ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସଂପୃକ୍ତ ଗ୍ୟାଙ୍ଗଷ୍ଟର ପୋଲିସ ହେପାଜତରୁ ଫେରାର୍, ଜାଣିଶୁଣି ଛାଡିଦେଲେ!

ଅମୃତସର ୦୨/ ୧୦: ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଦୀପକ ଆଲିୟାସ ଟିନୁ ପୋଲିସ ହପାଜତରୁ ଫେରାର୍‌ ହୋଇଯାଇଛି । ଶନିବାର ରାତିରେ ସେ ଫେରାର ହୋଇଯାଇଥିବା ସୂଚନା ମିଳିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିଆଇଏ)ର ଜଣେ କର୍ମଚାରୀ ଗ୍ୟାଙ୍ଗଷ୍ଟର ଦୀପକକୁ କପୁରତାଲାରୁ ମାନସାକୁ ଏକ ଘରୋଇ ଗାଡିରେ ନେଇ ଯାଉଥିବା ବେଳେ ସେ ଖସିଯିବାକୁ ସକ୍ଷମ ହୋଇଛି । ରାତି ପ୍ରାୟ ୧୧ଟା ରେ ଏଭଳି ଘଟଣା ଘଟିଛି ।

ଦୀପକ ଟିନୁ ହେଉଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ଖୁବ ନିକଟତର । ଯିଏ କି ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଏବେ ପୋଲିସ ହେପାଜତରେ ଅଛି । ତେବେ ମୁସେଓ୍ବାଲା ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୧୫ ଜଣ ସୁଟରଙ୍କ ମଧ୍ୟରେ ଦୀପକ ଥିଲା । କେବଳ ଏହି ଗୋଟିଏ ଘଟଣା ନୁହେଁ ଅନେକ ଅପରାଧିକ ମାମଲାରେ ତା ନାଁ ରେ ଗଡୁଛି ଏକାଧିକ ମାମଲା ।

କେବଳ ଏହି ଥରେ ନୁହେଁ ପୂର୍ବରୁ ମଧ୍ୟ ଅନ୍ୟ ମାମଲାରେ ଜେଲରେ ଥିବାବେଳେ ଚାରି ଚାରି ଥର ଜେଲରୁ ଫେରାର ହେବାକୁ ସକ୍ଷମ ହୋଇଛି ଦୀପକ ଟିନୁ । ବଡ କଥା ହେଉଛି ତାକୁ ଖସାଇବାରେ ଜେଲର କିଛି କର୍ଚଚାରୀ ହିଁ ସହଯୋଗ କରନ୍ତି । ୨୦୧୭ରେ ଅମ୍ବାଲା ସେଣ୍ଟ୍ରାଲ ଜେଲରୁ ଫେରାର ହେବାକୁ ସକ୍ଷମ ହୋଇଥିଲା ସେ । ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିବା ବେଳେ ପୋଲିସ କର୍ମୀଙ୍କ ଆଖିରେ ପିପର୍‌ ସ୍ପ୍ରେ ମାରି ଖସିଯାଇଥିଲା ଦୀପକ ।

ସୂଚନାଯୋଗ୍ୟ, ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେଓ୍ବାଲାକୁ ଗତ ମେ ୨୯ ତାରିଖରେ ଗୁଳିକରି ହତ୍ୟା କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ହଟାଯିବାର ଦିନକ ପରେ ତାଙ୍କୁ ହତ୍ୟା କରାଯାଇଥିଲା । ଘଟଣାରେ ପୋଲିସ ଆକ୍ସନ ମୋଡକୁ ଆସିବା ସହ ଜଣେ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଜେଲରେ ଥିବା ଲରେନ୍ସ ବିଷ୍ଣୋୟୀ ହିଁ ରୁଚିଥିଲା ହତ୍ୟାକାଣ୍ଡର ବ୍ଲୁ ପ୍ରିଣ୍ଟ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟପଟେ ଫେରାର୍‌ ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ଦୀପକ ଟିନୁକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପଞ୍ଜାବ ପୋଲିସ ।

Copyright © 2022 - Summa Real Media Private Limited. All Rights Reserved.