ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ବୁଲନ୍ଦସହର ପୁଲିସ , ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ହତିଆର ସପ୍ଲାୟର ରିଜୱାନ ଅନସାରୀ (ଯାହା ମୁଣ୍ଡରେ ୨୫୦୦୦ର ପୁରସ୍କାର ଘୋଷିତ ହୋଇଥିଲା) ଓ ତାର ସହଯୋଗୀ ଆଦନାନକୁ ଖୁର୍ଜାରୁ ଗିରଫ କରିଛି। ସିଦ୍ଦୁ ମୁସେୱାଲା ହତ୍ୟାକାଣ୍ଡରେ ରିଜୱାନ ଅନସାରୀ ତିହାର ଜେଲରେ ବନ୍ଦୀ ଥିଲା। ୨୬ ଡିସେମ୍ୱରରେ ଦିଲ୍ଲୀର ତିହାର ଜେଲରୁ ଜାମିନରେ ବାହାରି ଥିଲା, ବିଳମ୍ୱିତ ରାତିରେ ନିଜ ଘର ଖୁର୍ଜା କୋତବାଲୀ ନଗର ଅଞ୍ଚଳର ମହୋଲ୍ଲା ସାହିବାନ ଛୋଟା ହକିମ୍‌ରେ ପହଞ୍ଚିଲା।  

ବିଳମ୍ୱିତ ରାତିରେ ନିଜର ସାଥିଙ୍କ ସହ ଡିଜେ ବଜାଇ ଓ ବାଣଫୁଟାଇ ସେଲିବ୍ରେସନ କରୁଥିଲା। ପୁଲିସ ମୁତାବିକ , ସେଲିବ୍ରେସନ ବେଳେ ଅବୈଧ ହତିଆରରେ ଫାଙ୍କା ଫାୟାରିଂ ମଧ୍ୟ କରାଯାଇ ଥିଲା। ସେଠାରେ ବାଣଫୁଟାଇ ଓ ଫାଙ୍କା ଫାୟାରିଂର ସୂଚନା ଯେମିତି ଖୁର୍ଜା ପୁଲିସକୁ ମିଳିଲା ତ ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଏକ ମାମଲାରେ ମଧ୍ୟ ପୁଲିସ ଦ୍ୱାରା ଅଭିଯୁକ୍ତଙ୍କ ବିରୋଧରେ ରୁଜୁ କରାଯାଇଛି।

ଘଟଣାର ବିଷୟରେ ଏସପି ଦେହାତ, ରୋହିତ ମିଶ୍ର କହିଛନ୍ତି ଯେ , ରିଜୱାନ ଦିଲ୍ଲୀର ତିହାର ଜେଲରୁ ୨୬ ଡିସେମ୍ୱରରେ ବାହାରି ଥିଲା। ଏହାପରେ ସେ ନିଜ ମୋହଲ୍ଲେରେ ପହଞ୍ଚ ଥିଲା ଏବଂ ଡିଜେ ବଜାଇ ସେଲିବ୍ରେସନ କରିଥିଲା। ବାଣଫୁଟାଇବା ସହ ଅବୈଧ ହତିଆରରେ , ନିଜର ସାଥିଙ୍କ ସହ ଫାଙ୍କା ଫାୟାରିଂ କରୁ ଥିଲା। ଏହାର ସୂଚନା ସ୍ଥାନୀୟ ପୁଲିସ ପାଇ ଘଟଣାସ୍ଥଳରେ ଯାଞ୍ଚ ଆରମ୍ଭ କରିଥିଲା। 

ଏହି ମାମଲାରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିଲା। ଅଭିଯୁକ୍ତଙ୍କର ତଲାସ ପାଇଁ ଖୁର୍ଜା ନଗର ଓ ଖୁର୍ଜା ଦେହାତ ପୁଲିସ ଲାଗି ପଡ଼ିଥିଲା। ପୁଲିସ୍‌କୁ ସୂଚନା ମିଳିଥିଲା ଯେ , କାରରେ ବସି ସେ ନିଜ ସାଥିଙ୍କ ସହ ହାଇୱେରେ ଯାଉଛି। ଏହାପରେ ଦୁଇ ଥାନାର ପୁଲିସ ଦ୍ୱାରା ଚେକିଂ ବେଳେ ଅଭିଯୁକ୍ତର କାରକୁ ରୋକା ଯାଇଥିଲା । ହେଲେ ସେମାନେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଘେରାବନ୍ଦୀ କରି ଧରିଥିଲା। 

କାରରୁ ଦୁଇ ଜଣ ବ୍ୟକ୍ତିଙ୍କୁ ଧରାଯାଇ ହେପାଜତକୁ ନିଆଯାଇଥିଲା। ଗାଡ଼ିର ତଲାସୀ ବେଳେ ସେଥିରେ ୭ଟି ବନ୍ଧୁକ ଓ ୨ଟି ଅବୈଧ ପିସ୍ତଲ ଜବତ କରାଗଲା। ଏହାସହ ଅନେର ଗୁଳି ମଧ୍ୟ ଜବତ ହୋଇଥିଲା। ଏହି ସମ୍ୱନ୍ଧରେ ଆଉ ଏକ ମାମଲା ରୁଜୁ କରାଯାଇଛି। ସେଠାରୁ ଗିରଫ ରିଜୱାନ ଅନସାରୀ ଓ ଅଦନାନକୁ ଜେଲ୍‌ ପଠାଇ ଦିଆଯାଇଛି।