PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଯୋଗୀଙ୍କୁ ଘେରିଲେ ସିଦ୍ଧୁ: ଏବେ ଭାରତୀୟ ସେନାକୁ ‘ମୋଦିଙ୍କ ସେନା’ କରିଦେଲେ

ନୂଆଦିଲ୍ଲୀ,୨।୪: ଲୋକସଭା ନିର୍ବାଚନ ପ୍ରଚାରକୁ ନେଇ ଏକ ରାଲି ସମୟରେ ୟୁନି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ଭାଷଣରେ ଭାରତୀୟ ସେନାକୁ ‘ମୋଦି ଜୀଙ୍କ ସେନା’ ବୋଲି କହିଦେଇଥିଲେ। ଯାହାକୁ ନେଇ ଏବେ ବିରୋଧୀ ଦଳର ଟାର୍ଗେଟରେ ଆସିଯାଇଛନ୍ତି। ବିରୋଧୀ ଦଳ କହିଛି ଏହା ସେନାର ଅପମାନ। ଅନ୍ୟପକ୍ଷେ ଏହାକୁ ନେଇ  କଂଗ୍ରେସ ନେତା ଓ ପଞ୍ଜାବର ମନ୍ତ୍ରୀ ନଭଜୋତ ସିଂହ ସିଦ୍ଧୁ ମଧ୍ୟ ଯୋଗୀଙ୍କୁ ଏବେ ଟାର୍ଗେଟ କରିଛନ୍ତି।

ସିଦ୍ଧୁ ଟ୍ବିଟ୍ କରିଛନ୍ତି, ’ଏବେ ବୁଝିଲି ଯୋଗୀଙ୍କ ସେନା ଆପଣଙ୍କ ନିର୍ବାଚନ ପାଇଁ ଅଛି, ଦେଶର ସୁରକ୍ଷା ପାଇଁ ନୁହେଁ ? ଏହାପରେ ସେ ଆଗକୁ ଲେଖିଛନ୍ତି ପ୍ରଥମେ ସିବିଆଇ ରବଡର ଗୁଣ୍ଡା କରିଦେଲେ, ଆରବିଆଇକୁ ହାତ ମୋଡି ଦିଆଗଲା, ର’ର ଭେଦଖୋଲି ଦିଆଗଲା, ଜୁଡିସିଆରୀକୁ ମଝିରେ ଆଣି ଠିକ୍ କରିଦେଲେ। ଏବେ ଖାଲି ଭାରତୀୟ ସେନା ବାକି ଥିଲା, ଏହାକୁ ମଧ୍ୟ ମୋଦିଙ୍କର ସେନା କରିଦେଲେ।‘

ଉଲ୍ଲେଖନୀୟ ଯେ, ରବିବାର ଗାଜିଆବାଦଠାରେ ଅୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ଯୋଗୀ କହିଥିଲେ, ‘ କଂଗ୍ରେସ ଲୋକମାନେ ଆତଙ୍କବାଦୀଙ୍କୁ ବିରିୟାନୀ ଖାଇବାକୁ ଦେଉଥିବା ବେଳେ ମୋଦିଜୀଙ୍କ ସେନା ସେମାନଙ୍କୁ ଗୁଳି କରୁଛନ୍ତି।କଂଗ୍ରେସ ଲୋକମାନେ ମାସୁଦ ଆଝାର ଭଳି ଆତଙ୍କୀ ପାଇଁ ଜୀ ଶବ୍ଦ ବ୍ୟବହାର କରୁଛନ୍ତି। ହେଲେ ମୋଦିଙ୍କ ସରକାର ଆତଙ୍କୀ କ୍ୟାମ୍ପରେ ହମ୍‌ଲା କରୁଛନ୍ତି।”

ପୂର୍ବରୁ ନିର୍ବାଚନ କମିଶନ୍ ସମସ୍ତ ରାଜନୈତିକ ଦଳକୁ କହିଥିଲେ ସେନାକୁ  ଭୋଟ ପାଇଁ ବ୍ୟବହାର କରାନଯାଉ। ତେବେ ଯୋଗୀଙ୍କ ଏହି ମନ୍ତବ୍ୟ ପରେ  ନିର୍ବାଚନ କମିଶନ ରିପୋର୍ଟ ତଲବ କରିଛନ୍ତି। ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏହି ପ୍ରସଙ୍ଗରେ ରିପୋର୍ଟ ମଧ୍ୟ ପଠାଇଛନ୍ତି। ନିର୍ବାଚନ କମିଶନ ଏହାର ତର୍ଜମା କରିବା ପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ, ତାହା ନିଷ୍ପତ୍ତି ନେବେ।

ସମ୍ବନ୍ଧିତ ଖବର