୋ ଦିୱାନେ ସେହେର ମେଁ'ର ରିଲିଜ୍ ପାଇଁ ପ୍ରସ୍ତୁତି କରୁଛନ୍ତି, ଯେଉଁଥିରେ ସେ ମୃଣାଳ ଠାକୁରଙ୍କ ସହ ନଜର ଆସିବେ।