ମୁମ୍ୱାଇ : ସଲମାନ ଖାନ ଓ ରଶ୍ମିକା ମନ୍ଦାନାଙ୍କର ଫିଲ୍ମ ‘ସିକନ୍ଦର’ର ଟ୍ରେଲର ରବିବାର ରିଲିଜ ହୋଇଛି। ଫିଲ୍ମରେ ଆକ୍ସନ ମଧ୍ୟ ଅଛି ଏବଂ ରୋମାନ୍ସ ଓ ଥ୍ରୀଲରରେ ପୂର୍ଣ୍ଣ ଏହି ଫିଲ୍ମରେ ଖୁବ୍ ଡ୍ରାମା ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ, ବଲିଉଡ୍‌ର ଭାଇଜାନ ଈଦ୍‌ରେ ନିଜର ପ୍ରଶଂସକଙ୍କ ପାଇଁ ଖୁବ୍‌ ଖାସ୍‌ ଉପହାର ନେଇ ଆସୁଛନ୍ତି। ଫିଲ୍ମଟି ହଲ୍‌ରେ ୩୦ ମାର୍ଚ୍ଚରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମର କେମିକି ରହିଛି ଟ୍ରେଲର  ଓ ଟ୍ରେଲର ରିଲିଜ ପରେ ଏହା ଉପରେ ପବ୍ଲିକ୍‌ଙ୍କର କଣ ରହିଛି ରିଆକ୍ସନ , ଆସନ୍ତୁ ଜାଣିବା –

ଫିଲ୍ମର ଟ୍ରେଲରରେ କଣ ଦେଖାଯାଇଛି ? 

ଫିଲ୍ମର ଟ୍ରେଲର ଆରମ୍ଭ ହେଉଛି ଜଣେ ଏମିତି ବ୍ୟକ୍ତିଙ୍କ ପରିଚୟ ସହ , ଯାହାଙ୍କ ନାଁରେ ଗତ ୫ ବର୍ଷରେ ୪୯ କେସ୍‌ ରୁଜୁ ହୋଇ ସାରିଛି। ଯିଏକି ପ୍ରତିଦିନ କେଉଁଠି ନା କେଉଁଠି ମାରପିଟି କରି ଘରକୁ ଫେରନ୍ତି। ଏକ ଏମିତି ବ୍ୟକ୍ତି ଯାହାକୁ ଲୋକେ ରାଜକୋଟର ରାଜା କହନ୍ତି। ଟ୍ରେଲରରେ ସଲମାନ ଖାନଙ୍କ ଜବରଦସ୍ତ ଆକ୍ସନ ସିନ୍‌ ଦେଖା ଯାଇଛି , ଯାହାଙ୍କୁ ଦେଖି ଫିଲ୍ମ ପାଇଁ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ଲେବଲ ଡବଲ ହୋଇ ଯାଉଛି। ଫିଲ୍ମରେ ସଲମାନ ଖାନଙ୍କ ଦବଦବା ଦେଖା ଯାଇଛି। ସେ କେମିତି ପୁଲିସ ଷ୍ଟେସନ ଯାଇ ଲୋକଙ୍କର ଏଫଆଇଆର ଯାଏ କ୍ୟାନସେଲ କରାଇ ଦିଅନ୍ତି।

ଭୟାନଙ୍କ ଅନ୍ଦାଜରେ ବାହୁବଳୀର କଟପ୍ପା –

ବାହୁବଳୀର କଟପ୍ପା ଅର୍ଥାତ୍ ଅଭିନେତା ସତ୍ୟରାଜ ଫିଲ୍ମରେ ଭିଲେନର ଚରିତ୍ର କରିଛନ୍ତି। ଟ୍ରେଲରରେ ତାଙ୍କର ଯେତିକି ସିନ୍‌ ଅଛି , ତାହା ଖୁବ୍ ବିପଜ୍ଜନକ। ସଲମାନ ଖାନଙ୍କ ଭୂମିକାର ନାଁ ଫିଲ୍ମରେ ସଞ୍ଜୟ ରହିଛି। ପ୍ରକୃତ ଅସୁବିଧା ସେତେବେଳେ ଆରମ୍ଭ ହୁଏ ଯେବେ ସେ ମୁମ୍ୱାଇରେ ପହଞ୍ଚି ଯାଆନ୍ତି ,ଏଠାରେ ଜଣେ ବଡ଼ ନେତା ଟାର୍ଗେଟ୍‌ କରନ୍ତି। ଫିଲ୍ମର ଟ୍ରେଲର ସଲମାନ ନିଜେ ନିଜର ଅଫିସିଆଲି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ସଲମାନ ଖାନ ଟ୍ରେଲର ପୋଷ୍ଟ କରି ନିଜର ଏକ୍ସ ହ୍ୟାଣ୍ଡଲରେ ଲେଖିଛନ୍ତି , ସିକନ୍ଦର ରିଲିଜ ହେଉଛି ଆପଣଙ୍କ ନିକଟସ୍ଥ ସିନେମା ହଲ୍‌ରେ ୩୦ ମାର୍ଚ୍ଚରେ । 

ଟ୍ରେଲର ଉପରେ କେମିତି ଅଛି ପବ୍ଲିକ୍‌ ରିଆକ୍ସନ –

କଥା ଯଦି ପବ୍ଲିକ୍‌ର ରିଆକ୍ସନ କଥା ଯଦି କହିବା ତ ଜଣେ ସୋସିଆଲ ମିଡ଼ିଆ ୟୁଜର ସଲମାନ ଖାନଙ୍କ ପୋଷ୍ଟରେ ଲେଖିଛନ୍ତି , ଏହି ଈଦ୍‌ରେ କମାଲ ହେବାକୁ ଯାଉଛି। ସେଠାରେ ଅନ୍ୟ ଜଣେ ଲେଖିଛନ୍ତି , ଏହି ଫିଲ୍ମର ଖୁବ୍‌ ପ୍ରତୀକ୍ଷା ଥିଲା। ଜଣେ ଫଲୋୟର କମେଣ୍ଟ ସେକ୍ସନରେ ଲେଖିଛନ୍ତି , ଭାଇ ଆପଣଙ୍କ ଡାଇଲଗ୍‌ ଡେଲିଭରୀର କଣ ହେଲା। ଆଉ ଜଣେ ଲେଖିଛନ୍ତି , ରଶ୍ମିକା ମନ୍ଦାନାଙ୍କ ସ୍ୱରରେ ‘ ଲଗ ଜା ଗଲେ କି ଫିର୍‌ ୟେ ହଂସି ରାତ୍‌ ହୋ ନା ହୋ’ କମାଲକର ଲାଗୁଛି। ଜଣେ ବ୍ୟକ୍ତି ଲେଖିଛନ୍ତି – ଟ୍ରେଲରକୁ ଖୁବ୍‌ ପଜିଟିଭ୍‌ ରେସପନ୍ସ ମିଳୁଛି। ଏବେ ଦେଖିବା ଏହା ହେବ ଯେ ଟ୍ରେଲରକୁ ନେଇ ବଢୁ ଥିବା କ୍ରେଜ୍‌ କଣ ଫିଲ୍ମରେ ଦେଖିବାକୁ ମିଳିବ।